ପ୍ରମାଣ ରଖଲା ଆୟୁଷ ମନ୍ତ୍ରାଳୟ

କାଢା ପିଇବାର ଦ୍ୱରା ଯକୃତର ନାଇଁ ହୁଏ କ୍ଷତି

0

କରୋନା ଚପେଟନେ ପୂରା ବିଶ୍ୱ ରହିଛେ । କରୋନା ମହାମାରୀ ସାଙ୍ଗେ ସାରା ବିଶ୍ୱ ଇହାଦେ ଲଢେଇ କରୁଛେ । ଇହାଦେ ତକ୍ କରୋନା ଟିକା ଲାଗି ଗବେଷଣା ଚାଲିଥିବାର ବେଲେ ଶରୀରନେ ରୋଗ ପ୍ରତିରୋଧକ ଶକ୍ତି ବଢାବାର ଲାଗି ଘରେଲୁ ଉପାୟ ଆପନେଇଛନ୍ ସଭେ । ଘରେ କାଢା ତିଆର କରିକିନା ପିଇବାର ଲାଗି ଆୟୁଷ ମନ୍ତ୍ରାଳୟ ଆଡୁ ପହେଲାନୁ କୁହାଯାଇଥିଲା । ହେଲେ ଜହଁ ଦିନ ଧରିକରି କାଢା ପିଇଲେ ଶରୀର ଯକୃତରେ କ୍ଷତି ହେବାର ଡର ରହିଥିବାର କୁହାଯାଉଥିଲା । ଏନ୍ତା ମନ୍ତବ୍ୟକେ ଭୁଲ ପ୍ରମାଣିତ କରିଛେ ଆୟୁଷ ବିଭାଗ । ଇ ନେଇକରି ମନ୍ତ୍ରାଳୟ ଆଡୁ ସ୍ପଷ୍ଟିକରଣ ଦିଆଯାଇଥିବାର ବେଲେ, ଇଟା ଦେହ ଲାଗି ଖରାପ ନୁହେଁସେ ବଲି କୁହାଯାଇଛେ ।

କାଢାରେ ବ୍ୟବହୃତ ଦାଲଚିନି, ଗୋଲମରିଚ ଲେଖେନ୍ ଜିନିଷ ଆମେ ରୋଜ ଆମର ତରକାରୀ ପତର ରନ୍ଧାବଢାନେ ବେବହାର କରିଥିସୁ । ତ ଇଟା ଶରୀର ଲାଗି କେନସି କ୍ଷତି ନାଇଁ କରେ । ଇ ସବୁର ବେବହାର କଲେ ଶ୍ୱାସକ୍ରିୟା ଉପରେ ଗୁଟେ ସକରାତ୍ମକ ପ୍ରଭାବ ବକଉଛେ । ଇଠାନେ ଆମେ କହି ରଖବାର ଲାଗି ଚାହୁଁଛୁ ଯେ, ଗଲା ମାର୍ଚ୍ଚ ମାସେ ଆୟୁଷ ମନ୍ତ୍ରାଳୟ ଆଡୁ ଜାରି ନିର୍ଦ୍ଦେଶବଳୀନେ କାଢା ପିଇବାର ଲାଗି କୁହାଯାଇଥିଲା । ଯେନଟାକି ଶରୀରନେ ରୋଗ ପ୍ରତିରୋଧକ ଶକ୍ତି ବଢାବାରନେ ସାହାଯ କରସି ।

Leave A Reply

Your email address will not be published.