ଆନ୍ତର୍ଜାତିକ ସିନେମାନେ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ ପନୋରମା ଲାଗି ବଛା ହେଇଛେ ଫିଲ୍ମ ‘କାଲିର ଅତୀତ’

0

ଓଡ଼ିଆ ଫିଲ୍ମ ଜଗତ୍ ଲାଗି ଖୁସି ଖବର । ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ ପନୋରମାନେ ନାଁକରା ଅନ୍ତର୍ଜାତିକ ଫିଲ୍ମ ନିର୍ମାତା ଆରୁ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାକଁର ଫିଲ୍ମ ‘କାଲିର ଅତୀତ’ ବଛା ହେଇଛେ । ଇଟା ନେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ । ସାଧାରଣ ଜନ ଜୀବନ୍‌ର କଥାବସ୍ତୁକେ ନେଇକରି ସବୁ ବେଲେ ଫିଲ୍ମ ବନେଇକରି ଗୁଟେ ଭିନ୍ ପରିଚୟ ତିଆର କରିପାରିଛନ୍ ନୀଳମାଧବ ପଣ୍ଡା ।

ପହେଲାନୁ ହିନ୍ଦୀ, ଇଂରାଜୀ ଭାଷାନେ କେତନି ଫିଲ୍ମ ତିଆର କରିକିନା ନାଁ କରିଥିବାର ନୀଳମାଧବ ଇହାଦେ ଓଡ଼ିଆନେ ଗୁଟେ ଫିଲ୍ମ ତିଆର କରିଛନ୍ ଯେନଟାକି ଜାତୀୟ ପୁରସ୍କାର ଲାଗି ବଛାଯାଇଛେ । ଫିଲ୍ମ ‘କାଲିର ଅତୀତ’ନେ ସେ ଓଡ଼ିଶାନେ ହେଉଥିବାର ପ୍ରାକୃତିକ୍ ବିପର୍ଯ୍ୟୟ ସାଙ୍ଗେ ଗୁଟେ ସାଧାରଣ ଲୋକ୍‌ର ଭାବାବେଗ୍ କାଣା ରହିଛେ ସେଟା ସେ ଫିଲ୍ମ ମାଧ୍ୟମନେ ଦେଖେଇଛନ୍ । ଓଡ଼ିଶା ଗୁଟେ ଏନ୍ତା ରାଜ୍ୟ ଯେନ୍‌ଠାନେ ଫି ବରଷ୍ ବନ୍ୟା, ବାତ୍ୟା ଲେଖେଁ କଥା ହେଉଥିସି ।

ଆରୁ ଇ ପ୍ରାକୃତିକ୍ ବିପର୍ଯ୍ୟୟକେ ନେଇକରି ଆଏବାର ଦିନେ ଯାହା ବି ଅସବିଧା ହେବା ସେ ସବୁ ଅଚ୍ୟୁତାନନ୍ଦ ଦାସକଁର ରଚିତ୍ ମାଳିକାନେ ଭିଲ୍ ଲେଖାଯାଇଛେ । ଯେନଟାର କଥାମାନେ ଭିଲ୍ ଇ ଫିଲ୍ମନେ ଦର୍ଶଯାଇଛେ । ଫିଲ୍ମନେ ସମୁଦ୍ର, ସ୍ମୃତି ଆରୁ ମୃତ୍ୟୁ‌କେ ନେଇକରି ସୁନ୍ଦର କହାନୀ ଲେଖାଯାଇଛେ । ଗୁଟେ ବାତ୍ୟାନୁ ଆର ଗୁଟେ ବାତ୍ୟାର ଅତୀତକେ ନିଆଯାଇକରି ଫିଲ୍ମଟା ଅଗକେ ବଢିଛେ । ଫିଲ୍ମନେ ମୁଖ୍ୟ ଚରିତ୍ରନେ ଥିବାର ଗୁନୁ ନିଜର ପୁରୁନା ଅତୀତକେ କେନ୍ତା ଫିରୁଛେ ଆରୁ ତାର ସାଙ୍ଗେ ବର୍ତ୍ତମାନର ଜୀବନ୍‌କେ ନେଇକରି କାଣା ଭାବୁଛେ ସେହି ସବୁ ଫିଲ୍ମନେ ଦେଖାଯାଇଛେ । ଅତୀତର ଦରପନ୍‌ଥି ଭବିଷ୍ୟତର କଥାକେ ନେଇକରି ଫିଲ୍ମ ବନାଯାଇଥିବାର କହିଛନ୍ ନୀଳମାଧବ ପଣ୍ଡା ।

ସବୁବେଲେ ସାମାଜିକ୍ କଥାବସ୍ତୁକେ ନେଇକରି ଫିଲ୍ମ ବନଉଥିବାର ନୀଳମାଧବ ପଣ୍ଡା ଆଇ ଆମ୍ କଲାମ୍‌, ଜଲପରି, କୌନ୍ କିତନେ ପାନି ମେ, ବବଲୁ ହାପି ହେ, କଡୱି ହୱା ଲେଖେଁ ଫିଲ୍ମ ଦେଇଛନ୍ । ଜାତୀୟ ଆରୁ ଆନ୍ତର୍ଜାତିକ୍ ସ୍ତରନେ କେତନି ପୁରସ୍କାର ଭିଲ୍ ପାଇଛନ୍ ନୀଳମାଧବ ପଣ୍ଡା । ଜାତୀୟ ସ୍ତରନେ ଭାରତ ସରକାରକଁର ଆଡୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରନେ ପୁରସ୍କୃତ ହେଇଥିବାର ବେଲକେ ଆନ୍ତର୍ଜାତୀକ ସ୍ତରନେ ଦୁଇଟା ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ପାଇଛନ୍ ନୀଳମାଧବ ପଣ୍ଡା ।

ଫିଲ୍ମ କାଲିର ଅତୀତନେ ସମୁଦ୍ର ଭିତରେ ଧୀରେ ଧୀରେ ହଜବାକେ ବସିଥିବାର ‘ସାତଭାୟା’ ଅଂଚଲ ଉପରେ ଆଧାରିତ୍ ହେଇଛେ । ପହେଲାନୁ ଭିଲ୍ ନୀଳମାଧବ ପଣ୍ଡାକଁର ଫିଲ୍ମ ଆନ୍ତର୍ଜାତିକ୍ ଆର ଜାତୀୟ ଫିଲ୍ମ ଉତ୍ସବନେ ଜାଗା ପାଇସାରିଥିବାର ବେଲକେ ଇହାଦେ ପହେଲା କରି ଗୁଟେ ଓଡ଼ିଆ ଫିଲ୍ମ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବନେ ଜାଗା ପାଇଛେ । ଯେନଟାକି ଓଡ଼ିଆ ଫିଲ୍ମ ଜଗତ ଲାଗି ଗୁଟେ ଗୌରବ୍‌ର କଥା ଆଏ ।

Leave A Reply

Your email address will not be published.