ବଲାଙ୍ଗିରର ସୁନା ଟୁକେଲ ବୀଣା ଥାପା

ରାଜ୍ୟ ସ୍ତର ସୁଟିଂ ପ୍ରତିଯୋଗିତାନେ ବଲାଙ୍ଗିରର ପିଲା ଟୁକେଲ୍ ଦେଖାଲେ କମାଲ୍

0

ବଲାଙ୍ଗିରର ନାଁ ରଖିଛନ୍ ତିନ୍ ଜନ୍ ପିଲା ଟୁକେଲ । ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲନେ ହେଇଥିବାର ରାଜ୍ୟ ସ୍ତରୀୟ ୧୦ ମିଟର ଏୟାର ରାଇଫଲ୍ ଓପନ୍ ସାଇଟ୍ ସୁଟିଂ ପ୍ରତିଯୋଗିତାନେ ଭାଗ ନେଇଥିଲେ ଇମାନେ । ବଲାଙ୍ଗିରର ଟୁକେଲ ବୀଣା ଥାପା ଗୋଲ୍ଡ ମେଡାଲ୍ ଜିତିଥିବାର ବେଲକେ ଅମିତ୍ ନନ୍ଦ ଆରୁ ଟୁଲୁ ସେନ୍ ବାକି ଦୁଇଜନ୍ ପିଲା ସିଲଭର୍ ମେଡାଲ୍ ଜିତିଛନ୍ । ସବୁନୁ ବଡ କଥା ହେଲା ଇମାନେ ମାତ୍ର ୪ ଦିନ୍ ଅଭ୍ୟାସ୍ କରିକିନା ରାଜ୍ୟ ସ୍ତର ଖେଲନେ ଭାଗନେଇକରି ପଦକ୍ ଜିତିଛନ୍ । ସହରର ପିପି ଏକାଡେମୀ ସ୍କୁଲ ଆଗାଡେ ଧଳା କାଗଜନେ ଟାର୍ଗେଟ୍ କରିକିନା ଅଭ୍ୟାସ କରିଥିଲେ ସଭେ । ତ ଆଗକେ ଇମାନକୁଁ ଠିକ୍ ଟ୍ରେନିଂ ଆରୁ ଭିତ୍ତିଭୂମି ମିଲଲେ ଆଏବାର ଦିନେ ଜାତୀୟ ସ୍ତର ପ୍ରତିଯୋଗିତାନେ ଭିଲ୍ ପଦକ୍ ଜିତିପାରବେ ବଲି ଆଶ୍ ରଖିଛନ୍ ପ୍ରତିଯୋଗୀ ।

ସେଆଡେ ବଲାଙ୍ଗିର ମାଏଟ୍ ଲାଗି ଗୌରବ ଆନିଥିବାର ଟୁକେଲ ପିଲାକୁଁ ଉତ୍ସାହିତ୍ କରବାର ଲାଗି ବଲାଙ୍ଗିରନେ ଆରଏନ୍ ସିଂହଦେଓ ସୁଟିଂ କ୍ଲବ୍ ଆଡୁ ଗୁଟେ ସମ୍ବର୍ଦ୍ଧନା ସଭାର ଆୟୋଜନ୍ କରାଯାଇଥିଲା । ଇଥରେ ଆଘରର ସାଂସଦ କଲିକେଶ ନାରାୟଣ ସିଂହଦେଓ ସାମିଲ୍ ହେଇକରି ସବୁ ପ୍ରତିଯୋଗୀକୁଁ ସମ୍ମାନିତ୍ କରିଥିଲେ । କାର୍ଯ୍ୟକ୍ରମନେ ଆଘରର ସାଂସଦ ପଲିକେଶ ନାରାୟଣ ସିଂହଦେଓ ଭିଲ୍ ସାମିଲ୍ ହେଇକରି ଇ ପ୍ରତିଯୋଗୀ ମାନକୁଁ ସମ୍ମାନିତ୍ କରିଥିଲେ । ଆଏବାର ଦିନେ ବଲାଙ୍ଗିର ସହରନେ ଏନ୍ତା ପ୍ରତିଭା ମାନକୁଁ ବାହାର କରାଯାଇକିନା ତାକଁର ଟ୍ରେନିଂ ଲାଗି ବେବସ୍ଥା କରାଯିବା ବଲି ସେ କହିଛନ୍ । ସେଆଡେ ପ୍ରତିଯୋଗୀକୁଁ ୪ ଦିନ୍ ଭିତରେ ଅଭ୍ୟାସ୍ କରେଇକିନା ପ୍ରତିଯୋଗିତାକେ ପଠାବାରନେ କୋଚ ମଧୁସୂଦନ୍ ପୋଢ ବହୁତ୍ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.