କେତେ ଦାମ୍‌କିଆ ଜଙ୍ଗଲି ଜିନିଷ୍

ଜଙ୍ଗଲ୍ ର୍ ଜିନିଷ୍ ମାନକୁଁ ବଂଚାବାର୍ ଲାଗି କେଭେ ନିଆଯିବା ପଦକ୍ଷେପ୍ ।

ଗାଁ ଗଅଁଲି ନେ ରହୁଥିବାର୍ ଆଦିବାସୀ ମାନେ କି ଗାଁ ନେ ରହୁଥିବାର୍ ଗରିବ୍ ଲୋକମାନେ ସଭେ , ବେଶିକରି ନିଜର୍ ଜୀବନ୍ ଜୀବକା ଲାଗି ଜଙ୍ଗଲି ଜିନିଷ୍ ଉପ୍‌ରେ ନିର୍ଭର୍ କରିଥିସନ୍ । ସେମାନେ ଜଙ୍ଗଲ୍ ନେ ହେଉଥିବାର୍ ମହୁଲ୍ ଫୁଲ୍ , ହର୍‌ଡା , ବାହାଡା , ଚାର୍ ଆର୍ ବହୁତ୍‌ଟେ ଜଙ୍ଗଲ୍‌ଜାତ ଜିନିଷ୍ ମାନକୁଁ ବିକ୍ରି ବଟା କରିକିନା ନିଜର୍ କୁଟୁମ୍ବ୍ ଚଲେଇଥିସନ୍ । ହେଲେ ସେ ସବୁ ଜିନିଷ୍ ଧିରେ ଧିରେ ଲୋପ୍ ପଏବାର୍ କେ ବସୁଛେ ଆର୍ ତାର୍ ସଂରକ୍ଷଣ ଲାଗି ଇହାଦେ ତକ୍ କିଛି ବି ପ୍ରୟାସ୍ ଆରମ୍ଭ କରା ନାଇଯିବାର୍ ଟା ଦେଖ୍‌ବାର୍ କେ ମିଲୁଛେ ।


ଆଜିର୍ ସମିଆଁନେ ବି ଆମର୍ ପଶ୍ଚିମ୍‌ଓଡିଶାର୍ ଜଙ୍ଗଲ୍ ପାହାଡ୍ ଭିତ୍‌ରେ ରହିଥିବାର୍ ଛୋଟ୍ ଛୋଟ୍ ଗାଁ ମାନକୁଁ ରହୁଥିବାର୍ ଗାଁ ଗଅଁଲି ଲୋକ୍ ହେଉକି ଆଦିବାସୀ ସଂପ୍ରଦାୟ୍ ର୍ ଲୋକ୍ ହେଉନ୍ ସମସ୍ତେ ଜଙ୍ଗଲି ଜିନିଷ୍ ଉପ୍‌ରେ ନିର୍ଭର୍ କରିଥିସନ୍ । ସେ ଜଙ୍ଗଲ୍ ନ ୁ ଆସୁଥିବାର୍ ଜିନିଷ୍ କେ ନେଇକରି ସେମାନେ ତାକଁର୍ ଜୀବନ୍ ଯାପନ୍ କରିଥିସନ୍ । ଜଙ୍ଗଲ୍ ନୁ ଆସୁଥିବାର୍ ମହୁଲ୍ , ଚାର୍ , ହର୍‌ଡା ,ବାହାଡା , ପଲସା ଫୁଲ୍ ଇତ୍ୟାଦିକେ ନେଇକରି ସେମାନେ ବିକ୍ରି କରିଥିସନ୍ ଆର୍ ତାକଁର୍ ଘର୍ ଚଲେଇଥିସନ୍ । କଥାନେ ଅଛେ ଅମୂଲ୍ ମୂଲ୍ ସେ ମହୂଲ୍ ଫୁଲ୍ ତାର୍ ମାନେ ମହୂଲ୍ ଫୁଲ୍ ର୍ ମୂଲ୍ୟ କାଣା ଆଏ ସେଟା ଖାଲି ଜଙ୍ଗଲ୍ ଉପ୍‌ରେ ଭରସା କରିକିରି ରହୁଥିବାର୍ ଲୋକ୍‌ଟେ ହିଁ ଜାନି ପାର୍‌ବା । ଜଙ୍ଗଲ୍‌ନେ ମିଲୁଥିବାର୍ ଜିନିଷ୍ ମାନକୁଁ ବହୁତ୍‌ଟେ ଉପକାରୀ ଜିନିଷ୍ ମାନେ ତିଆରି କରାଯାଇଥିସି ଯେନ୍ତା ହରଡା ବାହାଡା ନୁ ଉଷୋ କଷା ବନାଯାଏସି , ମହୁଲ ର୍ ଟୋଲ୍ ନୁ ତେଲ୍ ତିଆରି କରାଯାଇକରି ବିକ୍ରି କରାଯାଏସି ।

