‘ମୁସ୍କିଲ ୱକ୍ତ, କମାଣ୍ଡୋ ଶକ୍ତ’

0

ସଶସ୍ତ୍ର, ସଜାଗ, ଜାଗ୍ରତ ଭାରତୀୟ ସେନା । ବନ୍ଧୁ ପାଇଁ ଶାନ୍ତିପ୍ରିୟ ଭାରତ , କିନ୍ତୁ ଶତ୍ରୁ ପାଇଁ ବିନାଶକାରୀ । ଜଳ, ସ୍ଥଳ, ଆକାଶ ସବୁଠି ଏହାର କାୟା ବିସ୍ତାର । ଏହାର ସେନାର ସବୁଠି ରହିଛି ତୀକ୍ଷ୍ମ ନଜର । ଦେଶମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଅହରହ ଦେଉଛନ୍ତି କଡା ପ୍ରହରା । ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ସେନାରେ ରହିଛିି ଅନେକ ସ୍ପେସାଲ ଫୋର୍ସ । ଏହା ଭିତରେ ରହିଛନ୍ତି ଇଣ୍ଡିଆନ୍ ନ୍ୟାଭିର ସ୍ପେଶାଲ ଫୋର୍ସ ମାର୍କୋସ୍ କମାଣ୍ଡୋସ୍ ବା ମରିଆନ କମାଣ୍ଡୋ ଫୋର୍ସ । ଏହି ଫୋର୍ସରେ ଥିବା ଯବାନ ସବୁଠୁ ଶକ୍ତିଶାଳୀ ତଥା ଖତରନାକ୍ । ଯେକୌଣସି ପରିସ୍ଥିତିରେ ବି ଏମାନେ ରହି ଲଢେଇ କରିବାରେ ସକ୍ଷମ । ମାର୍କୋସ ନୌସେନା ପାଇଁ ମୁତୟନ ହୋଇଥିଲେ ବି ଏମାନେ ସବୁଠି ସବୁ ପରିସ୍ଥିତିରେ କାମ କରିପାରନ୍ତି । ଜଳ, ସ୍ଥଳ, ଆକାଶ ସବୁ ସ୍ଥାନରୁ ଶତ୍ରୁଙ୍କୁ ତାଙ୍କ ସ୍ଥାନ ଦେଖାନ୍ତି ମାର୍କୋସ । ସେଇଥି ପାଇଁ ତ କୁହାଯାଏ ‘ମୁସ୍କିଲ ୱକ୍ତ, କମାଣ୍ଡୋ ଶକ୍ତ’ ।

Leave A Reply

Your email address will not be published.