ଟିକା ନେଲେ ପଶ୍ଚିମଓଡିଶାର୍ କରୋନା ଯୋଦ୍ଧା

0

କରୋନା ଟିକାଦାନ୍ ପ୍ରକ୍ରିୟା ନେ ପହେଲା ପର୍ଯ୍ୟାୟ ନେ ସବୁ ସ୍ୱାସ୍ଥ୍ୟକର୍ମୀ ଆର୍ ସଫେଇ କର୍ମଚାରୀ ମାନକୁଁ ଟିକା ଦିଆଯାଇଥିଲା । ତାର୍ ଉତାରୁ ଇହାଦେ ସବୁ କରୋନା ଯୋଦ୍ଧା ମାନକୁଁ ଟିକା ଦିଆଯାଉଛେ । ଆମର୍ ପଶ୍ଚିମଓଡିଶାର୍ ବି ବହୁତ୍‌ଟେ କରୋନା ଯୋଦ୍ଧା କାଲି ଟିକା ନେଇଛନ୍ । ସେ ଭିତ୍‌ରେ ପଶ୍ଚିମଓଡିଶାର୍ ସବୁ ଜିଲ୍ଲା ର୍ ଜିଲ୍ଲାପାଳ ଆର୍ ଏସ୍‌ପି ଭିଲ୍ ରହିଛନ୍ । ସମ୍ବଲପୁର୍ ର ଜିଲ୍ଲାନେ ଜିଲ୍ଲାପାଳ ଶୁଭମ୍ ସକ୍ସେନା , ଏସ୍‌ପି ବି.ଗଙ୍ଗାଧର୍ , ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର୍‌ବିକାଶକଁର୍ ସାଙ୍ଗେ ମୋଟ୍ ୬୩୭ ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ । ବଲାଙ୍ଗୀର୍ ନେ ଜିଲ୍ଲାପାଳ ଚଂଚଳ ରାଣା , ଏସ୍‌ପି ନିତିନ୍ କୁଶଲକର୍ କରୋନା ଟିକା ନେଇଛନ୍ । ସୋନପୁର୍ ଜିଲ୍ଲାପାଳ ମୋନିଷା ଚାଟାର୍ଜୀ , ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ,ବୌଦ୍ଧ ଜିଲ୍ଲାର୍ ଏସ୍‌ପି ଭି.ରଘୁନାଥ୍ ରାଓ, ବରଗଡ ଜିଲ୍ଲାପାଳ ଜ୍ୟୋତି ରଂଜନ୍ ପ୍ରଧାନ୍ , ବରଗଡ ଏସ୍‌ପି ପଦ୍ମିନୀ ସାହୁ , ଝାରସୁଗୁଡା ଜିଲ୍ଲାପାଳ ସରୋଜ୍ ସାମଲ, କଲାହାଣ୍ଡି ଏସ୍‌ପି ଶ୍ରବଣା ବିବେକ୍ ଏମ୍‌, ନୂଆପଡା ଏସ୍‌ପି ରାହୁଲ ଜୈନ ଆର୍ ଦେବଗଡ ଏସ୍‌ପି ମନୋଜ୍ ମହାନ୍ତି , ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ କରାନା ଟିକା ନେଇଛନ୍ । ସବୁ ଜିଲ୍ଲାର୍ ଜିଲ୍ଲାପାଳ ଆର୍ ଏସ୍‌ପି ସମସ୍ତକୁଁ ଆଗ୍‌କେ ଆସିକରି କରୋନା ଟିକା ନେବାର୍ ଲାଗି କହିଛନ୍ ।

Leave A Reply

Your email address will not be published.