ବ୍ରିଟେନ୍‌ନୁ ଆସିଥିବାର ଯାତ୍ରୀକଁରନେ କରୋନା

କରୋନା ଭୂତାଣୁର ଆର ଗୁଟେ ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି କେନସି ସୂଚନା ନାଇଁନ

0

ବ୍ରିଟେନ୍‌ନେ ଫେର୍ କରୋନା ସଂକ୍ରମଣ ବଢିଥିବାର ବେଲେ ଲକ୍‌ଡାଉନ୍ ଘୁଷଣା କରାଯାଇଛେ । କରୋନା ଭୂତାଣୁର ଆର ଗୁଟେ ନୂଆଁ ଷ୍ଟ୍ରେନ୍ ରୋଗୀ ପାଶେ ଦେଖବାରକେ ମିଲିଛେ । ଯେନଥିର ଲାଗି ଫେର୍ ଚିନ୍ତା ବଢିଛେ । ସେଆଡେ ଏନ୍ତା ସ୍ଥିତିନେ ଭାରତ ଆରୁ ବ୍ରିଟେନ୍ ବିମାନ୍ ଉଡାଣ ବନ୍ଦ କରାଯାଇଛେ । ଆଏବାର ୩୧ ତାରିଖ ତକ୍ ବିମାନ୍ ଉଡାଣ ବନ୍ଦ ରଖାଯାଇଥିବାର ବେଲକେ ଗଲାକାଲି ରାତି ୧୨ ବଜେ ତକ୍ ଲାଷ୍ଟା ଫ୍ଲାଇଟ୍ ରହିଥିଲା ।

ଇଥରେ ଆସିଥିବାର ଯାତ୍ରୀକଁର ଭିତରୁ ୬ ଜନ୍‌କଁର କୋଭିଡ ପଜିଟିଭ୍ ରିପୋର୍ଟ ଆସିଛେ । ଇମାନକଁର ଭିତରେ ଷ୍ଟ୍ରେନ୍ ଭୂତାଣୁ ଥିବାର ନେଇକରି ସନ୍ଦେହ କରାଯାଉଛେ । ଗଲା କାଲି ରାତି ୧୦ଟା ୪୦ନେ ଦିଲ୍ଲୀନେ ପୁହୁଞ୍ଚିଥିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ , ଯେନଥିରେ ୨୬୬ ଯାତ୍ରୀ ରହିଥିଲେ । ବିମାନ ବନ୍ଦରନେ ସବୁ ଯାତ୍ରୀକଁର କରୋନା ପରୀକ୍ଷା କରାଯାଇଥିଲା । ଇମାନକଁର ଭିତରେ ୬ ଜନ୍‌କଁର ପଜିଟିଭ୍ ରିପୋର୍ଟ ଆସିଥିଲା ।

ଇମାନକଁର ଭିତରେ କରୋନାର ନୂଆଁ ଭୁତାଣୁ ଅଛେ କି ନାଇଁ ଜାନବାର ଲାଗି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକେ ଇଟା ପଠାଯାଇଛେ । ବ୍ରିଟେନ୍‌ନୁ ଆହୁରି ଦୁଇଟା ବିମାନ୍ ଭାରତ ଆସିଛେ । ମୁମ୍ବାଇ ଆରୁ ଅମୃତସରନେ ଇଟା ଲ୍ୟାଣ୍ଡ କରିଛେ । ଇସବୁ ଫ୍ଲାଇଟ୍‌ନେ ଥିବାର ଯାତ୍ରୀକଁର ରିପୋର୍ଟ ଆଏଲା ବାଦ୍ ଜନାପଡବା କରୋନା ହେଇଛେ କି ନାଇଁ । କଲିକାତ ଆର ଚେନ୍ନାଇର ଦୁଇଜନ୍‌କଁର ଭିତରେ କରୋନା ଚିହ୍ନଟ୍ କରାଯାଇଛେ ।

ଇମାନେ ଭିଲ୍ ଲଣ୍ଡନନୁ ଫିରିଥିବାର ନେଇକରି ସୂଚନା ଥିବାର ବେଲେ ଇମାନକଁର ଦିହେ ଷ୍ଟ୍ରେନ୍ ଭୁତାଣୁ ଅଛେ କି ନାଇଁ ସେନେଇକରି କିଛି ଜନାନାଇଁପଡି । ଇହାଦେ କରୋନାର ଇ ନୂଆଁ ଭୂତାଣୁ ନେଇକରି ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢିଯାଇଛେ । ଗୁଟେ ଆଡେ କରୋନା ଟିକା ସବୁ ଦେଶ ମାନକେ ନାଇଁ ଆସିଥିବାର ବେଲକେ ଫେର ଗୁଟେ ନୂଆଁ ଭୂତାଣୁ ବିଶ୍ୱ ସ୍ଥାସ୍ଥ୍ୟ ବିଭାଗର ମୁଡ୍ ଦୁଖା ବନେଇଛେ ।

Leave A Reply

Your email address will not be published.