ଝାରସୁଗୁଡା ନୁ ବେଙ୍ଗଲୋର୍ ,ମୁମ୍ବାଇ କେ ଉଡ୍‌ଲା ଉଡାଯାହାଜ

0

ଝାରସୁଗୁଡା ର ବୀର୍ ସୁରେନ୍ଦ୍ର ସାଏ ବିମାନ୍ ବନ୍ଦର୍ ନୁ ମୁମ୍ବାଇ ଆର୍ ବେଙ୍ଗଲୋର୍ କେ ବିମାନ୍ ଚଲାଚଲ୍ ଆରମ୍ଭ ହେଇଥିବାର୍ ବେଲ୍‌କେ ମଙ୍ଗଳବାର୍ ଦିନ ସ୍ପାଇସଜେଟ୍ ଉଡାଯାହାଜ୍ ମୁମ୍ବାଇ ନୁ ଝାରସୁଗୁଡା କେ ପହେଲା ଉଡିଥିଲା । ବୋଇଂ ୭୩୭ ସକାଲର୍ ୧୦ ନୁ ମୁମ୍ବାଇ ନୁ ବାହାରିକରି ସକାଲର୍ ୧୨ବଜେ ଝାରସୁଗୁଡା ନେ ପହଁଚିଥିଲା । ଝାରସୁଗୁଡା ଏୟରପୋର୍ଟ ନେ ବିମାନ୍ ର ସ୍ୱାଗତ୍ ଲାଗି ରନ୍‌ୱେ ନେ ୱାଟର୍ ସେଲ୍ୟୁଟ୍ ଦିଆଯାଇଥିଲା । ସେନ୍ତା ଯାତ୍ରୀ ମାନକୁଁ ଭିଲ୍ ଗୁଲାଫୁଲ୍ ଆର୍ ଚକ୍‌ଲେଟ୍ ଦିଆଯାଇଥିଲା । ବେଙ୍ଗଲୋର୍ ନୁ ଝାରସୁଗୁଡା ଉଡାଯାହାଜ୍ ସନ୍ଧ୍ୟା ୫.୪୦ ନେ ପହଁଚି ଥିଲା ଆର୍ ସେନୁ ୬ ବଜେ ମୁମ୍ବାଇ କେ ଉଡିଥିଲା ।

ପହେଲା ଦିନ ହି ମୁମ୍ବାଇ ନୁ ଝାରସୁଗୁଡା କେ ୭୩ ଯାତ୍ରୀ , ଝାରସୁଗୁଡା ନୁ ମୁମ୍ବାଇ କେ ୯୪ ଯାତ୍ରୀ ଯାତ୍ରା କରିଥିଲେ ସେନ୍ତା ଝାରସୁଗୁଡା ନୁ ବେଙ୍ଗଲୋର୍ କେ ୧୬୧ ଯାତ୍ରୀ ଆର୍ ବେଙ୍ଗଲୋର୍ ନୁ ଝାରସୁଗୁଡା କେ ୧୦୭ ଜନ ଯାତ୍ରୀ ଯାତ୍ରା କରିଥିଲେ । ହପ୍ତା ଥି ମଙ୍ଗଲବାର୍ , ଗୁରୁବାର୍ ,ଶନିବାର୍ ଆର୍ ରବିବାର୍ ୪ ଦିନ ଇ ବିମାନ ସବୁ ଚାଲବା ବଲିକରି ସୂଚନା ଦିଆଯାଇଛେ । ଏୟରପୋର୍ଟ ନେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ , ସାଂସଦ ସୁରେଶ ପୁଜାରୀ , ସମ୍ବଲପୁର୍ ସାଂସଦ୍ ନିତେଶ ଗଙ୍ଗ ଦେବ, କଲାହାଣ୍ଡି ସାଂସଦ୍ ବସନ୍ତ ପଣ୍ଡା,  ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍‌ ,ଜିଲ୍ଲାପାଳ ସରୋଜ ସାମଲ୍ , ଏସ୍‌ପି ବିକାଶ ଦାସ , ଆର୍ ଏୟର୍‌ପୋଟ୍ ନିଦ୍ଦେ୍‌ର୍ଶକ୍ କିଶୋର୍ ସେନାପତି ଉପସ୍ଥିତ୍ ଥିଲେ ।

Leave A Reply

Your email address will not be published.