ବଜାଶାଲ୍ କଲାକାରକୁଁ ଭେଟଲେ କଂଗ୍ରେସ ନେତା ଭକ୍ତ ଦାସ

ସାଧାରଣତନ୍ତ୍ର ଦିବସ ଲାଗି ଦିଲ୍ଲୀନେ ଜୋରଦାର ଅଭ୍ୟାସ କରୁଛନ୍ କଲାକାର, ଶୁଭେଚ୍ଛା ଜନାଲେ ଭକ୍ତ ଦାସ

0

ଆଏବାର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ କଳାହାଣ୍ଡିର ବଜାଶାଲ୍ ଆଡୁ ନାଚ୍ ଦେଖାବେ କଲାକାର । ଇଥିର ଲାଗି ଜୋରଦାର ପ୍ରସ୍ତୁତି ଚଲେଇଛନ୍ ସବୁ କଲାକାର । ଗଲା ୩ ତାରିଖନୁ ଦିଲ୍ଲୀ ଯାଇଛନ୍ ୮୦ ଜନିଆ କଲାକାର ଗୃପ୍ । ଦିଲ୍ଲୀ ରାଜପଥନେ ବଜାଶାଲ୍‌ର କମାଲ ପୁରା ଦେଶ ଦୁନିଆଁ ଦେଖବାର ଆଘୋନୁ ଭଲକରି ଅଭ୍ୟାସ୍ କରୁଛନ୍ ଯେନ୍ତା ସେଦିନ୍ ଲୁକକଁର ମନ୍ ଘିନିପାରବେ । କଲାକାର ମାନକୁଁ ଉତ୍ସାହିତ୍ କରବାର ଲାଗି ସବୁ ଆଡୁ ଶୁଭେଚ୍ଛା ମାନେ ଜନା ଯାଉଛେ ।

ଆଏଜ କଂଗ୍ରେସ ଦଲର ବରିଷ୍ଠ ନେତା ତଥା ଆଘରର ମନ୍ତ୍ରୀ ଭକ୍ତ ଦାସ ଯାଇକରି ସବୁ କଲାକାରକୁଁ ଭେଟିଛନ୍ । କଲାକାରକଁର ସାଙ୍ଗେ କଥା ହେବାର ସାଙ୍ଗେ ତାକୁଁ ଉତ୍ସାହିତ୍ କରିଛନ୍ । ସମସ୍ତକଁର ସାଙ୍ଗେ କଥା ହେଇକରି ତାକଁର ସୁବିଧା ଅସବିଧା ଭିଲ୍ ପଚରେଇ ବୁଝିଥିଲେ ଭକ୍ତ ଦାସ । କଳାହାଣ୍ଡିର ନାଁ ଦେଶ ଦୁନିଆଁ ଆଗାଡେ ଫେର୍ ଘାଏ ରଖିଥିବାରନୁ ଧନ୍ୟବାଦ୍ ଜନେଇଛନ୍ । ଆଏବାର ସାଧାରଣତନ୍ତ୍ର ଦିବସନେ ଯେନ୍ତା ସବୁ କଲାକାର ଭଲ୍ ପ୍ରଦର୍ଶନ୍ କରବେ ସେଥିର ଲାଗି ଶୁଭେଚ୍ଛା ଭିଲ୍ ଜନେଇଛନ୍ ।

Leave A Reply

Your email address will not be published.