ବାହାରିଲା ନବୀନକଁର ମନ୍ତ୍ରୀ ମଣ୍ଡଳର୍ ସଦସ୍ୟକଁର ସମ୍ପତ୍ତି ଲିଷ୍ଟ୍‌

୬୪ କୋଟିର ମାଲିକ୍ ନବୀନ୍ ପଟ୍ଟନାୟକ, ୮୦ଟା ଗାଡିର ମାଲିକ୍ ନବ ଦାସ୍

0

ସରକାରୀ ବେବସ୍ଥାନୁ ଦୁର୍ନୀତି ହଟାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ ବଡ ଘୋଷଣା କରିଥିଲେ । ବିଜେଡି ପ୍ରତିଷ୍ଠା ଦିବସନେ ମୁଖ୍ୟମନ୍ତ୍ରୀ ସବୁ ନେତା, ମନ୍ତ୍ରୀନୁ ନେଇକରି ସରକାରୀ କର୍ମଚାରୀକଁର ସମ୍ପତ୍ତି ର ଲିଷ୍ଟ ସର୍ବସାଧାରଣନେ ବାହାର କରାଯିବାର ନେଇକରି ଘୋଷଣା କରିଥିଲେ । ୨୦୧୯-୨୦ ଆର୍ଥିକ ବଛରର ସମ୍ପତ୍ତି ଲିଷ୍ଟ ବାହାରିଛେ । ଇ ଲିଷ୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ଭିଲ୍ ସମ୍ପତ୍ତି ଲିଷ୍ଟ ସର୍ବସାଧାରଣନେ ବାହାର କରାଯାଇଛେ । ନବୀନକଁର ମୋଟ୍ ସମ୍ପତ୍ତିହେଉଛେ ପ୍ରାୟ ୬୪ କୋଟି ଟଙ୍କା । ତାକଁର ପାଶେ (୧୯୮୦) ପୁରୁନା ମଡେଲ୍‌ର ଗୁଟେ ଆମ୍ବାସାଡର କାର ରହିଛେ ଯେନଟା ୮ ହଜାର ୯୦୫ କୋଟି ଟଙ୍କା । ନବୀନକଁର ନାଁନେ ୭ଟା ବ୍ୟାଙ୍କ ଆକାଉଣ୍ଟ ରହିଛେ । ସେଥରୁ ଦିଲ୍ଲୀନେ ୩ଟା ଆରୁ ବାକିସବୁ ରାଜ୍ୟନେ ରହିଛେ । ୨୦୧୯ ମାର୍ଚ୍ଚ ମାସ ବେଲ ତକ୍ ମୁଖ୍ୟମନ୍ତ୍ରୀକଁର ପାଶେ ୨ ଲାଖ୍ ୧୨ ହଜାର ୨୫୨ ଟଙ୍କାର ଅଲଙ୍କାର ଥିଲା ଯେନଟା ୨୦୨୦ ମାର୍ଚ୍ଚ ମାସ୍ ତକ୍ ବଢିକରି ୨ଲାଖ୍ ୬୯ ହଜାର ୫୮୭ ଟଙ୍କା ହେଇଛେ । ୨୦୧୮-୧୯ ଆର୍ଥିିକ୍ ବଛରନେ ନବୀନ୍ ତାକଁର ବହେନ୍ ଗୀତା ମେହେଟ୍ଟାକଁରଠାନୁ ୧୫ ଲାଖ୍ ଟଙ୍କା ହାତ୍ ଉଧାର କରିଥିଲେ ଆରୁ ଇଟଙ୍କା ସେ ସୁଝି ସାରିଛନ୍ । ଓଡ଼ିଶା ବାହାରେ ଉତ୍ତରପ୍ରଦେଶ, ଦିଲ୍ଲୀନେ କୁଠା, ଚାଷ ଜମି ରହିଛେ । ଇତାର ସାଙ୍ଗେ ନବୀନ ନୀବାସନେ ଥିବାର କୁଠା ଆରୁ ଜମିନେ ମୁଖ୍ୟନ୍ତ୍ରୀକଁର ଦୁଇ ତୃତୀୟାଂଶ ରହିଛେ । ଇତାର ଆନୁମାନିକ୍ ମୂଲ୍ୟ ୯ କୋଟି ୫୨ ଲାଖ୍ ୪୬ ହଜାର ୧୯୦ଟଙ୍କା ରହିଛେ । ଇ ସବୁ ମିଶେଇକରି ମୁଖ୍ୟମନ୍ତ୍ରୀକଁର ପାଶେ ୬୩ କୋଟି ୬୪ ଲାଖ୍ ୧୫ ହଜାର ୨୬୧ ଟଙ୍କା ରହିଛେ ।  ସେଆଡେ ମୁଖ୍ୟମନ୍ତ୍ରୀକଁର ସାଙ୍ଗେ ରାଜ୍ୟ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟକଁର ଭିଲ୍ ସମ୍ପତ୍ତି ତାଲିକା ବାହାରିଛେ ।