ହେଲେ ସେ ଜିନିଷ୍ ମାନକୁଁ ବଂଚେଇ କରି ରଖ୍‌ବାର୍ ଲାଗି କିଛିବି ପଦକ୍ଷେପ୍ ନିଆ ନାଇଯିବାର୍ , ଯେନଥିର୍ ଲାଗି ଜଙ୍ଗଲ୍ ଉପ୍‌ରେ ନିର୍ଭର୍ ହେଇକରି ଚଲୁଥିବାର୍ ଲୋକ୍‌ମାନେ ବହୁତ୍ ଦୁଃଖେ କଷ୍ଟେ ଜୀବନ୍ ଯାପନ୍ କରୁଛନ୍ । ଜଙ୍ଗଲ୍ ର୍ ଦ୍ରବ୍ୟ ସଂଗ୍ରହ ଆଇନ୍ ଅନୁସାରେ ଫି ବଛର୍ ଜଙ୍ଗଲ୍ ନୁ ଆସୁଥିବାର୍ ଜିନିଷ୍ ମାନକଁର୍ ଏମ୍ ଏସ୍ ପି କରାଯାଇକରି ସବୁ ପଂଚାୟତ୍ ସମିତି ମାନକୁଁ ନୋଟିସ୍ ବୋର୍ଡନେ ସର୍ବସାଧାରଣ ମାନକଁର୍ ଗୋଚରାର୍ଥେ ମୂଲ୍ୟ ଲେଖ୍‌ବାର୍‌କେ ନିର୍ଦ୍ଦେଶ୍ ଦିଆଯାଇଛେ ଆର୍ ଯଦି କେନସି ପଂଚାୟତ୍ ନେ ସେଟା ନାଇ କରାଯାଇଥିବା ହେଲେ ଜିଲ୍ଲାପାଳ ନିଜେ ସେ ଦାମ୍ କେ ଲାଗୁ କରିପାର୍‌ବେ । ହେଲେ ଇହାଦେ ତକ୍ ବି ସେ ଜିନିଷ୍‌ଟା କାର୍ଯକାରୀ ନାଇ ହେଇପାରି ଯେନଥିର୍ ଲାଗି ସବୁ ବଛର୍ ଜଙ୍ଗଲ୍ କେ ଭରସା କରିକିନା ରହୁଥିବାର୍ ଜନଜାତି ମାନେ ଶୋଷଣ୍ ର୍ ଶିକାର୍ ହେଉଛନ୍ । କେତେବେଲେ ବେବ୍‌ସାୟୀ ଆର୍ କେତେବେଲେ ଆର୍ କାହାର୍ ପାସେ ଶୋଷଣ୍ ର୍ ଶିକାର୍ ହେଉଛନ୍ ସେମାନେ । ସର୍‌କାର୍ ପଂଚାୟତ୍ ସମିତି ମାନକୁଁ ଜଙ୍ଗଲ୍ ର୍ ଜିନିଷ୍ ର୍ ବିକ୍ରି ଲାଗି କ୍ଷମତା ଦେଇଥିଲେ ବି ତାର୍ କିଛି ଫାଇଦା ହେଉଥିବାର୍‌ଟା ଦେଖା ନାଇଯିବାର୍ । ଉଲ୍‌ଟା ସବୁ ସରକାରୀ ଅଫିସ୍ ମାନକୁଁ ଜଙ୍ଗଲୀ ଜିନିଷ୍ ସଂଗ୍ରହ୍ ଲାଗି କରାଯାଇଥିବା ଆଇନ୍ ଫାଇଲ୍ ଥି ବନ୍ଧା ହେଇକରି ପଡିଛେ । ଆଗ୍‌କେ ଯଦି ଗାଁ ଗଅଁଲି ନେ ରହୁଥିବାର୍ ଜନଜାତି ମାନକଁର୍ ବିକାଶ୍ ଲାଗି ଜଙ୍ଗଲି ଜିନିଷ୍ ର୍ ସଂରକ୍ଷଣ ଉପ୍‌ରେ ଧ୍ୟାନ୍ ଦିଆଯିବାର୍ କଥା ।