ଆଜି ହେଉଛେ ଅନ୍ତର୍ଜାତୀୟ ନାଚ୍ ଦିବସ୍

0

ନାଚ, ଯେନଟାକେ ଆମେ ଆମର୍ ସଂସ୍କୃତିର୍ ଗୁଟେ ଭାଗ୍ ବଲିକରି ବି କହି ପାର୍‌ମା । ଆଜି ହେଉଛେ ସେ ନାଚ ଦିବସ୍ ଯେନଟା ସବୁ ବଛର୍ ଏପ୍ରିଲ୍ ୨୯ ତାରିଖ୍ ମାନେ ଆଜିର୍ ଦିନ୍‌କେ ଅନ୍ତର୍ଜାତୀୟ୍ ନାଚ୍ ଦିବସ୍ ହିସାବେ ପାଲନ୍ କରାଯାଇଥିସି । ସାରା ବିଶ୍ୱନେ ରହିଥିବାର୍ ଭିନ୍ ଭିନ୍ କଲା ସଂସ୍କୃତି ସେ ଜାଗା ର୍ ନାଚ ଗୀତ୍ ନୁ ଝଲ୍‌ସି ଥିସି । ସେଥିର୍ ଲାଗି ଆଜିର୍ ଦିନ୍‌କେ ନାଚ ର୍ ପ୍ରସାର୍ ପ୍ରଚାର୍ କର୍‌ବାର୍ ଲାଗି ଇ ଦିନ୍‌କେ ପାଲନ୍ କରାଯାଇଥିସି । ସେନ୍ତା ଆମର୍ ଦେଶ୍ ର୍ ଭିନ୍ ଜାଗାରେ ବହୁତ୍‌ଟେ ନାଚ୍ ମାନେ ରହିଛେ । ଆର୍ ଆମର୍ ରାଏଜ୍ ଆର୍ ଅଂଚଲ୍ ର୍ ବି ନାଚ୍ ସେ ଭିତ୍‌ରୁ ସବୁନୁ ଅଲ୍‌ଗା ଆଏ । ସେନ୍ତା ଆମର୍ ଅଂଚଲ୍ ର୍ ନାଚ ସମ୍ବଲପୁରୀ କେ ଦେଶ୍ ଆର୍ ଦେଶ୍ ବାହାରେ ବହୁତ୍‌ଟେ ଲୋକ୍ ପସନ୍ଦ୍ କରିଛନ୍ । ଯେତେବେଲେ ଡାଲ୍‌ଖାଇ , ରସର୍‌କେଲି ବାଜି ଜାଇଥିସି ବଜା ସାଙ୍ଗେ ସାଙ୍ଗେ ଆମର୍ କଲାକାର୍ ଆର୍ ଦର୍ଶକ୍ ମାନକଁର୍ ମନ ବି ଉସତ୍ ହେଇ ଯାଇଥିସି । ଆମର୍ ଅଂଚଲ୍ ର୍ ଲୋକ ନାଚ୍ କେ ବି ଇହାଦେ ଆମର୍ କଲାକାର୍ ମାନେ ସବୁଆଡେ ପ୍ରଚାର୍ ପ୍ରସାର୍ କରି ପାରିଛନ୍ । ସେନ୍ତା ଅନ୍ତର୍ଜାତୀୟ ନାଚ୍ ଦିବସ୍ କେ ପାଲନ୍ କର୍‌ବାର୍ ଲାଗି ପହେଲା ୟୁନେସ୍କୋ ସହଯୋଗ୍‌ନେ ଇଣ୍ଟର୍‌ନ୍ୟାସନାଲ୍ ଥିଏଟର୍ ଇନଷ୍ଟିଚ୍ୟୁଟ୍ ଆଡୁ ୧୯୮୨ ମସିହା ଏପ୍ରିଲ୍ ୨୯ ତାରିଖ୍ ଦିନ ପାଲନ୍ କର୍‌ବାର୍ ଲାଗି ନିଷ୍ପତ୍ତ ନିଆ ଯାଇଥିଲା । ସେ ଦିନୁ ଇହାଦେ ତକ୍ ଇ ଦିନ୍‌କେ ଅନ୍ତର୍ଜାତୀୟ ନାଚ ଦିବସ୍ ହିସାବେ ପାଲନ୍ କରାଯାଉଛେ । ହେଲେ ଯେହେତୁ ଇହାଦେ କରୋନା ଲାଗି ସବୁ କାର୍ଯ୍ୟକ୍ରମ୍ ମାନେ ବନ୍ଦ୍ କରାଯାଇଛେ ଯେନଥିର୍ ଲାଗି ଆମର୍ କଲାକାର୍ ମାନେ ବି ଇହାଦେ ବହୁତ୍ ଅସୁବିଧା ର ସାମ୍ନା କରିଛନ୍ । ହେଲେ ଆଜିର୍ ଦିନ ସବୁ କଲାକାର୍ ମାନେ ଇତାକେ ସବୁ ବଛର୍ ପାଲନ୍ କରବାର୍ ସାଙ୍ଗେ ଆମର୍ ପରମ୍ପରା ଆର୍ ଆମର୍ କଲା ସଂସ୍କୃତି କେ ବଂଚେଇ କରି ରଖିଛନ୍ ।

Leave A Reply

Your email address will not be published.