ରାଜରାସ୍ତାନେ ୫ ଘଣ୍ଟା ଫସି ରହେଲେ କଲାକାର

ଚାଷୀ ଆନ୍ଦୋଲନ ଲାଗି ସାଧାରଣ ଲୋକ୍ ହଏରାନ୍‌, ବଜାଶାଲ୍ କଲାକାର ଫସି ରହେଲେ ବାଟେ

0

ସାଧାରଣତନ୍ତ୍ର ଦିବସ ଦିନ୍ ଦିଲ୍ଲୀ ଲାଲକିଲ୍ଲାନେ ହେଇଥିବାର ଝମେଲା ସ୍ଥିତି ଲାଗି ବହୁତ୍ ଲୋକ୍ ହଏରାନ୍ ହେଇଛନ୍ । ଟ୍ରାକ୍ଟର ରାଲି କରବାର ଲାଗି ଦିଆଯାଇଥିବାର ରୁଟ୍‌ନେ ନାଇଁ ଯାଇକରି ବେରିକେଡ ଭାଙ୍ଗିକରି ଦିଲ୍ଲୀ ଭିତରକେ ଢୁକିଥିଲେ ଚାଷୀ । ଆରୁ ଇ ସବୁ ଭିତରେ ୫ ଘଣ୍ଟାକାଲ୍ ରାସ୍ତାନେ ଫସି ରହିଥିଲେ କଳାହାଣ୍ଡିନୁ ଯାଇଥିବାର ବଜାଶାଲ୍ କଲାକାର । ପରେଡ୍ ସରଲା ଉତାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିଲା ଯେନଇଥିରେ ବଜାଶାଲ୍ କଳାକାର ସାମିଲ ହେଇଥିଲେ । ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ ଶେଷ୍ ହେଲା ଉତାରୁ ଦିଲ୍ଲୀ ରାଜଘାଟନେ ଥିବାର ଗାନ୍ଧୀସ୍ମୁତି ଦର୍ଶନ୍ ଜାଗାକେ ଫିରୁଥିବାର ବେଲେ ଚାଷୀ ଆନ୍ଦୋଲନ୍ ଲାଗି ରାସ୍ତା ଜାମ୍ ହେଇକରି ରହିଥିଲା । ଗୃପ୍‌ର ୮୫ ଜନ୍ ସଦସ୍ୟ ୫ ଘଣ୍ଟା କାଲ୍ ଅଟକି ରହିଥିଲେ । ଦିଲ୍ଲୀ ପୁଲିସ୍‌କଁର ସରାଯ୍ୟନେ କଳାକାରକୁଁ ସେ ଜାଗାନୁ ବାହାର କରାଯାଇଥିଲା । ଘଣ୍ଟା ଘଣ୍ଟା ଧରିକରି ଗାଡି ଭିତରେ ଅଟକି ରହିଥିବାର କଳାକାରକଁର ଖାଏବାର ବେବସ୍ଥା କରାଯାଇଥିଲା । ପଛେ ବେଲବୁଡା ତକ୍ ସବୁ କଲାକାରକୁଁ ସୁରକ୍ଷିତ୍ ଭାବେ ତାକଁର ଜାଗାକେ ନେଇକରି ଛଡାଯାଇଥିଲା ।

Leave A Reply

Your email address will not be published.