କିଏ କିଏ ଖେଲବେ ଡେ/ନାଇଟ୍ ଟେଷ୍ଟ

ଆଏବାର୍ ଗୁରବାର୍‌ନୁ ମୁଲ ହେଉଛେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍

0

ଡେ/ନାଇଟ୍ ଟେଷ୍ଟ ହେଉଥିବାର୍ ବେଲକେ ଆଡିଲେଡନେ ଖେଲାଯିବା ଇ ପିଙ୍କ ବଲ ଟେଷ୍ଟ । ସବୁନୁ ବଡ କଥା ହେଉଛେ ପହେଲା କରି ବିଦେଶ ମାଟିନେ ଭାରତ ଡେ/ନାଇଟ ଟେଷ୍ଟ ଖେଲବାର୍‌କେ ଯାଉଛେ । ହେଲେ ଟିମ୍ ଇଣ୍ଡିଆର ୧୧ ଭିତରେ କେନ୍ ମାନେ ରହେବେ ତାକେ ନେଇ ଚିନ୍ତା ବଢିଛେ । ଗଲା ଅଭ୍ୟାସ ମ୍ୟାଚକେ ଦେଖଲେ ନୂଆ ଖେଲାଲି ମାନେ ଭଲ ଖେଲିଛନ୍ । ବିରାଟ କୋହଲି, ଚେତେଶ୍ୱର ପୂଜାରା , ଆଜିଙ୍କ୍ୟ ରାହାଣେ , ବୁମରା, ଆର୍ ମହମ୍ମଦ ସାମି ତ ଖେଲବେ । ବାକି ୬ଟା କିଏ କିଏ ଖେଲବେ ତାକେ ନେଇ ଚିନ୍ତା ବଢିଛେ ।

ଓପନିଂ ବିଭାଗକେ ଦେଖଲେ ୩ ଝନ୍ ଅଛନ୍ । ପୃଥ୍ୱୀ ଶ , ମୟଙ୍କ ଅଗ୍ରୱାଲ, ଶୁଭମନ୍ ଗିଲ୍ ତିନ୍ ଝନ୍ ଅଛନ୍ । ପୃଥ୍ୱୀଶ ଆର୍ ମୟଙ୍କ ଅଗ୍ରୱାଲ ଗଲା ନ୍ୟୁଜିଲାଣ୍ଡ ସିରିଜରେ ବି ଓପନ୍ କରିଥିଲେ । ଇହାଦେ ଶ ଫର୍ମରେ ଥିଲେ ବି ବହୁତ୍ ଭଲ ଇଂନିଶ ତାକଁର୍ ନାଇଁନ । ସେଆଡେ ଶୁଭମନ୍ ଗିଲ ଭଲ୍ ଫର୍ମରେ ଥିବାର୍ ବେଲକେ ଅଭ୍ୟାସ୍ ମ୍ୟାଚରେ ବି ଭଲ ଖେଲିଛନ୍ ଗିଲ । ତ ମୟଙ୍କ ଅଗ୍ରୱାଲ ଆର ଶୁଭମନ୍ ଗିଲ ଓପନ୍ କରବେ ନାଁ ପୃଥ୍ୱୀ ଶ କରବେ ସେଟା ଦେଖବାର କଥା । ସେଆଡେ କେ.ଏଲ ରାହୁଲ ବି ଟେଷ୍ଟ ଦଲନେ ଜାଗା ପାଇଛନ୍ । ତାକଁର୍ ଫର୍ମ ବି ଭଲ ରହିଛେ । ସେ ଓପନିଂ ନୁ ନେଇ ଅଲଗା କେନସି ନମ୍ବରରେ ଭଲ ଖେଲିପାରବେ । ତ ଯଦି ଟିମ୍ ଚାହେଁବା ତାକୁଁ ବି ଓପନ କରବାର୍ ଲାଗି ସୁଯୋଗ୍ ମିଲିପାରେ ।

ୱିକେଟ କିପର
ରିଦ୍ଧିମାନ ଶାହା ଆର୍ ରିଶମ ପନ୍ତକଁର ଭିତରୁ ଝନକୁଁ କାହାକେ ନିଆଯିବା ତାକେ ନେଇ ଟିମ୍ ଚିନ୍ତାରେ ପଡିଛେ । ଶାହା କରସନ୍‌, କିନ୍ତୁ ପନ୍ତ ଭାରତ ବାହାରେ ୱିକେଟ୍ କିପିଙ୍ଗ କରିଛନ୍ । ସେ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟନେ ଶହେ କରିଥିଲେ । ହେଲେ ପିଚ୍ କେନ୍ତା ଅଛେ ତାକେ ଦେଖିକି ଦୁହି ଝନ୍‌କଁର୍ ଭିତରୁ କିଏ ଖେଲବେ ସେଟା ଜନାପଡବା । କାରନ୍ ଯଦି ପିଚ୍ ସ୍ପିନ୍ ବୋଲର ମାନକଁର ଲାଗି ଭଲ ହେବାର ବାଗିର ଲାଗଲେ ଶାହା ଖେଲବେ ଆର୍ ପେସ୍ ବୋଲର ମାନକଁର୍ ଲାଗି ଭଲ ହେବାର୍ ବାଗିର୍ ଲାଗଲେ ପନ୍ତ ଖେଲବେ । ତ ପିଚ ଏକା ଦେଖିକରି ଟିମ୍ ମ୍ୟାନେଜମେଣ୍ଟ ଦୁହିକଁର୍ ଭିତରୁ ଝନେକେ ନେବା । କିନ୍ତୁ ଯେହେତୁ ପିଙ୍କ ବଲ, ବଏଲେ ପିଙ୍କ ବଲରେ ୱିକେଟ କିପିଂ ରିଦ୍ଧିମାନ ଶାହା ଆଘରୁ କରିଛନ୍ ତ ତାକୁଁ ସେ ଦୃଷ୍ଟିନୁ ବି ଟିମରେ ନିଆଯାଇପାରେ ।

