ବିନିକା ଥାନାନେ ନାଟ୍‌

ଦିହେ କିରାସିନି ଢାଲିକରି ଆତ୍ମହୁତି ଚେଷ୍ଟା କଲାବେଲେ ଠିକାଦାରକୁଁ କାବୁ କଲା ବିନକା ପୁଲିସ୍‌

0

ଦିହେ କିରାସିନି ଢାଲି ହେଇକରି ଆତ୍ମହୁତି ଚେଷ୍ଟା କରିଥିବାର ଘଟନା ଇହାଦେ ଚର୍ଚ୍ଚାନେ । ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନାନେ ଠିକା ଟଙ୍କାକେ ନେଇକରି ଜନେ ଯୁଆନ୍ ଆତ୍ମହୁତି ଚେଷ୍ଟା କରିଛନ୍ । ଦିହେ କିରାସିନି ଢାଲି ହେଇକରି ନିଆଁ ଲଗାବାର ଲାଗି ଯାଉଥିବାର ବେଲକେ ପୁଲିସ ତାକୁଁ କାବୁ କରିଥିଲା । ସୂଚନା ହିସାବେ । ଗଲା ଦଶ ବଛର ତଲେ ଉଲୁଣ୍ଡା ବ୍ଲକ୍ ଝାରବାହାଲ ଗାଁର ରାସ୍ତା କାମ୍ ଲାଗି ୫ ଲାଖ୍ ଟଙ୍କାର ଡିର୍ପାଟମେଣ୍ଟାଲ କାମ୍ କରାଯାଇଥିଲା । ହେଲେ ସେତକି ବେଲୁ ସେ କାମ୍‌ର ୮୭ ହଜାର ଟଙ୍କା ଆଏଜ୍ ତକ୍ ନାଇଁ ମିଲିଥିବାର ଅଭିଯୋଗ କରିଛନ୍ ଯୁଆନ୍ । କଣ୍ଟ୍ରାକ୍ଟର ତ୍ରିଲୋଚନ ପୁରୋହିତ । ଉଲୁଣ୍ଡା ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବିଜୟ ମୂର୍ତ୍ତି ଇ କାମ୍‌ର ଦାୟିତ୍ୱନେ ଥିବାର ବେଲକେ ସେ ଇ ଘଟନା ନେଇକରି ବିନକା ଥାନାନେ ଗୁଟେ ଅଭିଯୋଗ କରିଥିଲେ । ସେଆଡେ ବିନକା ଥାନା ଅଧିକାରୀ ଦୁହିଜନକୁଁ ଆଜି ଡାକିଥିବାର ବେଲକେ ବାକି ଟଙ୍କା ନାିଁ ମିଲିଥିବାର କହିକରି ସେ ଦିହେ କିରାସିନି ଢାଲି ହେଇଦେଇଥିଲେ ।

Leave A Reply

Your email address will not be published.