ଦାନା ବାନ୍ଧୁଛେ ଆରଗୁଟେ ଲଘୁଚାପ

ଆଏବାର ୧୯ ତାରିଖନେ ଫେରଗୁଟେ ଲଘୁଚାପ ହେବାର ସମ୍ଭାବନା

0

ଫେର ଗୁଟେ ଲଘୁଚାପ ଆସୁଛେ ଆଗକେ । ଆଏବାର ୧୯ ତାରିଖନେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଲନେ ଗୁଟେ ଲଘୁଚାପ ଦାନା ବାନ୍ଧୁଛେ । ଇ ନେଇକରି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଡୁ ସର୍ତକ ସୂଚନା ଜାରି କରାଯାଇଛେ । ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳନୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ତକ୍ ଗୁଟେ ଟ୍ରଫ୍ ଲାଇନ୍ ସକ୍ରିୟ ରହିଛେ । ଓଡ଼ିଶା ଦକ୍ଷିଣ-ପଶ୍ଚିମ ମୌସୁମୀ ଇହାଦେ ସକ୍ରିୟ ରହିଛେ । ଯାର ଅସରନେ ଦକ୍ଷିଣ ଓଡ଼ିଶା ଆର ଉତ୍ତର ଉପକୂଳ ଓଡ଼ିଶା , ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଖୋବଟେ ଜାଗାନେ ବର୍ଷା ହେବାର ସମ୍ଭାବନା ରହିଛେ ।

ଆଏବାର ୨୪ ଘଂଟା ଭିତରେ ଦକ୍ଷିଣ ଉପକୂଳ ଓଡ଼ିଶା ସାଙ୍ଗେ ରାଜ୍ୟର ଦୁଶରା ଜିଲ୍ଲାମାନଙ୍କର ଭିନ୍ ଭିନ୍ ଜାଗାନେ ବର୍ଷା ହେଇପାରେ । ଇ ସମିୟାନେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ଆର କନ୍ଧମାଳ ଜିଲ୍ଲାର ଗୁଟେ କି ଦୁଇଟା ଜାଗାନେ ଜବର ବର୍ଷା ହେବାର ସମ୍ଭାବନା ରହିଛେ । ୧୭ ତାରିଖ ଦୁଇପ୍ରହର ତକ୍ ଦକ୍ଷିଣ ସଡ଼ିଶା ଆର ଉତ୍ତର ଓଡ଼ିଶାର କିଛି ଜାଗାନେ ହାଲକା ବର୍ଷା ହେବାର ସମ୍ଭାବନା ରହିଛେ । ଇ ସମିୟା ଭିତରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନାଗିରି, କୋରାପୁଟ, ରାୟଗଡ଼ା ଆର କନ୍ଧମାଲ ଜିଲ୍ଲାନେ ଘଡଘଡି ବିଜଲି ସାଙ୍ଗେ ବର୍ଷା ହେଇପାରେ । ଇତାକେ ଆଏଁକ ଆଗାଡେ ରଖିକରି ଇ ସବୁ ଜିଲ୍ଲାମାନକେ ୟେଲୋ ୱାଣ୍ଣିଂଂ ଜାରି କରିଛେ ପାଏନପାଗ ବିଭାଗ ।

Leave A Reply

Your email address will not be published.