ଲୁକଲୁକାନି ଖେଲୁଛେ ଶୀତ୍‌

ଆଏବାର ୧୮ ତାରିଖନୁ ବଢବା ପାରା, ୫.୮ ଡିଗ୍ରୀ ସାଙ୍ଗେ ଫୁଲବାଣୀ ସବୁନୁ ଥଣ୍ଡା ସହର

0

ଫେର୍ ଫିରିଛେ ଶୀତ୍ । ରାଜ୍ୟନେ ଭିନ୍ ଭିନ୍ ଜାଗାନେ ପାରା କମିଥିବାର ବେଲକେ ଥଣ୍ଡା ବଢିଛେ । ୯ଟା ଜାଗାନେ ପାରା ୧୧ ଡିଗ୍ରୀ ତଲେ ରହିଥିବାର ଜନାପଡିଛେ । ୫.୮ ଡିଗ୍ରୀ ସାଙ୍ଗେ ଫୁଲବାଣୀ ଓଡ଼ିଶାର ସବୁନୁ ଥଣ୍ଡା ସହର ବନିଛେ । ସେନ୍ତା ଝାରସୁଗୁଡ଼ା ସହରନେ ପାରା ରହିଛେ ୭.୬ ଡିଗ୍ରୀ, ଦାରିଙ୍ଗବାଡିନେ ୮.୦ ଡିଗ୍ରୀ, ସୁନ୍ଦରଗଡ଼ନେ ୮.୫ ଡିଗ୍ରୀ, କେନ୍ଦୁଝରନେ ୯.୯ ଡିଗ୍ରୀ, ବଲାଙ୍ଗିରନେ ୧୦ ଡିଗ୍ରୀ, ସୋନପୁରନେ ୧୦.୨ ଡିଗ୍ରୀ, ଭବାନୀପାଟଣାନେ ୧୦.୫ ଡିଗ୍ରୀ ଆରୁ ସମ୍ବଲପୁରନେ ୧୦.୮ ଡିଗ୍ରୀ ରେକର୍ଡ ହେଇଛେ । ଗଲାକାଲି ଭିତରେ ରାଜ୍ୟନେ ପାରା ୩ନୁ ୪ ଡିଗ୍ରୀ କମିଥିବାର ବେଲକେ ଉପକୂଳ ଓଡ଼ିଶାନେ ଏକ୍ ଡିଗ୍ରୀ କମ୍ ରହିଛେ । ସେଆଡେ ଆଏବାର ୧୮ ତାରିଖନୁ ଫେର୍ ପାରା ବଢବା ବଲି ପାଣି ପାଗ ବିଭାଗ ଆଡୁ ସୂଚନା ମିଲିଛେ । ଯେନଥିର ଲାଗି ଥଣ୍ଡା କମବା ବଲି ଭିଲ୍ କହିଛନ୍ ।

Leave A Reply

Your email address will not be published.