ରହସ୍ୟ ଘେରନେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍‌କଁର ମୃତ୍ୟୁ

ମୃତ ଅଧ୍ୟାପକକଁର ପରିବାର ଲୋକ୍ ଆରୁ ସ୍ତ୍ରୀକଁ ଭିତରେ ଝମେଲା

0

ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟାପକ୍ ପ୍ରକାଶ ଚନ୍ଦ୍ର ମୃତ୍ୟୁ ଘଟନା ଇହାଦେ ଭିଲ୍ ରହସ୍ୟ ଭିତରେ ରହିଛେ । ଗଲା ଅଗଷ୍ଟ ୩୧ ତାରିଖ ଦିନ୍ ବଲାଙ୍ଗିରର ଆଲୋକନଗରର ଭଡାଘରୁ ତାକଁର ମଲାଦେହ ମିଲିଥିଲା । ସେତେବେଲେ ସେ ଆତ୍ମହତ୍ୟା କରିଥିବାର କଥା ତାକଁର ସ୍ତ୍ରୀ ପୁଲିସକେ କହିଥିଲେ, ହେଲେ ପ୍ରକାଶକଁର ପରିବାର ଲୁକେ ତାକୁଁ ହତ୍ୟା କରାଯାଇଥିବାର ଅଭିଯୋଗ ଆନିଥିଲେ । ପ୍ରକାଶକଁର ସ୍ତ୍ରୀକଁର ନାଁନେ ଅଭିଯୋଗ ଆନିଥିଲେ ତାକଁର ପରିବାର ଲୁକେ । ଆଏଜ୍ ଫେର୍ ଇ କଥାକେ ନେଇକରି ଦୁଇ ଗୋଷ୍ଠୀ ଭିତରେ ଝମେଲିଆ ସ୍ଥିତି ବନିଥିଲା ।

କଲେଜର କିଛି କାଗଜ ପତର ଆଲୋକକଁର ଭଡାଘରେ ରହିଥିଲା ଯେନଥିର ଲାଗି କଲେଜ ଆଡୁ ଥାନାନେ କୁହାଯାଇଥିଲା । କାଗଜ ପତର ଆନବାର ଲାଗି ପୁଲିସ ପ୍ରକାଶକଁର ପରିବାର ଆରୁ ତାକଁର ସ୍ତ୍ରୀକୁଁ ଡାକିଥିଲା । ଆରୁ ସେଠାନେ ଫେର୍ ଦୁଇ ଗୋଷ୍ଠୀ ଆଡୁ ପ୍ରକାଶକଁର ମୃତ୍ୟୁକେ ନେଇକରି ଦୋଷ ଲଦାଲଦି ହେଇଥିଲେ । ପ୍ରକାଶକଁର ଭାଇମାନେ ସମ୍ପତ୍ତି ଲୁଭନେ ତାକୁଁ ହତ୍ୟା କରିଥିବାର ପ୍ରକାଶକଁର ସ୍ତ୍ରୀ ଅଭିଯୋଗ ଆନିଥିଲେ । ଦୁଶରା ଆଡେ ପରିବାର ଲୁକେ ଇଟା ପ୍ଲାନ୍ କରାଯାଇକରି ହତ୍ୟା ହେଇଥିବାର ଅଭିଯୋଗ କରିଛନ୍ । ବୌଦ୍ଧ ମର୍ଜାକୁଦା ଗାଁର ପ୍ରକାଶ ବଲାଙ୍ଗିର ଆଲୋକନଗର ପଡାନେ ରହୁଥିବାର ବେଲକେ ରାଜେନ୍ଦ୍ର କଲେଜନେ ଅଧ୍ୟାପକ ଭାବେ କାମ୍ କରୁଥିଲେ । ଗଲା ଅଗଷ୍ଟ ୩୧ ତାରିଖନେ ତାକଁର ଘରୁ ଝୁଲୁଥିବାର ଅବସ୍ଥାନେ ତାକଁର ମଲାଦେହ ମିଲିଥିଲା ।

ଦିହେ କଟା ଦାଗ ଥିବାର ବେଲକେ ପ୍ଲାଷ୍ଟିକ୍ ରସିନେ ଝୁଲୁଥିବାର ଅବସ୍ଥାନେ ପୁଲିସ ମଲାଦେହ ଉଦ୍ଧାର କରିଥିଲା । ତାକଁର ଦେହ ଭଲ ନାଇଁ ଥାଇ ଆରୁ ଡାକ୍ତର ତାକୁଁ କରୋନା ପରୀକ୍ଷା ଲାଗି କହିଥିଲେ ଯେନଥିର ଲାଗି ସେ ଚିନ୍ତାନେ ରହୁଥିବାର ତାକଁର ସ୍ତ୍ରୀ ସେତେବେଲେ କହିଥିଲେ ପୁଲିସକେ । ଇହାଦେ ତକ୍ ଭିଲ୍ ପୁଲିସ୍ ଇଟା ହତ୍ୟା କି ଆତ୍ମହତ୍ୟା ଯେ ଜାନି ନୁହେଁପାରେ । ସେଆଡେ ପ୍ରକାଶକଁର ପରିବାର ଆର ତାକଁର ସ୍ତ୍ରୀ ତାକଁର ପରିବାର ଲୁକକୁଁ ହତ୍ୟା କରିଥିବାର ନେଇ ଦୋଷ୍ ଦେଉଛନ୍ ।

Leave A Reply

Your email address will not be published.