ବ୍ରହ୍ମାସ୍ତ୍ର ବ୍ରହ୍ମୋସ

0

ଆମ ଭାରତୀୟ ସେନା ସଶସ୍ତ୍ର ଓ ସଜାଗ । ଭାରତ ପାଖରେ ରହିଛି ଅତ୍ୟାଧୁନିକ ତଥା ବିକଶିତ ଯୁଦ୍ଧାସ୍ତ୍ର । ଶତ୍ରୁ ରାଷ୍ଟ୍ର ଯେତେ ବି ଚାଲାକ ହେଇଥାଉ କି ଶକ୍ତିଶାଳୀ ହେଇଥାଉ ତାକୁ ମାତ୍ ଦେବାର କ୍ଷମତା ରଖିଛି ଭାରତ । ପୂର୍ବରୁ ଆମେ ଭାରତୀୟ ଡିଫେନ୍ସରେ ବ୍ୟବହୃତ ବହୁ ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ, ସବମରିନ୍‌ସ, ଯୁଦ୍ଧ ଜାହାଜ ଆଦି ବିଷୟରେ ଆଲୋଚନା କରିସାରିଛୁ । ଆଜିର ଏପିସୋଡରେ ଆମେ ଆଲୋଚନା କରିବା ଭାରତୀୟ ସେନାରେ ଥିବା ମିଜାଇଲ ଉପରେ । ସେମିତିରେ କହିବାକୁ ଗଲେ ବହୁ ଶକ୍ତିଶାଳୀ ମିଜାଇଲ ରହିଛି ଭାରତୀୟ ସେନାରେ । ଯାହା କିଛି ସେକେଣ୍ଡରେ ଶହ ଶହ କିଲୋମିଟର ରେଂଜରେ ଥିବା ଶତ୍ରୁର ଠିକଣାକୁ ଧ୍ୱଂସ କରିପାରେ । ଏହି ସବୁ ସହିତ ଆଉ ଗୋଟିଏ ଶକ୍ତିଶାଳୀ ମିଜାଇଲ ରହିଛି ତାହା ହେଉଛି ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲ । ଏହି ମିଜାଇଲ କୁ କେବଳ ସ୍ଥଳ ଭାଗରୁ ଆକାଶ ମାର୍ଗକୁ ନୁହଁ ବରଂ ଜଳ, ସ୍ଥଳ, ଆକାଶ ତିନୋଟି ମାର୍ଗରୁ ପ୍ରକ୍ଷେପଣ କରାଯାଇପାରେ ।

Leave A Reply

Your email address will not be published.