ବିଜେଡିର ପ୍ରତିଷ୍ଠା ଦିବସ୍‌, ମହିଲା ସଶକ୍ତିକରଣକେ ମୁଖ୍ୟମନ୍ତ୍ରୀକଁର ଗୁରୁତ୍ୱ

ସଂସଦନେ ମହିଲା ସଂରକ୍ଷଣ କଥା ଉଠାବା ବିଜେଡି: ନବୀନ ପଟ୍ଟନାୟକ

0

ବିଜୁ ଜନତା ଦଲର ଆଏଜ୍ ୨୪ ନମ୍ବର ପ୍ରତିଷ୍ଠା ଦିବସ୍ । ଇ ଅବସରନେ ରାଜ୍ୟ ମୁଖ୍ୟାଳୟ ସାଙ୍ଗେ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ମାନକେ ବିଜେଡି ପ୍ରତିଷ୍ଠା ଦିବସ୍ ପାଲନ୍ କରାଯାଉଛେ । ଭର୍ଚୁଆଲ୍ ମାଧ୍ୟମନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମନେ ଯୋଗ ଦେଇଥିଲେ । ଏତକିବେଲେ ମହିଲା ସଶକ୍ତିକରଣ କଥା ଉଠେଇଥିଲେ ମୁକ୍ୟମନ୍ତ୍ରୀ, ସେ କହିଛନ୍ ଯେ ତାକଁର ସବୁନୁ ପ୍ରିୟ କାର୍ଯ୍ୟକ୍ରମ୍ ହେଲା ମହିଲା ସଶକ୍ତିକରଣ । ସ୍ୱର୍ଗତ୍ ବିଜୁ ପଟ୍ଟନାୟକ ମହିଲାକଁର ଲାଗି କହିଥିବାର କଥାକେ ସୋର୍ ପକେଇଥିଲେ । ବିଜୁ ବାବୁ ବାବୁ ଦିନେ କହିଥିଲେ ଯେ, ଯେନ୍ ମାଁ ବହେନ୍‌ମାନେ ନିଜର ଘରକେ ଅତି ସୁନ୍ଦର ହିସାବେ ଚଲୁଛନ୍ ସେମାନେ ପଂଚାୟତ୍ ସମିତି ଆର ଜିଲ୍ଲା ପରିଷଦକେ ଭିଲ୍ ସମାନ୍ ହିସାବେ ଚଲାବାର କ୍ଷମତା ରଖିଛନ୍ ।

୧୯୯୨ନେ ବିଜୁ ବାବୁ ମହିଲାକଁର ଲାଗି ପଂଚାୟତ ଆର ଚାକିରି କ୍ଷେତ୍ରନେ ୩୩ ଭାଗ୍ ସଂରକ୍ଷଣ ବେବସ୍ଥା ରଖିକରି ଗୁଟେ ନୂଆଁ କଥା ଆରମ୍ଭ କରିଥିଲେ । ପଂଚାୟତ୍ ସ୍ତରନେ ମହିଲାକଁର ପ୍ରତିନିଧିତ୍ୱ ଲାଗି ବିଜେଡି ୫୦ ଭାଗ୍ ସଂରକ୍ଷଣ ବେବସ୍ଥା କରିଛେ । ଏନ୍ତାକି ୨୦୧୯ ଲୋକସଭା ନିର୍ବାଚନ୍ ସମିଆଁନେ ବିଜେଡି ଆଡୁ ୩୩ ଭାଗ୍ ମହିଲାକୁଁ ଟିକେଟ୍ ଦିଆଯାଇଛେ । ଜାତୀୟ ଦଲ ମହିଲାକୁଁ ନେଇକରି ଖାଲି ଇସ୍ତାହାରନେ ବଡ ବଡ କଥା କହୁଥିବାର ବେଲକେ ବାସ୍ତବ୍ ଚିତ୍ର କିନ୍ତୁ ଦୁଶରା । ବିଜେଡି ଆଂଚଳିକ୍ ଦଲ ହେଇଥିଲେ ଭିଲ୍ ଲୋକସଭା ଆର ବିଧାନସଭାନେ ମହିଲାକୁଁ ୩୩ ଭାଗ୍ ସଂରକ୍ଷଣ ଦେବାର ଲାଗି ସଂସଦନେ ଦାବି କରବା ।

ମହିଲାକଁର ହକ୍ ଲାଗି ଦଲ୍ ଶେଷ୍ ତକ୍ କାମ୍ କରବା ଆରୁ ଇ କଥାକେ ସବୁ ପଂଚାୟତ୍ ଆରୁ ଗାଁ ଗାଁନେ ପୁହୁଁଚାଯିବା । ସେଆଡେ ବିଜେଡି ସାଙ୍ଗଠନିକ୍ ସଂପାଦକ୍ ପ୍ରଣବ ପ୍ରକାଶ ଦାସ କହିଛନ୍ ଯେ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧନେ କାମ୍ କରିଛନ୍ ଯେନଥିର ଲାଗି ଦଲ୍ ଆଗକେ ଆଗକେ ବଢି ବଢି ଚାଲିଛେ ।

Leave A Reply

Your email address will not be published.