ଗାଡି ମଟର କାଗଜପତର ନାଇଁଥିଲେ ବଢବା ମୁସ୍କିଲ୍‌

ଜାନୁଆରୀନୁ କାଗଜପତର ଯାଂଚ ସାଙ୍ଗେ ବାଇକ୍‌ନେ ଦୁଇଜନ୍‌କଁର ହେଲମେଟ୍ ପିନ୍ଧା ବାଧ୍ୟତାମୂଲକ୍

0

ରାଜ୍ୟନେ ଫେର୍ ଟ୍ରାଫିକ୍ ନିୟମ୍ କଡାକଡି କରାଯିବା । ଗାଡିମଟର କାଗଜ ପତର ନାଇଁଥିଲେ କି ହେଲମେଟ୍ ନାଇଁ ପିନ୍ଧିଥିଲେ ଗାଡି ଧରିକରି ନାଇଁ ବାହାରୁନ୍ । କାଣା ହେଲା ଯେ କି , ଜାନୁଆରୀ ପହେଲାନୁ ଗାଡି ମଟର କାଗଜ ପତର ଯାଂଚ କରାଯିବାର ଉପରେ ଅଏତକା ଗୁରୁତ୍ୱ ଦିଆଯିବା । ଆଏବାର ମାସନୁ କରୋନା ନିୟମ୍‌କେ ହାଲକା କରାଯାଉଥିବାର ବେଲକେ ଲୋକ୍‌କଁର ଯିବାର ଆଏବାର ଭିଲ୍ ବଢବା । ଆଗକେ ଦୁର୍ଘଟଣା ଆରୁ ଦୁର୍ଘଟଣାନୁ ଯାଉଥିବାର ଜୀବନ୍ ଉପରେ ରୋକ୍ ଲଗବାର ଲାଗି ରାଜ୍ୟ ପରିବହନ୍ ବିଭାଗ ଆଡୁ ଯାଂଚ ବେବସ୍ଥା ଫେର୍ ବଢେଇ ଦିଆଯିବା ।

ଇଟା ନେଇକରି ମୁଖ୍ୟ ଶାସନ ସଚିବ ପରିବହନ୍ କମିସନର ଆର ସବୁ ପୁଲିସ୍ ଏସପି ମାନକୁଁ ଦାୟିତ୍ୱ ଦେଇଛନ୍ । ଇହାଦେ ଭିଲ୍ ହେଲମେଟ୍ ଚେକିଂ ଚାଲିଥିବାର ବେଲକେ ଆଏବାର ମାସନୁ ଗାଡି ପଛଆଡେ ବସଲେ ଭିଲ୍ ହେଲମେଟ୍ ପିନ୍ଧବାର ବାଧ୍ୟତାମୂଲକ୍ କରାଯାଇଛେ । ସଡ଼କ ନିରାପତ୍ତା ନିୟମ୍ ଭିତରେ ଥିବାର ସବୁ ନିୟମ୍ କଡାକଡି କରାଯାଇ କରି ଯାଂଚ ପ୍ରକ୍ରିୟା ଆରମ୍ଭ ହେବା । ସେଆଡେ କୋଭିଡ୍ ନିୟମ୍‌କେ ଆଖି ଆଗାଡେ ରଖିକରି ରାଜ୍ୟର ସବୁ ଆରଟିଓ ଅଫିସ୍ ମାନେ ଭିଲ୍ ବନ୍ଦ ରହିଥିଲା ଯେନଟାକି ଇହାଦେ ଧୀରେ ଧୀରେ ଖୁଲୁଛେ । ସ୍ଥିତିନେ ଟିକେ ସୁଧରିଲା ଉତାରୁ ଇହାଦେ ଗୁଟେ ଉତରୁ ଗୁଟେ ସେବା ଯୁଗାଯାଉଛେ ।

ରାଜ୍ୟନେ ଇହାଦେ ୩ ହଜାର ଆବେଦନକାରୀକୁଁ ସୁଯୋଗ ମିଲିଛେ । ସେଆଡେ ଏଲ୍‌ଏଲ୍ (ଲର୍ଣ୍ଣି ଲାଇସେନ୍ସ) ଲାଗି ଆଏବାର ୩୧ ତାରିଖ ତକ୍ ସମିଆଁ ଦିଆଯାଇଥିବାର ବେଲକେ ଇଥିର ଲାଗି ଆବେଦନ୍ କଲେ ନାଇଁ ହେଉଥିବାର ଅଭିଯୋଗ ହେଇଛେ । ହାତେ ଆର ହପ୍ତେ ସମିଆଁ ଥିବାର ବେଲକେ ଆଗକେ କାଣା କରବେ ସେ ନେଇକରି ଚିନ୍ତା ବଢିଛେ । ସେଆଡେ ଇହାଦେ ୨୪ଟା ଆରଟିଓ କେନ୍ଦ୍ରନେ ଏଲ୍‌ଏଲ୍ ଲାଗି ଆବେଦନ ପ୍ରକ୍ରିୟା ମୁଲ ହେଇଛେ ଆରୁ ବାକି ୧୪ଟା କେନ୍ଦ୍ରନେ ଇହାଦେ ତକ୍ ଆବେଦନକାରୀ ଟାକି କରି ରହିଛନ୍ ।

କେନ୍ ଆରଟିଓନେ କେତେ ଜନ୍ ଆବେଦନ୍ କରିଛନ୍ ଦେଖଲା ଉତାରୁ ଆବେଦନ୍ ସମିଆଁ ବଢାଯିବା କି ନାଇଁ ଚିନ୍ତା କରରଯିବା ବଲି ପରିବହନ୍ ବିଭାଗ ଆଡୁ କୁହଯାଇଛେ । କରୋନା ଲାଗି ଗାଡି ମଟର ଯିବାର ଆଏବାର ଆରୁ କାଗଜ ପତର ଯାଂଚ ଟିକେ ଅଟକେଇ ଦିଆଯାଇଥିଲା ଯେନଟା ଏତକର ଫେର୍ ଆଗକେ ଲାଗୁ କରାଯିବା ।

Leave A Reply

Your email address will not be published.