ନାଗାର୍ଜୁନ୍ ବେଶ୍ର ରହସ୍ୟମୟ କଥା
୨୫ ବର୍ଷ ଉତାରୁ ତାକଁର୍ ଦାଦା ବଳଭଦ୍ର ଆର୍ ବୁହେନ୍ ସୁଭଦ୍ରାକଁର୍ ସାଙ୍ଗେ ଆଏଜ୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ ଜଗନ୍ନାଥ୍।
୨୫ ବର୍ଷ ଉତାରୁ ବୀର୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ କାଲିଆ, ବଲିଆ ଆର୍ ତାକଁର୍ ବହେନ୍ ସୁଭଦ୍ରା । ଦେବ୍ ଦୁର୍ଲଭ୍ ଇ ନାଗାର୍ଜୁନ୍ ବେଶ୍କେ ଦେଖବାର୍ ଲାଗି ଅଲଗା ବର୍ଷ ମାନକୁଁ ୪ଟା ରଥଯାତରାର ଲୋକ୍ ଭିଡ୍ ହେବାର୍ ଦେଖା ଯାଇଥିସି । ବାକି ଇଥର ଇ କରୋନା ଭିତରେ ଭକ୍ତମାନେ ମହାପୁରୁକୁଁ ଆର୍ ଆଏଁଖ୍ ଭରି ସାମ୍ନାଥି ଦେଖି ନାଇଁ ପାରବାର୍ । ହେଲେବି ଭଗବାନ୍ ସବୁବେଲେ ଭକ୍ତକଁର୍ ମନ୍ ମନ୍ଦିରଥି ରହେସନ୍ ।
ଭାରତର ହିନ୍ଦୁ ଧର୍ମ ଆର୍ ଆଧ୍ୟାତ୍ମିକ୍ ପରମ୍ପରାର୍ ପ୍ରତୀକ୍ , କଲିଯୁଗର ଧାମ୍ ପୁରୀ ଧାମ୍ର ଆରାଧ୍ୟ, ଭିନ୍ ଭିନ୍ ଧର୍ମ ସଂସ୍କୃତିର ବିଶ୍ୱାସର ସଙ୍ଗମ ଆର୍ କୋଟି କୋଟି ଓଡ଼ିଆ ମାନକଁର୍ ଜୀବନ୍ ଜଗନ୍ନାଥ୍ ମହାପୁରୁ କାହିଁ କେତେ ୨୫ ବର୍ଷ ଉତାରୁ ତାକଁର୍ ଦାଦା ବଳଭଦ୍ର ଆର୍ ବୁହେନ୍ ସୁଭଦ୍ରାକଁର୍ ସାଙ୍ଗେ ଆଏଜ୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ । ଶଙ୍ଖ, ଚକ୍ର, ହଲ୍, ମୁଷଲ୍ ଧରିକରି ଗୁଟେ ଗୁଟେ ଯୋଦ୍ଧା ବରାବର ବାହାରିଛନ୍ ୩ ଭାଏ ବୁହେନ୍ । ମହାପୁରୁ ମାନକଁର୍ ଇ ନାଗାର୍ଜୁନ୍ ବେଶ୍କେ ନେଇ ଭିନ୍ ଭିନ୍ ମତ୍ ଆର୍ ବିଶ୍ୱାସ୍ ରହିଛେ । ସେତାର ଉପରକେ ଯିବାର୍ ଆଘୋନୁ ପହେଲା ଜାନମା କେନ୍ ବର୍ଷ କାଣା ହେଇଥିଲେ ନାଗାର୍ଜୁନ୍ ବେଶ୍ ହେସି ଯେ ।
