କଟନିଛଟନିକେ ବିରୋଧ୍ କରବାରନୁ ଚାଷୀକୁଁ ମାଡ୍‌

ସମ୍ବଲପୁର ସମଲେଶ୍ୱରୀ ଗ୍ରାମ୍ୟୋଦ୍ୟୋଗ ରାଇସମିଲ୍ ଆଗାଡେ ଚାଷୀ ସଙ୍ଗଠନ୍‌ର ବିକ୍ଷୋଭ୍‌

0

ରାଜ୍ୟନେ ଧାନ୍ ମଣ୍ଡି ମାନକେ ଧାନ୍ ଘିନା ମୁଲ୍ ହେଇଥିବାର ବେଲକେ ଇହାଦେ କଟନୀ ଛଟନୀକେ ନେଇକରି ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡା ସମଲେଶ୍ୱରୀ ଗ୍ରାମ୍ୟୋଦ୍ୟୋଗ ରାଇସମିଲ୍‌ନେ କଟନିଛଟନିକେ ନେଇକରି ଜନେ ଚାଷୀକୁଁ ମାଡ୍ ମରାଯାଇଥିବାର ଅଭିଯୋଗ ହେଇଛେ । ମିଲ୍ ଭିତରେ ଚାଷୀ ବିଭୂତି ପ୍ରଧାନକୁଁ ମାଡ୍ ମରାଯାଇଥିବାର ନେଇକରି ଥାନାନେ ଅଭିଯୋଗ ହେଇଛେ ।

ଘଟନାନେ କାହାକେ ଗିରଫ କରାନାଇଁ ଯାଇଥିବାର ଜନାପଡିଛେ । ସୂଚନା ହିସାବେ ସମ୍ବଲପୁର ଉପଖଣ୍ଡର ଭିନ୍ ଭିନ୍ ମଣ୍ଡିନେ ଧାନ୍ କଟନି ଛଟନି କରାଯାଉଥିବାର ନେଇକରି ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଥିଲା । ବାରମ୍ବାର ଚାଷୀକଁର ଅଭିଯୋଗ ବାଦ୍ ଭିଲ୍ ଯୋଗାଣ ବିଭାଗର ଇଆଡେ ନିଘା ନାଇଁନ । ସେଆଡେ କଟନିଛଟନି ନେଇକରି ବୈଜାମୁଣ୍ଡା ସମଲେଶ୍ୱରୀ ଗ୍ରାମ୍ୟୋଦ୍ୟୋଗ ରାଇସମିଲ୍‌ନେ ଚାଷୀ ଆରୁ ମିଲର୍ସକଁର ଭିତରେ ଝମେଲିଆ ସ୍ଥିତି ବନିଥିଲା । ଗଲା ଶୁକ୍ରବାର ଠାନୁ ଚାଷୀ ବିଭୂତି ପ୍ରଧାନ୍ ମିଲନେ ଧାନ୍ ଆନିକରି ରଖିଥିଲେ ଭିଲ୍ ଅନଲୋଡ୍ ନାଇକରାଯାଇଥାଇ ।

ସେଆଡେ ଶନିବାର ଦିନ୍ ଧାନ୍ କଢାଗଲା ବାଦ ମିଲ୍ ଆଡୁ ଧାନ୍ ଠିକ୍ ନାଇଁନ କହିକରି କଟନିଛଟନି କରବାକେ କୁହାଯାଇଥିଲା । ସେଆଡେ କଟନିଛଟନିକେ ବିଭୂତି ବିରୋଧ୍ କରବାରନୁ ମିଲ କର୍ମଚାରୀ ତାକଁର ଗଲା ଚିପିକରି ମାଡ୍ ମାରିଥିଲେ ଆରୁ ଖରାପ୍ ଭାଷାନେ ଗାଲିଗୁଲଜ୍ କରିଥିବାର ଅଭିଯୋଭଗ କରିଛନ୍ ବିଭୂତି । ଯାହାକେ ନେଇକରି ଘଟନା ଜାଗାନେ ଝମେଲିଆ ସ୍ଥିତି ବନିଥିଲା । ଚାଷୀକୁଁ ମାଡ୍ ମାରବାର ଅଭିଯୋଗନେ ଚାଷୀ ସଙ୍‌ଗଠନ୍ ପ୍ରତିନିଧି ସମଲେଶ୍ୱରୀ ଗ୍ରାମଦ୍ୟୋଗ ରାଇସମିଲ୍ ଆଗାଡେ ଧାରନା ଦେବାର ସାଙ୍ଗେ ବିକ୍ଷୋଭ କରିଥିଲେ । ମାଡ ମାରିଥିବାର ମିଲ୍ କର୍ମଚାରୀକଁର ଗିରଫ୍ ଦାବି କରିଛନ୍ ଚାଷୀ ସଙ୍ଗଠନ୍ । ଏନ୍ତା ଘଟନା ବାଦ୍ ସିଏସଓକଁର ପାଶେ ଅଭିଯୋଗ କରାଯାଇଛେ ।

Leave A Reply

Your email address will not be published.