ତମେ ଟିକେ ମୋର କଥା ଶୁନଗୋ ଦିଦି

‘ମୁଇଁ ଗାଈ ନାଇଁ ଚରେ... ପାଠ ପଢମି... ଚାକରି କରମି...ପଏସା କମାଲେ କୁରକୁରି, ଆଇସକ୍ରିମ୍ ଖାଇମି’

0

ଆଏଜକାଲି ସୋସିଆଲ୍ ମିଡିଆ ଲୋକମାନକଁର ଲାଗି ଯେନ୍ତା ଜରୁରୀ ହେଇଯାଇଛେ । ଇଣ୍ଟରନେଟ୍ ଯୁଗଥି ସବୁନର ଟିକ୍ ନିକ୍ ଖବର ଲୋକମାନକଁର ପାଶକେ ପୁହୁଁଚିପାରୁଛେ । ସୋସିଆଲ ମିଡିଆ ଲାଗି ବହୁତ୍‌ଟେ ଜିନିଷ୍ ଭାଇରାଲ ଭିଲ୍ ହେଉଛେ, ବାକି ଇଟା ସତ୍ ଯେ କିଛିଟା ଭଲ୍ ଲାଗି ହେଉଛେ, କିଛିଟା ମଜା ମସ୍ତି ଆର ମନୋରଂଜନ୍ ଲାଗି ହେଉଥିବାର ବେଲକେ ଆରକିଛି ଖରାପ୍‌କଥା ଭିଲ୍ ଭାଇରାଲ ହେଉଛେ । ଇହାଦେ ସୋସିଆଲ ମିଡିଆନେ ଛୋଟ୍ ଛୁଆକଁର କଥା ମାନକୁ ନେଇକରି ଭିଡିଓ ମାନେ ବେଶୀ ଭାଇରାଲ ହେଉଛେ । ହେନ୍ତା ଗୁଟେ ଭିଡିଓ ଇହାଦେ ଭାଇରାଲ ହେଇଛେ ଯେନଠାନେ ଗୁଟେ ଟୁକେଲ ଛୁଆ କାନ୍ଦି କାନ୍ଦି କହୁଛେ ଯେ ପାଠ ପଢମି, ଚାକରି କରମି ବଲି ।

ମୁଇଁ ଗାଈ ନାଇଁ ଚରେ… ପାଠ ପଢମି… ଚାକରି କରମି…ପଏସା କମାଲେ କୁରକୁରି, ଆଇସକ୍ରିମ୍ ଖାଇମି । କାନ୍ଦି କାନ୍ଦି ଏନ୍ତା କହୁଛେ ଇ ଟୁକେଲ ଛୁଆ । କ୍ଲାସରୁମ୍‌ନେ ଯେତେବେଲେ ଛୁଆକେ ସ୍କୁଲର ଦିଦି ଡାକିକରି ପଚାରୁଛନ୍ ଯେ କାଣା ହେଲା ଯେ ପାଠ ନାଇଁ କରି ବଲି ସେତେବେଲେ ଛୁଆଟା କେତେ ରକମେ କେତେ କଥା କହିଯାଉଛେ । ଆର ତାର କାନ୍ଦ କାନ୍ଦ ମୁହୁଁନୁ ଇ କଥାମାନେ ଶୁନିକରି ଯେକେହି ଭିଲ୍ ହସି ପକାବା । ଭିଡିଓକେ ଭଲ ସେ ଦେଖୁନ୍‌, ପହେଲା ଛୁଆକେ ଦିଦି ପଚାରୁଛନ୍ ଯେ କାଣା ହେଲା ଯେ ପାଠ ନାଇଁ ପଢବାର ବଲି…ତ ସେଠାନେ ଛୁଆଟା କହୁଛେ ପାଠ ପଢିମି ବଲି । ଫେର୍ ଦିଦି କହୁଛନ୍ ନାଇଁ ତ ପଢବାର କେତେବେଲେ ପଢବୁ… ଇଥରେ ଛୁଆଟା କହୁଛେ ଇହାଦେ ପଢମି ଯେ… । ଦିଦି ଫେର କହୁଛନ୍ ଯେ ଅ, ଆ ଲେଖବାର ଲାଗି କହିଥିଲି କାଇଛେ ଲେଖିଛୁ… ତ ସେ କହୁଛେ ଯେ ଲେଖିଛେ ଅ, ଆ ଦେଖ ମୋର ସିଲେଟ୍ । କାନ୍ଦି କାନ୍ଦି ଆଖିର ଲୁହକେ ଫେର୍ ନିଜର କୁର୍ତ୍ତାଥି ପୁଛି ପକଉଛେ । ନାଇଁ ପିଟଲେ ଭିଲ୍ କାନ୍ଦୁଛେ ବଲି ଦିଦି କହେବାରନୁ ସେ କହୁଛେ ଯେ ପିଟବ ବଲି ରାଗ ହେଉଛ ଯେ । ଆହୁରି କହୁଛେ ଯେ ତମେ ଡାକଲ ଯେ ଶୁନିକରି ନାଇଁ ଆସଲି କାଏଁ… ମୋର କାନ୍ଦ ବାହାରି ଯାଉଛେ ତମେ ଟିକେ ମୋର କଥା ଶୁନଗୋ ଦିଦି । ଏତକି କହିକରି ଫେର କାନ୍ଦୁଛେ ଛୁଆଟା ଆରୁ କହୁଛେ ଯେ ମତେ ସୁନାଟେ, ଗେହ୍ଲେଇଟେ କହେବ… । ମୁଇଁ ପାଠ ପଢମି ମତେ ଭଲ ବଲି କହେବ । ପାଠ ନାଇଁ ପଢଲେ ମୁର୍ଖ ନାଇଁ ହେଇଯାଏଁ କାଏଁ । ପାଠ ପଢମି ଚାକରି କରମି… ଗାଈ ନାଇଁ ଚରାଏଁ… ଚାକରି କଲେ ପଏସା ପାଏମି… କୁରକୁରି ଆରୁ ଆଇସକ୍ରିମ୍ ଖାଇମି । ଏନ୍ତା କେତେ କଥା କାନ୍ଦି କାନ୍ଦି କହୁଛେ ଇ ଛୁଆଟା । ଛୁଆର ଏନ୍ତା କଥା ସୋସିଆଲ ମିଡିଆନେ ପୋଷ୍ଟ ହେଲା ଉତାରୁ ଭାଇରାଲ ହେଉଥିବାର ବେଲକେ ଲୋକ୍ ବହୁତ୍ ପସନ୍ଦ କରୁଛନ୍ ଆର ଛୁଆର କଥା ମଜା ଲାଗୁଥିବାର କହୁଛନ୍ । ଇତାର ଆଘୋନୁ ବଲାଙ୍ଗିର ଅଂଚଲର ଗୁଟେ ଛୁଆର କଥା ଭାଇରାଲ ହେଇଥିଲା । ପାଠ ପଢଲେ କାନ୍ଦ କାନ୍ଦ ବାଗିର ଲାଗୁଛେ ବଲି କହୁଥିବାର ସେ ଛୁଆର କଥାକେ ଭିଲ୍ ଲୋକ୍ ବହୁତ୍ ପସନ୍ଦ କରିଥିବାର ବେଲକେ ଗୀତ୍‌, ମିମସ୍‌ନୁ ନେଇକରି ପ୍ରତି କଥାନେ ଲୋକ୍ କାନ୍ଦ କାନ୍ଦ ବାଗିର ଲାଗୁଛେ ବଲି କହୁଥିଲେ ।

Leave A Reply

Your email address will not be published.