ଭୁବନେଶ୍ୱର ବିମାନ ବନ୍ଦରନେ ଲାଗୁ ହେଲା ନୂଆଁ ଏସଓପି

କରୋନା ଭୂତାଣୁ ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ବଢିଛେ ଚିନ୍ତା, ବିମାନ ବନ୍ଦରନେ ବଢାଗଲା ସୁରକ୍ଷା ବେବସ୍ଥା

0

କରୋନା ଭାଇରସ୍‌ର ନୂଆଁ ଷ୍ଟ୍ରେନ୍ ବାହାରିବାର ଉତାରୁ ଇଟା ଇହାଦେ ସବୁ ଦେଶ ମାନକଁର ଚିନ୍ତାର କାରଣ ବନିଛେ । ବ୍ରିଟେନ୍‌ନେ ଇ ନୂଆଁ ଷ୍ଟ୍ରେନ୍ ଆସିଥିବାର ନେଇକରି ଜନାପଡଲା ଉତାରୁ ଭିନ୍ ଭିନ୍ ଦେଶନେ ବଢିଯାଇଛେ ସୁରକ୍ଷା ବେବସ୍ଥା । ବ୍ରିଟେନ୍‌ନେ ଇହାନେ ଆଏବାର ୩୧ ତାରିଖ୍ ତକ୍ ଲକ୍‌ଡାଉନ୍ ଘୁଷନା କରାଯାଇଛେ ଇତାର ସାଙ୍ଗେ ଫେର୍ ଥରେ କରୋନା ନିୟମ୍ କଡାକଡି କରାଯାଇଥିବାର ନେଇକରି ଜନାପଡିଛେ ।

ଏନ୍ତା ସ୍ଥିତିନେ ବ୍ରିଟେନ୍‌ନୁ ଭାରତକେ ଆସୁଥିବାର ସବୁ ଫ୍ଲାଇଟ୍ ଭିଲ୍ ଇହାଦେ୍ ବାତିଲ୍ କରିଦିଆଯାଇଛେ । ହେଲେ ଫ୍ଲାଇଟ୍ ବାତିଲ୍ କରବାର ଆଘୋନୁ ଯେନମାନେ ବ୍ରିଟେନ୍‌ନୁ ଫିରିଛନ୍ ସେମାନକଁର ଦିହେ କରୋନାର ଇ ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । କାଣା ହେଲା ଯେ କି ବ୍ରିଟେନନୁ ଫିରିଥିବାର କିଛି ଯାତ୍ରୀକୁଁ କରୋନା ହେଇଥିବାର ଜନାପଡିଛେ । ସେଆଡେ ଭୁବନେଶ୍ୱର ବିମାନ୍ ବନ୍ଦରନେ ଭିଲ୍ ଇସବୁକେ ଦେଖିକରି ନୂଆଁ ଏସ୍‌ଓପି ଜାରି କରାଯାଇଛେ ।

ଇ ଏସ୍‌ଓପି ହିସାବେ ୫୫ ବରଷ୍‌ନୁ ଅଏତକା ବରଷ୍ ଥିବାର ସବୁ ଯାତ୍ରୀକଁର ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଲକ କରାଯାଇଛେ । ଇତାର ସାଙ୍ଗେ ବିଦେଶନୁ ଫିରୁଥିବାର ଯାତ୍ରୀକଁର ବାବଦେ ସୂଚନା ଦେବାର ଲାଗି ବିମାନ ସେବା ସୂଚନା ଦେଉଥିବାର ସଂସ୍ଥାକେ ନିର୍ଦ୍ଦେଶ ଦିଆଯାଇଛେ ବିମାନ ବନ୍ଦର ଆଡୁ । ବିମାନ ବନ୍ଦର ଟର୍ମିନାଲ ଭିତରେ ଭୁବନେଶ୍ୱର ମହାନଗର ନିଗମ ଆଡୁ ସ୍ୱତନ୍ତ୍ର କିଓସ୍କନେ ଯାତ୍ରୀକଁର ଯାଂଚ କରାଯିବାର ନେଇକରି ଭିଲ୍ ବେବସ୍ଥା କରାଯାଇଛେ । ଫି ଦିନ୍ ୨୭ଟା ବିମାନ୍ ଭୁବନେଶ୍ୱରନୁ ଯାଉଥିବାର ବେଲକେ ସୁରକ୍ଷା ଦାୟିତ୍ୱ ଉପରେ ଅଏତକା ଗୁରୁତ୍ୱ ଦିଆଯାଉଛେ ।

Leave A Reply

Your email address will not be published.