ବେଲବୁଡଲେ ହାତୀ ଡର୍‌

ବିନକା ଅଞ୍ଚଲନେ ୨୨ଟିକିଆ ହାତୀ ଗୁହୁଡା କରୁଛନ୍ ଉତ୍ପାତ୍‌

0

ଜଙ୍ଗଲ ଛାଡିକରି ଗାଁ ମୁହାଁ ହେଉଛନ୍ ହାତୀ ଗୁହୁଡା । ସୋନପୁର ଜିଲ୍ଲାର ବିନକା ଅଞ୍ଚଲନେ ହାତୀ ମାନେ ଆସିକରି ଧାନ୍ ଚାଉଲ ଖାଇ କରି ବନେ ନୁକସାନ୍ କରୁଛନ୍ । ମହାନଦୀ ପାର ହେଇକରି ହାତୀମାନେ ଗାଁ ମୁହାଁ ହେଉଛନ୍ । ଖାନା ଖୁଜବାର ଆଶ୍‌ଥି ଗାଁ ମାନକୁଁ ଢୁକି କରି ବନେ ନୁକସାନ୍ କରୁଛନ୍ । ଧାନ୍ ଖାଏବାର ସାଙ୍ଗେ କ୍ଷେତ ଭିତରକେ ଯାଇକରି ପନିପରିବା ସବୁକିଛି ମାଡିଦଲି କରି ପଲଉଛନ୍ । ସେଆଡେ ହାତୀ ଡର୍‌ଥି ଗାଁର ଲୁକେ ବେଲବୁଡଲେ କି ଟାଟି କବାଟ ଦେଇକରି ଘରେ ରହୁଛନ୍ । ବନ ବିଭାଗ ଆଡୁ ହାତୀକଁର ସୁରକ୍ଷା ଲାଗି ବିଜଲି କାଟି ଦେଇଥିବାରନୁ ଗଲା ୫ ଦିନ୍ ହେଲାନ ଅନ୍ଧାରେ ରାତି କାଟୁଛନ୍ ଗାଁର ଲୋକ୍ । ହାତୀ ଘଉଡାବାର ଲାଗି ରାତି ରାତି ଭର ଉଜାଗର ରହିକରି ଟାୟାର ଜାଲିକରି ରହୁଛନ୍ ଲୁକେ । ଏକାଥରେ ୨୨ ଟିକିଆ ହାତୀ ଗୁହୁଡା ଆସିଥିବାର ବେଲକେ ଇମାନକଁର ଭିତରେ ଗୁଟେ ଦନ୍ତା ହାତୀ ରହିଛେ । ସିନ୍ଦୁରପୁର, ଗଣେଶପୁର, ଝରାପଡା, ଡଭଲା, ଗୁଲାପଡା ଗାଁ ମାନକେ ହାତୀ ରଖେଇ ବସେଇ ନାଇଁ ଦେବାର ଲୁକକୁଁ । ଫି ଦିନ୍ ସଖାଲୁ ହାତୀପଲ୍ ନଏଦ ପାର ହେଇକରି ଉଲୁଣ୍ଡା ଆଡକେ ଆସୁଛନ୍ ରାତି ହେଲେ ବିନକା ଆଡେ ଯାଉଛନ୍ । ବନ ବିଭାଗ ଆଡୁ ହାତୀ ଘଉଡାବାର ଲାଗି ଚେଷ୍ଟା ଚାଲିଥିବାର କହିଛନ୍ ବିନିକା ରେଞ୍ଜର ।

Leave A Reply

Your email address will not be published.