ରାଜ୍ୟପାଲ୍‌କୁଁ କରୋନା

ରାଜ୍ୟପାଲ୍‌ ପ୍ରଫେସର ଗଣେଶୀ ଲାଲ ଆର ତାକଁର ସ୍ତ୍ରୀ କରୋନା ପଜିଟିଭ୍

କରୋନାନେ ଆକ୍ରାନ୍ତ ହେଲେ ରାଜ୍ୟପାଲ୍‌ ପ୍ରଫେସର ଗଣେଶୀ ଲାଲ । ଇ ନେଇକିନା ରାଜ୍ୟପାଲ୍‌କଁର ଅଫିସ୍‌ ଆଡୁ ଟୁଇଟ୍ କରାଯାଇଛେ । ରାଜ୍ୟପାଲ୍‌କଁର ସାଙ୍ଗେ ତାଙ୍କର ସ୍ତ୍ରୀ ଭିଲ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ଜନାପଡିଛେ । ଇତାର ବାହାରେ ତାଙ୍କର କୁଟୁମ୍‌ର ଦୁଶରା ୪ ଝନ୍ ଭିଲ କରୋନା ଆକ୍ରାନ୍ତ୍  ହେଇଛନ୍‌ ।ରାଜ୍ୟପାଲ୍‌କଁର ସ୍ୱାବ ନମୂନାନେ ପଜିଟିଭ୍ ଆଏଲା ଉତାରୁ ତାଙ୍କୁ ଭୁବନେଶ୍ୱରର ଗୁଟେ ଘରୋଇ ମେଡିକାଲନେ ଭର୍ତ୍ତି କରାଯାଇଛେ । ଇହାଦେ ରାଜ୍ୟପାଲ୍‌ ଆର ତାକଁର କୁଟୁମ୍ ଦୁଶରା ସଦସ୍ୟ ଯେନମାନକଁର ପଜିଟିଭ୍ ରିପୋର୍ଟ ଆସିଛେ ସବକର ଦିହି ଠିକ୍ ଥିବାର ନେଇକରି ଜନାପଡିଛେ। ସେଆଡେ ରାଜ୍ୟପାଲ୍‌ କରୋନା ଆକ୍ରାନ୍ତ୍ ଥିବାର ଖବର ଝାନଲା ବାଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାକଁର ସୁସ୍ଥତା ଲାଗି ପ୍ରାର୍ଥନା କରିଛନ୍ । ଇନେଇକରି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ ।