ମିଜାଇଲ ମ୍ୟାନ୍‌ଙ୍କର ଜନମ୍ ଦିନ୍‌

ପହେଲାର ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ୍‌ଙ୍କର ଜନମ୍ ତିଥି

0

୧୫ ଅକ୍ଟୋବର, ଆଝି ପହେଲାର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଜନମ୍ ତିଥି । ଆଝିର ଦିନେ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଲନ କରାଯାଉଛେ । ବିଦ୍ୟାର୍ଥୀଙ୍କୁ ଖୋବଟେ ଭଲ ପାଉଥିଲେ କଲାମ୍ ଆର ତାଙ୍କର ବିକାଶ ଦିଗନେ ଖୋବଟେ କାମ କରିଥିଲେ । ୨୦୧୦ନୁ ଜାତିସଂଘର ଅନୁମୋଦନ ବାଦନୁ ଆଝିର ଦିନକେ ବିଶ୍ୱ ବିଦ୍ୟାର୍ଥୀ ଦିବସ ହିସାବେ ପାଲନ କରାଯାଇ ଆସୁଛେ । ସବୁ ଜାତି, ସବୁ ଧର୍ମର ଲୋକଙ୍କର ପ୍ରିୟ ଥିଲେ କଲାମ । ଲୋକ ତାଙ୍କୁ ମିଜାଇଲ ମ୍ୟାନ୍ ଭାବେ ଝାନସନ୍ । ୧୯୩୧ ଅକ୍ଟୋବର ୧୫ ତାରିଖନେ ତାମିଲନାଡୁର ରାମେଶ୍ୱରମନେ ଜନମ ନେଇଥିଲେ ଇ ମହାନ୍ ପୁରୁଷ । ଭାରତୀୟ ଗଣତନ୍ତ୍ରନେ ଏକାଦଶ ତମ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଲିଥିଲେ କଲାମ୍ ।

ସେ ସବୁ ବେଲେ ସମସ୍ତଙ୍କୁ ଆଗକେ ବଢବାର ଲାଗି ପ୍ରେରଣା ଦେଉଥିଲେ ଆର ନିଜର ସପନା ପୂରା କରବାର ଅଛେ ବେଲେ ସେଟା ପୁରା ନାଇଁ ହେବାର ତକ ସଂଘର୍ଷ ଜାରି ରଖବାକେ ପଡବା ବଲି କହୁଥିଲେ । ଇସ୍ରୋନେ ଭିଲ ସେ ଖୋବଟେ ସମିୟା ତକ୍ କାମ କରିଛନ୍ । ଛୋଟ ବେଲୁ ଗଣିତ କଷବାର ଲାଗି ଭଲ ପାଉଥିବାର କଲାମ୍ ଦିନେ ଭାରତର ନାଁକରା ବୈଜ୍ଞାନିକ ଭାବେ ବିଶ୍ୱ ଦରବାରନେ ନିଜର ସ୍ୱତନ୍ତ୍ର ଗୁଟେ ଛାପ ଛାଡିଯାଇଛନ୍ । ତାଙ୍କର ଗବେଷଣାନେ ଡେଭିଲ, ପୃଥ୍ୱୀ, ତ୍ରିଶୂଳ, ଅଗ୍ନି ଲେଖେଁ ଖୋବଟେ କ୍ଷେପଣାସ୍ତ୍ରର ସଫଲ ଉତକ୍ଷେପଣ କରାଯାଇଥିଲା । ଅଗ୍ନିର ସଫଲତା ବାଦ୍ ଲୋକ କଲାମଙ୍କୁ ମିଜାଇଲ ମ୍ୟାନ୍ ଭାବେ ଝାନଲେ । ୧୯୯୮ ମେ ୧୧ ଆର ୧୩ ତାରିଖନେ ରାଜସ୍ଥାନର ପୋଖରାନ୍‌ଠାନେ ଆଣବିକ ପରୀକ୍ଷା କରିକିନା ସେ ବେଶ ସଫଲତା ପାଇପାରିଥିଲେ । ତାଙ୍କର ସାଧନା ଆର ସଫଲତା ଲାଗି ଖୋବଟେ ଥର ତାଙ୍କୁ ଜାତୀୟ ଅନ୍ତର୍ଯାତୀୟ ସ୍ତରନେ ସମ୍ମାନିତ କରାଯାଇଛେ । ଭାରତ ସରକାରଙ୍କର ଆଡୁ ପଦ୍ମଭୂଷଣ, ପଦ୍ମବିଭୂଷଣ ଆର ସବୁନୁ ସମ୍ମାନଜନକ ଭାରତ ରତ୍ନ ସମ୍ମାନରେ ଭିଲ ସନାମନା କରାଯାଇଥିଲା ।

Leave A Reply

Your email address will not be published.