୧୨ ମାସ ଭିତରେ ମାସ୍ ଶ୍ରେଷ୍ଠ କାର୍ତ୍ତିକ୍ ର ଏକାଦଶୀନୁ ପୁନି ତକ୍ ପଞ୍ଚକ ଭିତରେ ଫିଦିନ୍ ମହାପୁରୁକଁର୍ ଅଲଗା ଅଲଗା ବେଶ୍ ହେଇଥିସି । ଏକାଦଶୀ ଦିନ ଠିଆକିଆ ବେଶ୍ । ଦ୍ୱାଦଶୀ ଦିନ ବାଙ୍କଚୂଡ ବେଶ୍ ।ତ୍ରୟୋଦଶୀ ଦିନ ଆଡକିଆ ବେଶ୍ । ଚତୁର୍ଦ୍ଦଶୀ ଦିନ ଡାଲିକିଆ ବେଶ୍ । ଆର୍ ପୁନି ଦିନ ସୁନା ବେଶଥି ସଜେଇ ହେସନ୍ ମହାପୁରୁ ମାନେ । ବାକି ଯେନ୍ କାର୍ତ୍ତିକ୍ଥି ପଞ୍ଚ୍କଟା ୬ ଦିନ୍ ହେଇଥିବା, ବଏଲେ ସେ ଭିତରେ ଗୁଟେ ମଳ ତିଥି ପଡିଥିବା, ସେ ମଳ ତିଥିଥି ମହାପୁରୁକଁର୍ ନାଗାର୍ଜୁନ୍ ବେଶ ହେଇଥିସି । ଆର୍ ହେଥିରଲାଗି ଆଏଜ ଇ ବର୍ଷ ମଳ ଦ୍ୱାଦଶୀନେ ନାଗାର୍ଜନୁ୍ ବେଶଥି ସଜେଇ ହେଇଛନ୍ ତିନହି ମହାପୁରୁ । ଯେନଟାକେ କି ଜଗନ୍ନାଥ ସଂସ୍କୃତି ଗବେଷକ୍ ମାନେ ଗୁଟେ ରହସ୍ୟମୟ ବେଶ୍ ବଲି କହେସନ୍ । ବହୁତଟେ ଜଗନ୍ନାଥ ସଂସ୍କୃତି ଗବେଷକକଁର୍ ମତ୍ ରହିଛେ ଯେ ନାଗାର୍ଜୁନ୍ ବେଶଟା ଭଗବାନ୍ ବିଷ୍ଣୁକଁର୍ ୬ ନମ୍ବର ଅବତାର୍ ପର୍ଶୁରାମକଁର୍ ସାରା ସଂସାରର ଅହଙ୍କାରୀ କ୍ଷତ୍ରୀୟ ମାନକୁଁ ନିପାତ୍ କରିଦେଇଥିବାର୍ କଥାକେ ସୋର ପକେଇକରି ଜଗନ୍ନାଥକୁଁ କରାଯାଏସି । ଆର୍ କେତେ ଗବେଷକ୍ କହେସନ୍ ଯେ ପୁରାନ୍ ଶାସ୍ତ୍ରନେ ଲେଖା ହେଇଛେ ମଝିଆ ପାଣ୍ଡବ୍ ଅର୍ଜୁନ୍ ଆର୍ ନାଗକନ୍ୟା ନାଗାବଳୀ, ଯାହାକୁଁ ସନ୍ଧ୍ୟାବଳୀ ଭିଲ କୁହାଯାଏସି ତାକଁର୍ ଜଗତ୍ଜିତା ପୁଓ ନାଗାର୍ଜୁନ୍କଁର୍ ବାବଦନେ ଥିବାର୍ କିମ୍ବଦନ୍ତୀନୁ ଇ ବେଶଟା ଆସିଛେ ।
ଆହୁରି କେତେ ଗବେଷକ୍ ମଧ୍ୟଯୁଗୀୟ ଇତିହାସର କଥା ଭିଲ୍ କହେସନ୍ । ସେମାନକଁର କହେବାର୍ ହିସାବେ ଷୁଲଶହ ଶତାଦ୍ଧୀନେ ଜଗନ୍ନାଥ ମନ୍ଦିର ବହୁତଟେ ଯବନ ମାନକଁର୍ ଆକ୍ରମଣର ସାମନା କରୁ୍ଥିଲା । ଯେନଟାକେ କି ଗଜପତି ରାଜା ଆର ତାକଁର୍ ସୈନ୍ୟବାହିନୀ ସାମନା ନାଇଁ କରିପାରୁଥାଇ । ତ ଏନ୍ତା ଗୁଟେ ବିପଦ୍ ସମିଆକେ ନାଗା ସାଧୁ ମାନେ ମନ୍ଦିର ସୁରକ୍ଷାକେ ନିଜର ହାତ୍କେ ନେଇଥିଲେ । ଭିନ୍ ଭିନ୍ ରକମର ପାରମ୍ପରିକ୍ ଅସ୍ତ୍ର ବିଦ୍ୟା ଶିଖିକରି ଆର୍ ହାତହତିଆର ସବୁ ଧରିକରି ନାଗା ସାଧୁ ମାନେ ଅଠିପହର ମନ୍ଦିରକେ ଜୁଗୁଥିଲେ । ଆର ତାକଁର୍ ବୀରତା ଲାଗି