‘ଜୟ ଯବାନ୍‌’

ସେନା ଦିବସ୍‌ନେ ବୀର୍ ଯବାନକୁଁ ଶୁଭେଚ୍ଛା ଜନାଲେ ରାଷ୍ଟ୍ରପତି ଆରୁ ପ୍ରଧାନମନ୍ତ୍ରୀ

0

ଜାନୁଆରୀ ୧୫ ସେନା ଦିବସ୍ । ଦେଶର ସୁରକ୍ଷା ଲାଗି ଅହରହ ସୀମାନେ ପହରା ଦେଉଛନ୍ ଆମର ବୀର ଯବାନ୍ । ଜୀବନ୍‌ର ବାଜି ଲଗେଇ କରି ଦେଶବାସୀକଁର ଲାଗି ନିଜର ସବୁକିଛି ସମର୍ପି ଦେଇଥିବାର ବୀର ଯବାନକୁଁ ସମ୍ମାନ ଦେବାର ଦିନ୍ ଯବାନ୍ ଦିବସ୍ । ସେନା ଦିବସନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜନେଇଛନ୍ । ଦେଶର ସର୍ବୋଚ୍ଚ ବଲିଦାନ୍ ଦେଇଥିବାର ସାହସୀ ଯବାନକୁଁ ଦେଶ ସବୁ ଦିନ୍ ସୋର କରୁଥିବା ବଲି କହିଛନ୍ ରାଷ୍ଟ୍ରପତି । ସେଆଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଲ୍ ସେନା ଦିବସନେ ଦେଶର ବୀର୍ ଯବାନ୍ ଆରୁ ତାକଁର ପରିବାର ଲୁକକୁଁ ଶୁଭେଚ୍ଛା ଜନେଇଛନ୍ । ଦେଶର ଯବାନକୁଁ ନେଇକରି ଦେଶ ସବୁବେଲେ ଗର୍ବିତ୍ ବଲି ସେ ଟ୍ୱିଟ୍ କରି ଲେଖିଛନ୍ । ସିଡିଏସ ବିପିନ୍ ରାୱତ୍ ଭିଲ୍ ଯବାନକୁଁ ସେନା ଦିବସନେ ଶୁଭେଚ୍ଛା ଆରୁ ଶୁଭକାମନା ଦେଇଛନ୍ । ଦେଶ ଲାଗି ଯବାନକଁର କର୍ତ୍ତବ୍ୟ ଆର ବଳିଦାନ୍ ଦେଶକେ ଆହୁରି ଶକ୍ତି ଦେବା ଆର ପ୍ରେରଣା ଦେବା ବଲି କହିଛନ୍ ସେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଲ୍ ଟ୍ୱିଟ୍ କରିକିନା କହିଛନ୍ ଯେ, ଭାରତ ସବୁବେଲେ ଶାନ୍ତି ଚାହେଁସି । ସାରା ବିଶ୍ୱକେ ଭାରତ ନିଜର ପରିବାର ଭାବି ସମ୍ମାନ କରିଥିସି । ଆରୁ ଦେଶର ସମ୍ମାନକେ ନେଇକରି କଥା ଉଠଲେ ଯେଡେ ବଡ ମହାଦେଶ ହେଇଥିଲେ ଭିଲ୍ ତାହାକେ ଠିକ୍ ଉତ୍ତର ଦିଆଯିବା ବଲି କହିଛନ୍ । ବାରମ୍ବାର ସୀମାନେ ଶତ୍ରୁ ଦେଶର ଉତ୍ପାତ୍ ବଢି ବଢି ଚାଲିଥିବାର ବେଲକେ ଆଏଜ ସେନା ଦିବସନେ ଏନ୍ତା ମନ୍ତବ୍ୟ ଦେଇଛନ୍ ରାଜନାଥ ସିଂହ । ସେଆଡେ ପ୍ରତିରକ୍ଷା ମନ୍ତ୍ରାଳୟ ଆଡୁ ୮୩ଟା ତେଜସ୍ ଲଢୁଆ ବିମାନ୍ ଘିନବାର ଲାଗି କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ । ଇଆଡୁ ଭାରତୀୟ ବାୟୁସେନା ସଶକ୍ତ ହେବା ।

Leave A Reply

Your email address will not be published.