ଶ୍ରୀମନ୍ଦିର ଉତାରୁ ସମଲେଇ ମନ୍ଦିର ପାଶୁ ହେବା ଉଚ୍ଛେଦ୍

ବିସ୍ଥାପିତ ମାନକୁଁ ସମ୍ବଲପୁର ଦୁର୍ଗାପାଲିନେ ରଖାଯିବାର କରାହେଇଛେ ବେବସ୍ଥା

0

ପୁରୀ ଜଗନ୍ନାଥ ମନ୍ଦିର ଉତାରୁ ଇହାଦେ ସମ୍ବଲପୁର ସମଲେଇ ମନ୍ଦିର ଚାରିଚକାର ସୁନ୍ଦରତା ଲାଗି କାମ୍ କରାଯିବା । ମନ୍ଦିର ଚାରିଚକା ଥିବାର ଦୁକାନ୍‌, ବଜାର ବସ୍ତି ସବୁକେ ଇଥିର ଲାଗି ଉଠାଯାଉଛେ । ରାଜ୍ୟ ସରକାରକଁର ଗୁଟେ ଟିମ୍ ଆଡୁ ଟପୋଗ୍ରାଫିକାଲ ସର୍ଭେ ଜାରି ରହିଛେ । ଇ ରିପୋର୍ଟ ଆଏଲା ବାଦ୍ ମନ୍ଦିରର କେତେ ମିଟର ପରିଧିନୁ ଉଚ୍ଛେଦ୍ କରାଯିବା ସେ ନେଇକରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଇ ଉଚ୍ଛେଦନେ ବିସ୍ଥାପିତ ଲୁକକୁଁ ସମ୍ବଲପୁର ଦୁର୍ଗାପାଲିନେ ଇହାଦେର ଲାଗି ରଖାଯିବାର ବେବସ୍ଥା କରାଯାଇଛେ । ସେଆଡେ ଦୁର୍ଗାପାଲିନେ ସରକାରୀ ଜମିନେ ବନାଯାଇଥିବାର ଦୁଇଟା ଘର ଗଲା ମାସ ଭଙ୍ଗାଯାଇଛେ । ପ୍ରଶାସନ ଆଡୁ ଇ ଜାଗା ଭଙ୍ଗାଯାଇଥିବାର ବେଲକେ ମଙ୍ଗଲବାର ଇ ଜାଗାକେ ସମାନ୍ କରାଯାଉଥିବାର ସମିଆଁନେ ଆଶର ପାଶର କିଛି ଲୋକ୍ ଇତାକେ ବିରୋଧ୍ କରିଥିଲେ । ଇଠାନେ ରହୁଥିବାର ଲୁକକଁର ନିଜର ଜାଗାବାଡି ନାଇଁଥିବାର ବେଲକେ ସ୍କୁଲ ଘର ଗୁଟେ ବନାବାର ଲାଗି ଜିଲ୍ଲା ପ୍ରଶାସନକୁଁ ଜାଗା ଦେବାର ଲାଗି କହିଥିଲେ । ବନେ ସମିଆଁ ତକ୍ କିଲ୍ଲାଗଗା ଚାଲିଥିବାର ବେଲକେ ଘଟନା ଜାଗାନେ ତହସିଲଦାର ଲକ୍ଷବଚ୍ଚ ଅମାତ, କ୍ଷେତରାଜପୁର ଥାନାଅଧିକାରୀ ମମତା ନାଏକ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.