ଶ୍ରୀମନ୍ଦିର୍ ବହୁତଟେ ଆକ୍ରମଣର ମୁକାବିଲା କରିଥିଲା । ସେମାନକଁର୍ ମାନକଁର୍ ବୀରତା, ପରାକ୍ରମ, ତ୍ୟାଗକେ ସମ୍ମାନ୍ ଜନେଇକରି ଭାଏ ବୁହେନ ସଭେ ନାଗାର୍ଜୁନ୍ ବେଶ୍ ହେସନ୍ ବଲି ଐତିହାସିକ୍ ମାନେ କହିଛନ୍ । ଆହୁରି ଗୁଟେ ମତ ହେଉଛେ ଯେ ଗଜପତି ପୁରୁଷୋତ୍ତମ ଦେବକଁର୍ ସାଙ୍ଗେ ବଡ ମହାପୁରୁ ବଲିଆ ଆର୍ ସାନ୍ ମହାପୁରୁ କାଲିଆ କାଞ୍ଚି ଯୁଦ୍ଧକେ ଯାଇକରି ଜିତେଇକରି ଆସିଥିଲେ ବଲି ତାକଁର ବୀର ବେଶକେ ସୋର ପକାବାର୍ ଲାଗି ନାଗାର୍ଜନୁ ବେଶ୍ କରାଯାଏସି ।
ଅର୍ଜୁନ୍ ଆର୍ ସଂନ୍ଧ୍ୟାବଳୀକଁର୍ ପୁୁଓ ନାଗାର୍ଜୁନ୍କଁର୍ ବାବଦନେ ଥିବାର୍ ରୋଚକ୍ କିମ୍ବଦନ୍ତୀ:-
ନାଗାର୍ଜୁନ୍ ବେଶ୍ ସାଙ୍ଗେ ଜୁଡି ହେଇଥିବାର୍ କେନ୍ କିମ୍ବଦନ୍ତିଟା କେତେ ସତ୍ ସେଟା ତ କହି ନାଇ ହୁଏ ବାକି ଇ କିମ୍ବଦନ୍ତିନେ ମଳତିଥିନେ ଇ ଦେବ୍ଦୁର୍ଲଭ୍ ବେଶ୍ଟା କାଏଁ ହେଲା ଯେ ହେସି ଯେ ତାର୍ କାରଣ୍ ଟା ବି କୁହାଯାଇଛେ । ପୁରାଣ୍ନେ ଇ କଥା ଲେଖା ହେଇଛେ ଯେ ଥରେ ଏନ୍ତା ଅଲ୍ଝଟ୍ ପରିସ୍ଥିତି ହେଲା ଯେ ଅର୍ଜୁନ୍ ଆର୍ ତାଁକର୍ ପୁଓ ନାଗାର୍ଜୁନ୍ ଯୁଦ୍ଧକ୍ଷେତ୍ରନେ ମୁହାଁ ମୁହିଁ ହେଲେ ବାକି ସେମାନେ ସେତେବେଲେ ତାଁକର୍ ବାପ୍-ପୁଓ ସଂପର୍କ ବାବଦନେ ନାଇଁ ଜାନିଥାଇ । ସେମାନଁକର୍ ଭିତରେ ସେନ ଘମାଘୋଟ୍ ଯୁଦ୍ଧ ହେଇଥିଲା ଆର୍ ନାଗାର୍ଜୁନ୍ ତାଁକର୍ ବାପା ଅର୍ଜୁନ୍କେ ହରେଇ ଦେଇଥିଲେ । ତ ଇ ଅପମାନ୍ କେ ସହି ନାଇ ପାରିକରି ଅର୍ଜୁନ୍ ସେନେ ଜୀବନ୍ ହାରିଦେଇଥିବାର୍ କିମ୍ବଦନ୍ତିରେ ରହିଛେ । ସେନକେ ତାହାଁରୁ ମହର୍ଷି ନାରଦ୍ ଆସିକରି ସବୁ କଥା କହେସନ୍ ଆର୍ ଅର୍ଜୁନ୍କଁର୍ ଜୀବନ୍ ବଞ୍ଚାବାର୍ କେ ତାହାଁକୁ ମୃତ୍ୟୁସଂଜିବନୀ ଦେବାର୍ଲାଗି ସବୁ ଦେବାଦେବୀ ମାନକେ ଗୁହାରୀ କରସନ୍ । ତ ତାଁକର୍ କଥା ରଖିକରି ତ୍ରିଦେବ୍ ବ୍ରହ୍ମା, ବିଷ୍ଣୁ ଆର୍ ଶିବ ମୃତ୍ୟୁସଂଜିବନୀର୍ ବ୍ୟବସ୍ଥା କରସନ୍ । ବାକି ଇ ସବୁ ଭିତରେ ଗୁରଦୁଟେ ସମିଆ ପଲାସି ଆର୍ ମୃତ୍ୟୁସଂଜିବନୀର୍ ନିୟମ୍ ହେଉଛେ ଯେ ସେଟା ଖାଲି ସେ ଦିନର୍ ହିଁ ଦିହେ କାମ୍ ଦେବା । ଦିନ୍ ସରିଗଲେ ଆର୍ କାମ୍ ନାଇଁ ଦିଏ । ହେଥିର୍ଲାଗି ବିଷ୍ଣୁ ନିଜେ ସୂର୍ଯ୍ୟକୁଁ ଦିନେ ଡେରିନେ ଚାଲବାର୍କେ କହେସନ୍ । ତ ସୂର୍ଯ୍ୟକଁର୍ ଗତି ଅଟକି ଯାଏସି ଆର୍ ଗୁଟେ ତିଥିର୍ ପ୍ରଭାବ୍ ଦୁଇଟା ଦିନ୍ ଉପରେ ରହେସି । ସେ ଦୁଇ ନମ୍ବର୍ ଟାକେ ମଳତିଥି ବଲିକରି କୁହାଯାଏସି । ଯେନ୍ କାର୍ତ୍ତିକ୍ ପଞ୍ଚକଥି ମଳତିଥିଟେ ପଡ୍ସି ସେ ଦିନେ ଜଗନ୍ନାଥ୍, ବଳଭଦ୍ର ଆର୍ ସୁଭଦ୍ରାକଁର୍ ନାଗାର୍ଜୁନ୍ ବେଶ୍ ହେଇଥିସି । ଯେହେତୁ ନାଗ୍ ପରମ୍ପରାରେବି ଭଗବାନ ଜଗନ୍ନାଥ୍କୁଁ ‘ପ୍ରତିଷ୍ଠିତ୍ ବ୍ରହ୍ମ’ ବଲିକରି ଧରାଯାଏସି ତ ତାହାଁକୁ ସେ ମଳତିଥିରେ ‘ନାଗଶ୍ରେଷ୍ଠ’ ହିସାବେ ନାଗାର୍ଜୁନ୍ ବେଶ୍ କରାଯାଏସି । ଇ ସବୁ କିମ୍ବଦନ୍ତି ସାଙ୍ଗେ ଆହୁରି କେତେଟା କିମ୍ବଦନ୍ତି ଉପରେବି ଲୋକ୍କଁର୍ ବିଶ୍ୱାସ ରହିଛେ ।
ଇ ଭିତରୁ ଯେନ୍ ମତ୍ଟା ବି ସତ୍ ହେଉ ମହାପୁରୁ ମାନକଁର ନାଗାର୍ଜୁନ୍ ବେଶ୍ ଦେଖବାର୍ ଲାଗି ସାରା ଦୁନିଆନୁ ୪ଟା ଯାତରାର ଲୋକ୍ ପୁରୀ ଧାମକେ ଠୋଲ୍ ହେବାର୍ ଅଲଗା ବରସ ମାନକୁଁ ଦେଖାଯାଇଥିଲା । ବାକି ଇ ବର୍ଷ କରୋନା ଲାଗି ପୁରୀଥି ଭିଡ ଭାଡ ନାଇଁନ । ବାକି ମହାପୁର ମାନକଁର୍ ସେ ଦେବ୍ ଦୁର୍ଲଭ ବେଶ୍ ଆଜି ବି ଚାଲିଛେ । ଆର୍ ଭକ୍ତ ମାନେ ଯିଏ ଯାହାର ଘରେ ରହିକରି ନିଜର ମନର ଭକ୍ତିନେ ମହାପୁରୁକୁଁ ଦେଖୁଛନ୍ । ସବୁ ସେବାୟତ ଆର୍ ପ୍ରଶାସନର ବି ଅଧିକାରୀ ମାନେ କେନ୍ତା କରି ଇ ରୀତିନୀତିଟା ଭଲ୍ କରି ହେଇପାରବେ ଯେ ସେସବୁ ଧିଆନ୍ ରଖୁଛନ୍ । ମହାପୁରୁକଁର୍ ଇ ବେଶକେ ଭକ୍ତ ମାନେ ଆଏଁଖ୍ ସାମନାନେ ନାଇଁ ଦେଖିପାରଲେ ବି ଆଏବାର୍ ବର୍ଷ ଯେହେତୁ ଫେରଥରେ ନାଗାର୍ଜୁନ୍ ବେଶ୍ ହେବା ସେଟାକେ ନେଇକରି ନିଜର ମନକେ ବୁଝେଇକରି ଅଛନ୍ ।