କେନ୍ତା ଥିଲେ ସହିଦ ରେଣ୍ଡୋ ମାଝୀ?

ସହିଦ ରେଣ୍ଡୋ ମାଝୀକୁଁ ଶ୍ରଦ୍ଧାଞ୍ଜଲି

0

 ଆମର ମାଟିର ପୁଓ, ମାଟିର ଟେକ ସହିଦ ରେଣ୍ଡୋ ମାଝୀ । ଯିଏ କି ଝନେ ବୀର ସଂଗ୍ରାମୀ , ନିଜର ମାଁ ମାଏଟ ଲାଗି ନିଜର ଜୀବନ୍ ଦେଇଥିଲେ । ଭାରତର ସ୍ୱାଧିନତା ସଂଗ୍ରାମ୍ ବଏଲେ ସବୁବେଲେ ବୁଝାଯାଏସି ଯେ ସେ ସମିଆଁର ପଢା ଲିଖା ଲୋକ୍ ମାନେ ଯେତେବେଲକେ ଆନ୍ଦୋଲନ୍ କଲେ, ରାସ୍ତାକେ ଉତରିଲେ, ସେମାନେ ନିଜର ଜୀବନ୍‌କେ ଦେଇକରି ଲଢବାର୍ ଲାଗି ଆମର ଦେଶ ସ୍ୱାଧିନ୍ ହେଇଥିଲା ହେଲେ ଗାଁ ଗାଁନେ ଯେନ୍ ମାନେ ନିଜର ମାଁ ମାଏଟ୍‌, ନିଜର ସ୍ୱାଭିମାନ୍ ଲାଗି ଲଢିଥିଲେ, ନିଜର ଜୀବନ୍ ଦେଇଥିଲେ ଇ ମାଏଟ ଲାଗି ସେମାନକଁର୍ ଅବଦାନ୍ ବି ଇ ଦେଶକେ ସ୍ୱାଧିନ୍ କରବାର୍‌ଥି କିଛି କମ୍ ନାଇଁସେ । ଯେନ୍ ମାନେ ନାଇଁ ଡରିକରି , ନିଜର ଜନମ ଭୂଇଁ ଲାଗି ଲଢବାର୍ ଶିଖେଇଦେଇଥିଲେ । ସ୍ୱାଭିମାନ କାଣା, ସ୍ୱାଭିମାନୀ ହେବାର ଟା କାଣା ଆମର ଜାତିକେ ବତେଇକରି ଯାଇଥିଲେ । ସେନ୍ତା କେତେ ଝନକଁର୍ ଭିତରୁ ଝନେ ହେଉଛନ୍ ସହିଦ ରେଣ୍ଡୋ ମାଝୀ ।

 