ମନ୍ତ୍ରୀ ନିରଞ୍ଜନ ପୂଝାରୀ- ସୋନପୁର ଆର ଯାଜପୁର ଜିଲ୍ଲା ଜମି, ଘର ଦ୍ୱାର ମିଶେଇ କରି ୧୮ ଏକଡ୍ ଜମି ରହିଛେ ଇତାର ଦାମ୍ ଗୁଟେ କୋଟି ୩୨ ଲାଖ୍ ୬୭ ହଜାର ୯୭୭ ଟଙ୍କା । ୭ଟା ବ୍ୟାଙ୍କ୍ ଆକାଉଣ୍ଟନେ ୬୧ ଲାଖ୍ ୮ ହଜାର ଟଙ୍କା ରହିଛେ, ମଟର ସାଇକଲ ଗୁଟେ ଆରୁ ଦୁଇଟା କାର୍ ରହିଛେ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ- ଢେଙ୍କାନଳନେ ୩୪ ଲକ୍ଷ ଟଙ୍କାର ଜମି ଆରୁ ଘର ରହିଛେ ।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଗୁଟେ କୋଟି ୫୨ ଲାଖ୍ ୯୭ ହଜାର ୫୮୬ ଟଙ୍କାର ସମ୍ପତ୍ତି ରହିଛେ ।
ମନ୍ତ୍ରୀ ପ୍ରତାପ ଜେନା- ୬ କୋଟି ୯୪ ଲାଖ୍ ୫ହଜାର ଟଙ୍କାର ଜମି ରହିଥିବାର ବେଲକେ ୧୦ କୋଟି ୩୫ ଲାଖ୍ ଟଙ୍କା ମୂଲ୍ୟର ବେବସାୟିକ୍ କୁଠା ରହିଛେ । ୩୦ ଲାଖ୍ ଟଙ୍କାର ଲୋନ୍ କରିଛନ୍ ।
ଅରୁଣ ସାହୁ- ୫ ହଜାର ଟଙ୍କାର ହିରୋ ହୋଣ୍ଡା ଗାଡି, ଇନୋଭା କାର୍ , ସ୍ୱିଫ୍ଟ୍ କାର ଆରୁ ୧୯ ଲାଖ୍ ୪୩ ହଜାର ଟଙ୍କାର ସୁନା ଅଲଙ୍କାର ରହିଛେ ।
ଟୁକୁନି ସାହୁ- ବଲାଙ୍ଗିର ଟିଟଲାଗଡ଼, ଭୁବନେଶ୍ୱର ଆଇଗିଣିଆ ଆରୁ ଖଣ୍ଡଗିରିନେ ମିଶେଇକରି ଗୁଟେ କୋଟି ୯୪ ଲାଖ୍ ଟଙ୍କାର ୧୧ଟା ପ୍ଲଟ୍ ରହିଛେ ।
ସୁଦାମ୍ ମାର୍ଣ୍ଡି- ଗୁଟେ କୋଟି ଟଙ୍କାର ୪ଟପ୍ପ୍‌ଟ୍‌, ଭୁବନେଶ୍ୱର ନୟାପଲ୍ଲୀନେ ୪୦ ଲାଖ୍ ଟଙ୍କାର ଗୁଟେ ଫ୍ଲାଟ୍‌, ବାରିପଦାନେ ୪୫ ଲାଖ୍ ଟଙ୍କାର ଘର ରହିଛେ । ଗୁଟେ ରିଭଲ୍‌ଭର, କାର୍ ଆରୁ ସୁନାରୂପା ରହିଛେ ଯେନଟା ୬ ଲାଖ୍ ୫୫ ହଜାର ଟଙ୍କା ।
ଜଗନ୍ନାଥ ସାରକା- ଗୁଟେ ଲାଖ୍ ଟଙ୍କାର ସୁନା ଅଲଙ୍କାରରାୟଗଡ଼ାନେ ୧୯ ଏକଡ୍‌ର ୮ଲାଖ୍ ଟଙ୍କାର ଜମି ସାଙ୍ଗେ ଦୁଶରା ଜାଗାନେ ଭିଲ୍ ଜମି ରହିଛେ ।
ଦିବ୍ୟଶଙ୍କର ମିଶ୍ର- ଭବାନୀପାଟଣାନେ ୫ କୋଟିନୁ ଅଏତକା ଜମିବାଡି, ଗୁଟେ କୋଟି ୩୦ ଲାଖ୍ ଟଙ୍କାର ଘର, ୮୨ ଲାଖ୍ ୩୬ ହଜାର ଟଙ୍କାର ବାକି ସମ୍ପତ୍ତି ରହିଥିବାର ବେଲକେ ୧୬ ଲାଖ୍ ଟଙ୍କାର ଦୁଇଟା ଦାମୀ ଗାଡି ରହିଛେ ।
ମନ୍ତ୍ରୀ ଅଶୋକ ପଣ୍ଡା- ୬ କୋଟି ୩୦ ଲାଖ୍ ଟଙ୍କାର ଜମି ଆରୁ ଘର ରହିଛେ । ସ୍ତ୍ରୀକଁର ନାଁନେ ଗୁଟେ କୋଟି ୩୮ ଲାଖ୍ ଟଙ୍କାର ଜମି ଆରୁ ଘର ରହିଛେ ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ୨୭ ଲାଖ୍ ୬ ହଜାର ୫୪୦ ଟଙ୍କାର ସମ୍ପତ୍ତି । ଘରବାଡି ଆରୁ ବାକି ସମ୍ପତ୍ତି ମିଶଲେ ୬୩ ଲାଖ୍ ୬୦ ହଜାର ଟଙ୍କାର ସମ୍ପତ୍ତି ଅଛେ ।
ମନ୍ତ୍ରୀ ରଘୁନନ୍ଦନ ଦାସ- ଜଗତସିଂହପୁରନେ ୧୭ ଲାଖ୍ ଟଙ୍କାର ଚାଷ ଜମି, ୩୨ ଡିସମିଲ ଜମିନେ ଘର କରିଛନ୍ । ଜମି ଆରୁ କୁଠାର ଦାମ୍ ୨ କୋଟି ଟଙ୍କା ହେବା ।
ମନ୍ତ୍ରୀ ପ୍ରେମାନନ୍ଦ ନାୟକ- ପୁରୀ ସମଙ୍ଗାନେ ୧୦ ଲାଖ୍ ଟଙ୍କାର ଘର ଘିନିଛନ୍ । ୧୬ ଲାଖ୍ ୪ ହଜାର ଟଙ୍କାର ସୁନା ଗହନା ରହିଛେ ।
ମନ୍ତ୍ରୀ ତୁଷାରକାନ୍ତି ବେହେରା- ୮ ଲାଖ୍ ଟଙ୍କାର ଜମି ରହିଛେ ଭୁବନେଶ୍ୱର ଭୁଆଶୁଣୀ ମୌଜାନେ । ବ୍ୟାଙ୍କନେ ୩ ଲାଖ୍ ୫୨ ହଜାର ୬୦୯ ଟଙ୍କା ଆରୁ ହାତେ ଅଢେଇ ଲାକ୍ ଟଙ୍କା ରହିଥିବାର ଦର୍ଶେଇଛନ୍ ।
ପଦ୍‌ମିନୀ ଦିଆନ- କୋରାପୁଟନେ ୧୫ ଲାଖ୍ ୫୦ ହଜାର ଟଙ୍କାର ଚାଷ ଜମି, ମହିନ୍ଦ୍ରା ସ୍କର୍ପିଓ, ସ୍କୁଟି, ସ୍ୱାମୀକଁର ନାଁନେ ଗୁଷଯ ଟ୍ରାକ୍ଟର, ଗୁଟେ ଏସୟୁଭି । ୪ ଲାଖ୍ ୫୦ ହଜାର ଟଙ୍କାର ସୁନାରୂପା ରହିଛେ ।
ମନ୍ତ୍ରୀ ନବ ଦାସ- ୮୦ଟା ଗାଡି, ୩ଟା ବନ୍ଧୁକ୍‌, ଝାରସୁଗୁଡା, ନୂଆଦିଲ୍ଲୀ, କଲିକତା, ଭୁବନେଶ୍ୱରନେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛେ । ୨୦୨୦ ମାର୍ଚ୍ଚ ମାସ୍ ଭିତରେ ତାକଁର ସମ୍ପତ୍ତିର ତାଲିକା ସେ ଦର୍ଶେଇଛନ୍ । ହାତେ ୧୦ ଲାଖ୍ ୫୦ ହଜାର ୫ଶହ ଟଙ୍କା ରହିଛେ । ୮୦ଟା ଗାଡି ଭିତରୁ ମର୍ସିଡିଜ୍ ବେଞ୍ଜ, ଭାରତ ବେଞ୍ଜ, ସାଙ୍ଗେ ୧୬ଟା ଦାମୀ କାର୍ । ଟିପର୍‌, ଟ୍ରାକ୍ଟର ଲେଖେଁ ଗାଡି ଭିଲ୍ ରହିଛେ ।
ଇ ସବୁ ସମ୍ପତ୍ତି ତାଲିକା ମୁଖ୍ୟମନ୍ତ୍ରୀକଁର କାର୍ଯ୍ୟାଳୟ ୱେବସାଇଟନେ ଦିଆଯାଇଛେ ।

Leave A Reply

Your email address will not be published.