ଭିମ୍‌ସାରନେ ବନବା ୪୦ ଶଯ୍ୟା ଆଇସିୟୁ କମ୍ପେ୍ଲକ୍ସ

ମେଡିସିନ୍ ୱାର୍ଡ ସାଇଡନେ ବନିଥିବାର ଛଅ ମହଲା କୁଠାନେ ବନବା ଆଇସିୟୁ କମ୍ପେ୍ଲକ୍ସ

0

ବୁର୍ଲା ଭିମ୍‌ସାରନେ ଆଇସିୟୁ ଅଭାବ ଲାଗି ବନେ ଅସବିଧା ଭୁଗୁଛନ୍ ରୁଗୀ । ରୁଗୀକଁର ସଂଖ୍ୟା ହିସାବେ ଆଇସିୟୁ ନାଇଁ ଥିବାରନୁ ବନେ ସମସ୍ୟା ଦେଖାଦେଇଛେ । ଇ ସବୁ ସମସ୍ୟାକେ ନଜରଥି ରଖିକରି ଇଠାନେ ୪୦ ଶଯ୍ୟା ବାଲା ଆଇସିୟୁ ବନା ଯିବାର ଲାଗି ପ୍ରସ୍ତାବ ଦିଆଯାଇଛେ । ଇତାର ବାହାରେ ଅପରେସନ୍ ଥିଏଟର ଭିଲ୍ ବନାଯିବା । ଭିମ୍‌ସାରନେ ମେଡିକାଲ ୱାର୍ଡ ପାଶେ ଥିବାର ଛଅ ମହଲା କୁଠାନେ ଆଇସିୟୁ କମ୍ପେ୍ଲକ୍ସ କରାଯିବାର ନେଇକିନା ନିଷ୍ପତ୍ତି ନିଆଯାଇଛେ । ଇ ସବୁର ସମୀକ୍ଷା କରବାର ଲାଗି ମଙ୍ଗଲବାର ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରକଁର ସାଙ୍ଗେ ସବୁ ବିଭାଗର ମୁଖ୍ୟ , ଡିନ୍ ପ୍ରଫେସର ବିଏମ. ମିଶ୍ର ଆଦି ମେଡିକାଲ ବୁଲିକରି ଦେଇଛନ୍ । ପହେଲା ଖେପେ ୪୦ଟା ଶଯ୍ୟା ବାଲା ଆଇସିୟୁ ବନାଯିବାକେ ଥିବାର ବେଲେ ଆଗକେ ଇଟା ୬୦ ଟା ଶଯ୍ୟା କରାଯିବା ।

ଇ ନୂଆଁ କୁଠାନେ ଅପରେସନ୍ ଲାଗି ସବୁ ରକମର ବେବସ୍ଥା କରାଯିବା । ୩ଟା ବ୍ଲକ୍‌ର ଅପରେସନ୍ କୁଠରୀ ରହେବା ବଲି ନିର୍ଦ୍ଦେଶକ ଜନେଇଛନ୍ । ୨୦୧୬ନୁ ଇ ଛଅ ମହଲା କୁଠା ବନା ହେଇକରି ରହିଥିଲେ ଭିଲ୍ କିଛି କାରନ୍ ଲାଗି କାମେ ନାଇଁ ଲଗାଯାଇକରି ପଡିରହିଛେ । ଆଗକେ ଇଠାନେ ଆଇସିୟୁ ଘର କାର୍ଯ୍ୟକ୍ଷମ ହେଲେ ସେଣ୍ଟ୍ରାଲ ଆଇସିୟୁକେ ବନ୍ଦ କରି ଦିଆଯିବା । ସୁପରସ୍ପେସାଲିଟି କୁଠା ବନା ଭିଲ୍ କାମ୍ କରବାକେ ଥିବାର ବେଲକେ ଇଠାନେ ଭିଲ୍ ୪୦ଟା ବେଡର ଶଯ୍ୟା ଥିବାର ଆଇସିୟୁ ବନାଯିବା । ଇତାର ସାଙ୍ଗେ ଭିମ୍‌ସାରନେ ଶହେ ଶଯ୍ୟା ବାଲା ବେଡ୍ ବନାବାର ଲକ୍ଷ ଭିଲ୍ ପୂରା ହେଇଯିବା ।

Leave A Reply

Your email address will not be published.