ମିଡିଲ ଅର୍ଡର
ଯଦି ଭାରତ ୫ ଝନ୍ ବୋଲରକୁଁ ନେଇକରି ଖେଲେ ବଏଲେ ଟିମ୍ ଅଲଗା ହେବା । ୬ ନମ୍ବର ଜାଗାନେ ଖେଲବା ତାକେ ନେଇକରି ସମସ୍ୟା ହେଇପାରେ । ହନୁମାନ ବିହାରୀ ଭଲ ଖେଲିଛନ୍‌, ହେଲେ ୫ ଝନ୍ ବୋଲର ଖେଲଲେ ସେ ଜାଗା ପାଏବେ କି ନାଇଁ ଟିମରେ ତାକେ ନେଇ ପ୍ରଶ୍ନ । କାରନ୍ ଓପନିଂ ଯୋଡି ଉତାରୁ ପୂଜାରା, ବିରାଟ ଆର ରାହାଣେ ତ ୩ଟା ଜାଗାନେ ଖେଲବେ ।ତାର ଉତାରୁ ପନ୍ତ ହେଉନ୍ କି ଶାହା ଝନେ ୱିକେଟ କିପର ରହେବେ । ଯଦି ଟିମ୍ ଇଣ୍ଡିଆ ୪ ଝନ୍ ବୋଲରକୁଁ ନେଇକରି ପଡିଆକେ ଉତରିବା । ବଏଲେ ୬ ନମ୍ବର ଜାଗାନେ ଖେଲବାର୍ ଲାଗି ରାହୁଲ, ଆର ଓପନିଂ ଯଦି ପୃଥ୍ୱୀ ଶ ଆର୍ ମୟଙ୍କ କରବେ ବଏଲେ ଗିଲ ବି ରେସନେ ଅଛନ୍ । ୬ ନମ୍ବର ଜାଗାନେ ଖେଲଲେ ନୂଆ ବଲ ଖେଲବାର୍ ଅଭିଜ୍ଞତା ବି ଥିବାର ଦରକାର । ରାହୁଲ, ବିହାରୀ, ଗିଲ ତିନ୍ ଝନ୍ ଇ ଜାଗାନେ ଖେଲିପାରବେ । ବାକି ଟିମ୍ କାହାକେ ନେଉଛେ ସେଟା ଦେଖବାର କଥା । କି ୫ ଝନ୍ ବୋଲରକଁର୍ ସାଙ୍ଗେ ପଡିଆକେ ଉତରୁଛେ ଯେ ।

ବୋଲିଂ
ଟିମ୍ ଇଣ୍ଡିଆ ପାଞ୍ଚ ଝନକୁଁ ନେଇକରି ପଡିଆକେ ଉତରୁଛେ ନାଁ ୪ ଝନ୍ ବୋଲର ଖେଲବେ । ତାର ଉପରେ ସବୁ ରହେଲା । କାରନ୍ ୫ ଝନ୍ ବୋଲର ଯଦି ଖେଲବେ ଅଶ୍ୱିନ ଆର୍ କୁଲଦୀପ ଯାଦବ ଦୁହେଁ ଖେଲିପାରବେ । କିନ୍ତୁ ଯଦି ୪ ବୋଲର ଖେଲବେ ବଏଲେ ସ୍ପିନର ଝନେନ ଖେଲବେ । ଅଶ୍ୱିନ ନା କୁଲଦୀପ ଯାଦବ କିଏ ଜାଗା ପାଏବେ ସେଟା ଦେଖବାର କଥା । ଫେର ଦେଖବାରକେ କଥା ଯେ ପିଚ କେନ୍ତା ଅଛେ ଆର୍ ପିଚକେ ଦେଖିକରି ବଲକେ ଟର୍ଣ୍ଣ କିଏ ବେଶୀ କରେଇ ପାରବା ।ସେ ହିସାବେ ଟିମରେ ସ୍ପିନର ନିଆଯିବା । ସେଆଡେ ପେସ ବୋଲିଂକେ ଦେଖଲେ ସାମି ଆର୍ ବୁମରା ତ ଖେଲବେ ଏକା, ହେଲେ ୩ ନମ୍ବର ବୋଲର କିଏ ହେବା । ଉମେଶ ଯାଦବ ବି ହେଇପାରନ୍ । ଆଘୋନୁ ନବଦୀପ ସାଇନି ବି ଭଲ ଖେଲିଛନ୍ । ତାକୁଁ ବି ଡେବ୍ୟୁ କରବାର ସୁଯୋଗ୍ ମିଲିପାରେ । ତ ପିଙ୍କ ବଲ, ସେଟା ଫେର ଡେ/ନାଇଟ ମ୍ୟାଚ, ଆର୍ ଫେର୍ ଅଷ୍ଟ୍ରେଲିଆ ବିରୋଧନେ ଅଷ୍ଟ୍ରେଲିଆର ମାଟିନେ କେନ୍ କମ୍ବିନେସନ ସାଙ୍ଗେ ପଡିଆକେ ଉତରୁଛେ ଟିମ୍ ଇଣ୍ଡିଆ ସେଟାକେ ଟାକିଛନ୍ କ୍ରିକେଟ ସମୀକ୍ଷକ୍ ଆର ଫ୍ୟାନ୍ ମାନେ ।

Leave A Reply

Your email address will not be published.