ପଦ୍ମ ସମ୍ମାନନେ ସମ୍ମାନିତ୍ ଓଡିଶାର୍ ମହିଲା

ଇ ବରଷ ପଦ୍ମଶ୍ରୀ ପାଏବେ ଓଡିଶାର୍ ଦୁଇ ଜଣ ମହିଲା

0

ଆମର୍ ଦେଶର୍ ପଦ୍ମ ପୁରସ୍କାର୍ ବହୁତ୍ ବଡ ଟେ ସମ୍ମାନ ଆଏ ଆର୍ ଇ ସମ୍ମାନ୍ ଦେଶର୍ ଭିନ୍ ଭିନ୍ କ୍ଷେତ୍ର ନେ ନାଁ କରିଥିବାର୍ ଲୋକମାନକୁଁ ମିଲିଥିସି । ସେନ୍ତା ଇ ବରଷ୍ ଆମର୍ ଓଡିଶାର୍ ୬ ଜଣକୁଁ ପଦ୍ମ ପୁରସ୍କାର୍ ଦିଆଯିବା ବଲିକରି ଘୋଷଣା କରିଛନ୍ ଭାରତ ସରକାର୍ । ସେ ୬ ଜଣକଁର୍ ଭିତ୍‌ରୁ ଆମର୍ ଓଡିଶାର୍ ୨ ଜଣ ମହିଲାକୁଁ ବି ପଦ୍ମଶ୍ରୀ ସମ୍ମାନ ଦିଆଯାଉଛେ । ପଦ୍ମ ପୁରସ୍କାର୍‌, ଯାହାକେ ଆମର୍ ଦେଶର୍ ଗୁଟେ ମର୍ଯ୍ୟାଦା ଜନକ ଆର୍ ବହୁତ୍ ବଡ ସମ୍ମାନ୍ ବଲି କୁହାଯାଇଥିସି । ଆର୍ ଇ ସମ୍ମାନ ଆମର୍ ଦେଶର୍ ଭିନଭିନ୍ କ୍ଷେତ୍ର ନେ ଆଗେ ରହିଥିବାର୍ ସବୁ ନାମୀଦାମି ଲୋକ ମାନକୁଁ ଦିଆଯାଇଥିସି । ସେନ୍ତା ଇ ବରଷ୍ ପଦ୍ମ ପୁରସ୍କାର୍ ଲାଗି ଆମର୍ ଦେଶର୍ ଭିନ୍ ଭିନ୍ ଜାଗା ନୁ ବିଶିଷ୍ଟ ବ୍ୟକ୍ତି ମାନକୁଁ ବଛା ଯାଇଥିବାର୍ ବେଲ୍‌କେ ଆମର୍ ରାଏଜର୍ ବି ୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ କୁଁ ବାଛିଛନ୍ ଆମର୍ କେନ୍ଦ୍ର ସରକାର୍ ।

ସେମାନକଁର୍ ଭିତ୍‌ରୁ ପଦ୍ମଶ୍ରୀ ଲାଗି ଆମର୍ ରାଏଜର୍ ଦୁଇ ଜଣ ମହିଲା ଭିଲ୍ ରହିଛନ୍ । ସେମାନେ ହେଉଛନ ବାଲେଶ୍ୱର ଜିଲ୍ଲାର୍ ଶାନ୍ତିଦେବୀ ଆର୍ କନ୍ଧମାଳ ଜିଲ୍ଲାର୍ ପୂର୍ଣ୍ଣମାସୀ ଜାନୀ । ସମାଜସେବା ଦିଗେ ଶାନ୍ତି ଦେବୀକୁଁ ପଦ୍ମଶ୍ରୀ ଦିଆଯାଉଥିବାର୍ ବେଲ୍‌କେ କଳା ସଂସ୍କୃତି ଦିଗେ ପୂର୍ଣ୍ଣମାସୀ କୁଁ ଇ ସମ୍ମାନ୍ ଦିଆଯିବା । ବୟେସ୍ ଅଧିକା ହେଇଥିଲେ ବି ଇ ଦୁହି ମହିଲାକଁର୍ ଆତ୍ମବିଶ୍ୱାସ ଆର୍ ପରିଶ୍ରମ୍ ଆମର୍ ଓଡିଶା ଲାଗି ଗୁଟେ ନୂଆ ଉଦାହରଣ ସାଜି ପାରିଛେ । ବୁଢୀ ବୟସେ ହାଥ୍ ଗୋଡ ଥରି ଯାଉଥିଲେ ବି ଇ ଦୁହି ଜଣ ନିଜର୍ ଦୃଢ ମନୋବଲ୍ କେ କମ ହେବାର୍ କେ ନାଇ ଦେଇ । ପୂର୍ଣ୍ଣମାସୀ ଜାନୀ ନିଜର୍ କଲା ଲାଗି ଆଜି ଖାଲି ତାକଁର୍ ଅଂଚଲ୍ ନେ ନାଇ ସାରା ଦେଶ୍ ନେ ନାଁ କରିଛନ୍ । ତାକଁର୍ ଭଜନ୍ ଗାଏବାର୍ ନିଶା ଦେଶର୍ କଲା ଦିଗେ ଗୁଟେ ଅଲଗା ପରିଚୟ କରିଛେ । ଭଜନ ଗାଇକରି ସମସ୍ତକଁର୍ ମନ୍ ଘିନୁଛନ୍ ସେ । ତାହାକଁର ଲେଖା ଆର୍ ଗାୟିକି ନେ ସବୁ ସୁର୍ ଆର୍ ଛନ୍ଦ ବାରି ହେଇଯାଉଛେ । ଇ ବୟସେ ଭିଲ୍ ନିଜର୍ କଲା କେ ବଂଚେଇକରି ରଖିଛନ୍ ପୂର୍ଣ୍ଣମାସୀ । ସେନ୍ତା ସମାଜସେବା ମନୋଭାବ୍ ନେଇକରି ରାୟଗଡା ର ଶାନ୍ତିଦେବୀ ଅନାଥ୍ ଛୁଆ ମାନକଁର୍ ମାଁ ସାଜିଛନ୍ । ତାହାକଁର୍ ଦେଖ୍‌ରେଖ୍ କର୍‌ବାର୍ ସାଙ୍ଗେ ସେ ଅନାଥ୍ ଛୁଆ ମାନକୁଁ ପାଠ୍‌ପଢଉଛନ୍ ।

