ଦୀଆଲି ବଢେଇପାରେ ବିପଦ!

କରୋନା କାଲଥି ଦୀଆଲି ବଢେଇପାରେ ମୁସ୍କିଲ

0

ଆଗକେ ଆସୁଛେ ଆଲୋକର ପରବ ଦୀପାବଳି । ଇ ବଛର ନଭେମ୍ବର ୧୪ ତାରିଖନେ ଦୀବାଲି ପରବ ପଡୁଛେ । ତେଭେ କରୋନା କାଲଥି ଦୀବାଲି ପାଲନକେ ନେଇକରି ଡର ଭିଲ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର ନାଇଁଯାଇ । ସରକାରୀ ଗାଇଡ ଲାଇନ୍ ହିସାବେ ଲୋକ ଯାନାଆନା କରୁଛନ୍ । ହେଲେ ଭିଲ ଫି ଦିନ୍ କରୋନା ସଂକ୍ରମିତଙ୍କର ସଂଖ୍ୟା ଦେଖବାକେ ମିଲୁଛେ । ଦୀବାଲିଥି ଦୀଆ ଜଲାବାର ସାଙ୍ଗେ ରକମ ରକମର ଫଟକା ଫୁଟେଇଥିସନ୍ ଲୁକେ । ଯେନଟାକି ଇ କରୋନା ସମିୟାନେ ଜହ କ୍ଷତିକାରକ ବନବାର ଡର ରହିଛେ ।

ଗୁଟେ ଆଡେ ଥଣ୍ଡା ପଡିଥିବାର ବେଲେ ଦୁଶରା ଆଡେ ଫଟକା ଫୁଟାଲେ ଶ୍ୱାସ ରୁଗୀଙ୍କର ଲାଗି ବିପଦ ସାଜବା । ଥଣ୍ଡା ଲାଗି ପବନନେ ହି ଇ ସବୁ କେମିକାଲ ଗ୍ୟାସ ରହିଯିବା ଆର ଆମର ନିଶ୍ୱାସ ପ୍ରଶ୍ୱାସ ନେବାରନେ ବନବା ଇଟା । ଯେହେତୁ କରୋନା ବେମାରଟା ଶ୍ୱାସ ଆର ଥଣ୍ଡା ଜନିତ ବେମାର ଆଏ, ଇହାଦେ ଧୂଆଁ ଆର ଫଟକା ଫୁଟବାର ଦ୍ୱାରା ବାୟୁ ପ୍ରଦୂଷଣ ହେବାର ସାଙ୍ଗେ ରୋଗୀଙ୍କର ଲାଗି ଭିଲ ସମସ୍ୟା ବଢାବା । ଜହକରି ଶ୍ୱାସ ରୋଗୀଙ୍କର ଲାଗି ଇ କେମିକାଲ ଭରା ଗ୍ୟାସ ବିପଦ ଆନିପାରେ । ଡାକ୍ତର ମାନେ ଭିଲ ଇଥର ଲାଗି ଆଘୋନୁ ସଭିଙ୍କୁ ସତର୍କ କରିଛନ୍ ।

ଥଣ୍ଡା ବଢବାର ସାଙ୍ଗେ କରୋନା ସଂକ୍ରମଣର ସଂଖ୍ୟାନେ ଭିଲ ବୃଦ୍ଧି ପାଏବା । ଥଣ୍ଡା ଆଏବାର ଆଘୋନୁ ଗବେଷକ ଆର ଡାକ୍ତରୀ ଦଲ ଲୋକଙ୍କୁ ଜଗୀରଖି କରି ରହେବାର ଲାଗି ତଥା ବାହାରକେ ଯିବାର ଲାଗି ପରାମର୍ଶ ଦେଉଛନ୍ । ଖାଲି ଯେ ରୁଗୀ କି ସାଧାରଣ ଲୋକ ନୁହେଁ ପଶୁ ପକ୍ଷୀ ଭିଲ ଇଥରେ ଆହତ ହେବେ । ତ ଇ ସବୁକେ ନଜରଥି ରଖିକରି ଯଦି ଇ ବଛର ଦୀବାଲି ମନାବେ ତାହେଲେ ସବକୁ ସୁରକ୍ଷା ମିଲବାର ସାଙ୍ଗେ ପରମ୍ପରା ଭିଲ ରହେବା । ତ ଇ ବଛର ଦୀବାଲିନେ ନିଜେ ଫଟକା ନାଇଁ ଫୁଟଉନ୍ ଆର ଆଶର ପାଶର ଲୁକଙ୍କୁ ଭିଲ ଇ ମେସେଜ୍ ଟା ଦେଉନ୍ । ଦୀଆ ଜାଲିକରି ଇ ବଛର ଦୀବାଲି ମନାବାର ଲାଗି ଚେଷ୍ଟା କରୁନ୍ । ଯେନ୍ତାକି ରୋଗୀଙ୍କୁ ସମସ୍ୟା ନାଇଁ ହୁଏ ଆର ରୋଗୀଙ୍କର ସଂଖ୍ୟାନେ ଭିଲ ବୃଦ୍ଧି ନାଇଁ ହୁଏ ।

Leave A Reply

Your email address will not be published.