ବୌଦ୍ଧନେ ନାଇଁ ଖୁଲଲା କପାମଣ୍ଡି, ଚାଷୀ ନିରାଶ୍‌

ମନମୁଣ୍ଡା ଆରଏମସିନେ ଫି ଗୁରୁବାର କପାମଣ୍ଡି ଖୁଲବାର ଲାଗି ଘୁଷନା କରିଥିଲେ ପ୍ରଶାସନ୍

0

ବୌଦ୍ଧ ମନମୁଣ୍ଡା ଆରଏମସିନେ ନାଇଁ ଖୁଲଲା କପା ମଣ୍ଡି । ଜିଲ୍ଲା ପ୍ରଶାସନ ଆଡୁ କପା ଚାଷୀକଁର ସୁବିଧା ଲାଗି କପା ମଣ୍ଡି ଖୁଲବାର ନେଇକରି ଗଲା ୧ ତାରିଖନେ ଘୁଷନା କରାଯାଇଥିଲା । ଫି ଗୁରୁବାର କପା ମଣ୍ଡିକେ ଚାଷୀ କପା ଆନିକରି ବିକି ପାରବେ ବଲିକରି କୁହାଯାଇଥିଲା । ହେଷଳ ଚାଷୀ ମଣ୍ଡି ଆସିକରି ନିରାଶ ହେଇକରି ଫିରିଥିବାର ଦେଖବାକେ ମିଲିଛେ । କପା ମଣ୍ଡି ବନ୍ଦ ଥିବାର ବେଲକେ ଚାଷୀକଁର ଭିତରେ ଅସନ୍ତୋଷ ଦେଖାଦେଇଛେ । ପ୍ରଶାସନର ଘୁଷନା ପରେ ଖୁସ୍ ଥିବାର ଚାଷୀ ଇହାଦେ ଫେର୍ ନିରାଶ ହେଇଛନ୍ ।

ମଣ୍ଡି ଖୁଲବାର ନେଇକରି ଆରଏମସି କର୍ମଚାରୀକୁଁ ପଚରାବାରନୁ ସେ କପା ଘିନବାକେ ଆସବାକେ ଥିବାର ବଲାଙ୍ଗିର କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର କେନସି ଅଧିକାରୀ ନାଇଁ ପୁହୁଞ୍ଚିଥିବାର କହିଛନ୍ । ଯେନଥିର ଲାଗି ମଣ୍ଡି ନାଇଁ ଖୁଲାଯାଇ ଆରୁ ଚାଷୀକୁଁ ଫିରବାକେ ପଡିଛେ । କିଛି ଜନ୍ ଚାଷୀକୁଁ ଟୋକନ୍ ଦିଆଯାିଥିବାର ବେଲକେ ଇମାନେ କପା ବୁଝେଇ ଗାଡି ଧରିକରି ବଲାଙ୍ଗିର ମଣ୍ଡିକେ ଯାଇଥିଲେ ।

ଜିଲ୍ଲାନେ ସରକାରୀ ହିସାବେ ୨୫୩୦ ହେକ୍ଟର ଜମିନେ କପା ଚାଷ୍ କରାଯାଇଛେ । କିନ୍ତୁ ବେସରକାରୀ ହିସାବେ ଦେଖଲେ ୬ହଜାର ହେକ୍ଟର ଜମିନେ କପା ଚାଷ କରାଯାଇଥିବାର ଗନାପଡିଛେ । ବେଶୀକରି କଣ୍ଟାମାଳ ବ୍ଲକ୍ ଆରୁ ମନମୁଣ୍ଡା ଅଂଚଲନେ କପା ଚାଷ କରାଯାଉଛେ । କପା ଚାଷୀକଁର ସୁବିଧା ତଥା ଲାଭ ଲାଗି ଜିଲ୍ଲା ପ୍ରଶାସନ ଆଡୁ ଜିଲ୍ଲାନେ ମଣ୍ଡି ଖୁଲାଯିବାର ନେଇକରି ଘୁଷନା କରିଥିଲେ । ହେଲେ ମଣ୍ଡି ନାଇଁ ଖୁଲିଥିବାର ବେଲେ ଚାଷୀ ବଲାଙ୍ଗିର ମଣ୍ଡି ଯିବାକେ ବାଧ୍ୟ ହେଇଥିଲେ ।

Leave A Reply

Your email address will not be published.