ରାୟଗଡା ଜିଲ୍ଲାର୍ ଆଦିବାସୀ ଅଂଚଲ୍ ନେ ଥିବାର୍ ଅନାଥ୍ ଛୁଆ ମାନକଁର୍ ଲାଗି କାମ କରିଚାଲିଛନ୍ ସେ । ସେବା ସମାଜ୍ ନାଁ ଥି ରାୟଗଡା ଜିଲ୍ଲା ର ୪ଟା ଜାଗା ନେ ଆଶ୍ରମ କରିକିନା ସମାଜ୍‌ସେବା କରୁଛନ୍ ସେ । ନିଜର୍ ଜୁଆନ୍ ବୟସେ ଶାନ୍ତିଦେବୀ ବିନୋଭା ଭାବେକଁର୍ ସାଙ୍ଗେ ଭୁଦାନ୍ ଆନ୍ଦୋଲନ୍ ରେ ସାମିଲ୍ ହେଇଥିଲେ । ସେଦିନୁ ସେ ସମାଜ୍‌ସେବା ଲାଗି ନିଜର୍ ଜୀବନ ଲଗେଇଛନ୍ । ସବୁବେଲେ ଶାନ୍ତିଦେବୀ ମହିଲା ଆର୍ ଶିଶୁ ମାନକଁର୍ ଲାଗି ସେବା କରି ଆସିଛନ୍ ସେଥିର୍ ଲାଗି ୧୯୮୧ ମସିହା ନେ ସେ ରାଷ୍ଟ୍ରପତି ପୁରସ୍କାର୍ ବି ପାଇଥିଲେ । ତାର୍ ସାଙ୍ଗେ ଜମୁନାଲାଲ୍ ବଜାଜ୍ ପୁରସ୍କାର୍ ଟାଇମ ଅଫ୍ ଇଣ୍ଡିଆ ଆର୍ ନୀଲିମାରାଣୀ ସ୍ମୃତି ସମ୍ମାନ ନେ ସମ୍ମାନିତ୍ ହେଇଛନ୍ । ତାକଁର୍ ଇ ସମାଜ୍‌ସେବା କାମ୍ ଲାଗି ଆଏଜ୍ ସେ ଆମର୍ ଓଡିଶାର୍ ନାଁ ସାରା ଦେଶ୍‌ନେ ରଖି ପାରିଛନ୍ ।

ତାକଁର୍ ସାଙ୍ଗେ ଆମର୍ ରାଏଜ୍ ର ଭାସ୍କର୍ଯ୍ୟ ଶିଲ୍ପୀ ସୁଦର୍ଶନ ସାହୁ କୁଁ ପଦ୍ମବିଭୁଷଣ , ସାହିତ୍ୟ ଆର୍ ଶିକ୍ଷା ଲାଗି ରଜତ୍‌କୁମାର୍ କର ଆର୍ ନନ୍ଦ ପୃଷ୍ଟି ,ଆର୍ ଭେଷଜରେ ଡାକ୍ତର୍ କୃଷ୍ଣମୋହନ ପାଠୀକୁଁ ପଦ୍ମଶ୍ରୀ ଲାଗି ବଛା ଯାଇଛେ । ନାରୀ ଇହାଦେ ସବୁ କ୍ଷେତ୍ର ନେ ଆଗେ ରହିଥିବାର୍ ବେଲ୍‌କେ ନିଜର୍ ପ୍ରତିଭା ଆର୍ ସମାଜ୍‌ସେବା ମନୋବୃତି ଲାଗି ଭାରତ୍ ର ସବୁନୁ ବଡ ସମ୍ମାନ୍ ପାଏବାର୍ ଥି କେଭେ ପଛେ ନାଇ ରହି । ଆଗରୁ ବି ପଦ୍ମଶ୍ରୀ ସମ୍ମାନ ଆମର୍ ଦେଶର୍ ଆର୍ ଆମର୍ ରାଏଜର୍ ନାରୀ ମାନକୁଁ ଦିଆଯାଇଥିବାର୍ ବେଲ୍‌କେ ଆମର୍ ଓଡିଶା ର କଲା ଆର୍ ସମାଜସେବା ଦିଗେ ପୁର୍ଣ୍ଣମାସୀ ଜାନୀ ଆର୍ ଶାନ୍ତିଦେବୀ ଆଗ୍‌କେ ଆସିଛନ୍ । ଏତ୍‌କି ବୟସ୍ ହେଇକରି ନିଜର୍ କାମ୍ ଲାଗି ସେମାନେ ଆମର୍ ନାରୀ ଜାତି ଆର୍ ଆଏବାର୍ ପୀଢି ର ଟୁକେଲ୍ ମାନକଁର୍ ଲାଗି ଗୁଟେ ବଡ ଉଦାହରଣ୍ ହେଇ ପାରିଛନ୍ ।

Leave A Reply

Your email address will not be published.