୯ ଅଧିକାରୀ ବାହାର

ଦୁର୍ନିତୀ ଆରୁ ଅପାରଗ ଅଧିକାରୀକୁଁ ବାଧ୍ୟତାମୂଲକ ଅବସର ଦେଲେ ରାଜ୍ୟ ସରକାର

0

ଦୁର୍ନିତୀ ଆରୁ ଅପାରଗ ଅଧିକାରୀକଁର ବିରୁଧନେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ଭିନ୍ ଭିନ୍ ବିଭାଗର ଅଧିକାରୀକୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛେ । ଖଣି ବିଭାଗର ଜନେ ଉପନିର୍ଦ୍ଦେଶକ ଆରୁ ଶ୍ରମ ବିଭାଗର ଯୁଗ୍ମ କମିଶନରକଁର ସାଙ୍ଗେ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଆରୁ ଶ୍ରମ ବିଭାଗର ୯ ଜନକୁଁ ବାଧ୍ୟତାମୂଲକ ଅବସର ଦେଇଛନ୍ । ସେମାନକଁର ଭିତରୁ ୭ ଜନକଁର ବିରୁଧନେ ଦୁର୍ନିତୀ ମାମଲା ଥିବାର ବେଲେ ଦୁଇ ଜନ୍‌କଁର ଅପାରଗତା ଲାଗି ବାଧ୍ୟତାମୂଲକ ଅବସର ଦିଆଯାଇଛେ । ଖଣି ବିଭାଗର ୨ ଜନ୍ ଅଧିକାରୀ, ବଲାଙ୍ଗିର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ଆରୁ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରକୁଁ ଆଏଜ୍ ବାଧ୍ୟତାମୂଳକ ଅବସର ଦିଆଯାଇଛେ ।

ଖଣି ବିଭାଗର ଉପମହାନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳକଁର ନାଁ ଭିଲ୍ ଇଥରେ ରହିଛେ । ତାକଁର ନାଁନେ ୯ଟା ଭିଜିଲାନ୍ସ ମାମଲା ରହିଛେ । ଖଣି ବିଭାଗର ଗ୍ରୁପ-କ ପାଡ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକକଁର ବିରୁଧନେ ୪ଟା ଭିଜିଲାନ୍ସ ମାମଲା ରହିଛେ । ବଲାଙ୍ଗିର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ଏକ କୋଟି ୪୦ ଲାଖ୍ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସାଙ୍ଗେ ବଲାଙ୍ଗିର ଜିଲ୍ଲାନେ ତାକଁର ୧୦ଟା ପ୍ଲଟ୍ ଆରୁ ଦୁଇଟା କୁଠା ଭିଲ୍ ରହିଛେ । ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ତ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନକଁର ବିରୁଧନେ ଭିଲ୍ ଭିଜିଲାନ୍ସ ମାମଲା ରହିଛେ । ୯ ଜନ୍ ଅଧିକାରୀକଁର ସାଙ୍ଗେ ଗୁଟେ ବଛର ଭିତରେ ୧୧୩ ଜନକୁଁ ଦୁର୍ନିତୀ ଆରୁ ଅପାରଗତା ଅଭିଯୋଗନେ ପଦ୍‌ନୁ ବାହାର କରିଛନ୍ ରାଜ୍ୟ ସରକାର ।

Leave A Reply

Your email address will not be published.