କଳାହାଣ୍ଡି ଜିଲ୍ଲାର ଆଦିମ ଅଧିବାସୀକଁର୍‌୍ ଭିତରେ ବକେରକିଆକନ୍ଧ ସଂପ୍ରଦାୟ । ଯେନମାନେ କି କଳାହାଣ୍ଡି ଜିଲ୍ଲାର ଉର୍ଲାଦାନୀ ଅଞ୍ଚଲନେ ରହୁଥିଲେ । ଆର୍ ସେ ବୀର ମାଟିନେ ଏକା ଜନମ୍ ହେଇଥିଲେ ସହିଦ ରେଣ୍ଡୋ ମାଝୀ । ଡାବିସା ମାଝୀକଁର୍ ଦୁଇ ପୁଓ, ଝନେ ରେଣ୍ଡେ ଆର୍ ଝନେ ଭୁଜା । ଛୁଆ ଦିନୁ ନିଜର ଗାଁର ମାଏଟ ପବନଥି ବଢିଥିଲେ । ପାଠ ନାଇଁ ପଢଲେ ବି କାଣା ହେଲା ସ୍ୱାଭିମାନୀ ଥିଲେ । ମାଁ , ମାଏଟକେ ଭଲ ପାଉଥିଲେ । ଆର୍ ନିଜର ଜାତିର ପରମ୍ପରା ହିସାବେ ବର୍ଚ୍ଛା, ଟାଙ୍ଗିଆ , ଖଣ୍ଡା ଏନ୍ତା ସବୁ ହାତ ହତିଆର ଚଲବାର୍ ବିଦ୍ୟା ଶିଖିଥିଲେ । ସେ ଭିତରେ ଥିଲା ଥୁଆମୁଳ ରାମପୁର, ମଦନପୁର ରାମପୁର, ଲାଞ୍ଜିଗଡ, ମୋହନଗିରି, ଜୟରାଙ୍ଗ, ଉର୍ଲାଦାନୀ ଆର ବୁରକା । ଆର୍ ଉର୍ଲାଦାନୀଗଡର ପାଟ ମାଝୀ ଥିଲେ ରେଣ୍ଡୋ । କିନ୍ତୁ ଆମର ଦେଶ ସେତବେଲକେ ପରାଧିନ ଥିଲା । ଇଂରେଜ୍ ମାନେ ଆମର ଦେଶକେ ଚଲଉଥିଲେ । ତ ସେତେବେଲେକେ ଇଂରେଜ ସରକାର ନୂଆ ଆଇନ୍ ଲାଗୁକରି ଆଦିବାସୀ ମାନେ ଚାଷ୍ କରୁଥିବାର୍ ଜମି ଉପରେ ନିଜର ମାଲିକାନାକେ ନେଇଥିଲେ । ତସେନୁ ଏକା ବଢିଥିଲା ଆଦିବାସୀ ମାନକଁର ଭିତରେ ଅସନ୍ତୋଷ୍ । ଆର୍ ଆରମ୍ଭ ହେଇଥିଲା ଇଂରେଜ ସରକାରକଁର୍ ବିରୋଧନେ ସଂଗ୍ରାମ୍ । ଯାହାର୍ ନେତୃତ୍ୱ ନେଇଥିଲେ ରେଣ୍ଡୋ ମାଝୀ । ପାଖାପାଖି ୧୯-୨୦ ବର୍ଷ ଚାଲିଥିଲା ଲଢେଇ । ବ୍ରିଟଶ ସରକାର ବିରୋଧନେ ଘୁମୁସର, ଉର୍ଲାଦାନୀ ଇସବୁ ଅଞ୍ଚଲନେ ଆଦିବାସୀ ମାନେ ନିଜର ଲଢେଇକେ ଜୋରଦାର କରୁଥିଲେ । ଯେତେବେଲେକେ କନ୍ଧ ଆଦିବାସୀକଁର୍ ପରମ୍ପରାକେ ବନ୍ଦ କରବାର୍ ଲାଗି ଇଂରେଜ ମାନେ ଚେଷ୍ଟା କରିଥିଲେ, ତାକେ ବିରୋଧ କରାଯାଇଥିଲା ଆର୍ ସେଟା ମାନବାରକେ ପ୍ରସ୍ତୁତ ନାଇଁ ଥାଇ କନ୍ଧ୍ ସମାଜ । ପଛେ ରେଣ୍ଡୋକୁଁ ଗିରଫ୍ ବି କରାଗଲା । ହେଲେ ତାକଁର୍ ଜାତି ଭାଇ ମାନେ ନାଇଁ ଡରିକରି ଇଂରେଜ ମାନକଁର୍ ବିରୋଧ୍‌ ନେ ଆହୁରି ଗର୍ଜିଲେ । ସେମାନକୁଁ ଡରାବାର୍ ଲାଗି ସବୁ ପ୍ରକାର ଚେଷ୍ଟା କରି ବିଫଲ ହେବାର ଉତାରୁ ରେଣ୍ଡୋକୁଁ ମାରିଦିଆଗଲା ।ନିଜର ମାଁ, ମାଏଟ୍ ଲାଗି ଆଜିର ଦିନେ ନିