କରୋନାନେ ଡାକ୍ତର ଚିତ୍ତରଂଜନ କରକଁର ବିୟୋଗ୍‌

ରାଜ୍ୟର ଜନେ ଜନାଶୁନା କିଡନୀ ବିଶେଷଜ୍ଞ ଡାକ୍ତର ହିସାବେ ଚିତ୍ତରଂଜନକଁର ଥିଲା ନାଁ

0

ଓଡ଼ିଶା ମେଡିକାଲ୍ ଜଗତର ନାଁକରା ଡାକ୍ତର ପ୍ରଫେସର ଚିତ୍ତରଞ୍ଜନ କରକଁର ବିୟୋଗ୍ । ସେ ଏସସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖିଆ, ରାଜ୍ୟର ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ୍ ଅଫିସର୍ ଭାବେ କାମ୍ କରୁଥିଲେ । ୫୭ ବରଷଥି କରୋନାନେ ତାକଁର ଜୀବନ୍ ଯାଇଛେ । ଗଲା ସେପ୍ଟେମ୍ବର ମାସେ ସେ କରୋନା ବେମାରନେ ପଡିଥିବାର ବେଲକେ ତାକୁଁ ମେଡିକାଲନେ ଭର୍ତ୍ତି କରାଯାଇଥିଲା । ତାକଁର ଫୁସ୍‌ଫୁସ୍‌ନେ ସଂକ୍ରମଣ ବଢିଯିବାରନୁ ଗଲାମାସେ ଚେନ୍ନାଇ ଏମଜିଏମ୍ ଡାକ୍ତରଖାନାକେ ପଠାଯାଇଥିଲା । ସେଠାନେ ଚିକିତ୍ସା କଲା ବାଦ୍ ସେ ଟିକେ ଠିକ୍ ଆସିଥିଲେ ହେଲେ, ଗଲା କାଲି ଫେର୍ ତାକଁର ଦିହି ବିଗଡିଥିଲା । ଆରୁ ଗଲାକାଲି ବେଲବୁଡର ୫ ବଜାନେ ତାକଁର ଜୀବନ୍ ଯାଇଥିବାର ଜନାପଡିଛେ । ଡାକ୍ର କର ୧୯୬୩ ମସିହାନେ ସୁନ୍ଦରଗଡ଼ ଜିଲ୍ଲା ପାନପୋଷନେ ଜନମ୍ ହେଇଥିଲେ ।

ଏସ୍‌ସିବି ମେଡିକାଲ କଲେଜନୁ ଏମ୍‌ବିବିଏସ୍‌, ବୁର୍ଲାନୁ ଏମ୍‌ଡି ଆରୁ ବାରଣାସୀନେ ଡିଏମ୍ କରଲା ଉତାରୁ ସେ ଡାକ୍ତରୀ ଜୀବନ୍ ମୁଲ କରିଥିଲେ । ତାକଁର କାମ୍ କରବାର ସମିଆଁ ଭିତରେ ଭିନ୍ ଭିନ୍ ଜାଗାନେ ଲୁକକଁର ସେବା କରବାର ସାଙ୍ଗେ ଗୁରଦୁଟେ ପ୍ରଶଂସା ପାଇଛନ୍ ତାକଁର କାମ୍ ଲାଗି । ରାଜ୍ୟର ପହେଲା କିଡନୀ ପ୍ରତିରୋପଣ ୟୁନିଟ୍‌ନେ ସେ ଥିଲେ ଜନେ ସଦସ୍ୟ । ରାଜ୍ୟନେ କାଡାଭେରିକ୍ ପ୍ରତିରୋପଣନେ ନୋଡାଲ ଅଫିସର ଭାବେ କାମ୍ କରୁଥିଲେ ଡାକ୍ତର କର । ତାକଁର ଆଡୁ ରାଜ୍ୟନେ ୬ ଟା କାଡାଭେରିକ୍ ପ୍ରତିରୋପଣ ସଫଲ ହିସାବେ ହେଇପାରିଛେ । ସେ କରୋନା ରୋଗୀକଁର ସାଙ୍ଗେ ସିଧା ସଲଖ୍ ମିଶବାରନୁ ଆରୁ କରୋନା ରୋଗୀକଁର ଡାଏଲିସିସ୍ କରବାର ଲାଗି ସେ କରୋନା ପଡିଥିଲେ । ପ୍ଲାଜମା ଦିଆଗଲା ବାଦ୍ ତାକଁର ଦିହି ଟିକେ ଭଲ ହେଇଆସିଥିଲା ହେଲେ ଫୁସ୍‌ଫୁସ୍ ସଂକ୍ରମଣ ଲାଗି ତାକଁର ଜୀବନ୍ ଯାଇଥିବାର ଜନାପଡିଛେ । ଡାକ୍ତର ର୍କଁର ବିୟୋଗନେ ଗୁଟେ ବଡ କ୍ଷତି ହେଇଥିବାର ବେଲକେ ସଭେଁ ତାକଁର ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରିଛନ୍ ।

Leave A Reply

Your email address will not be published.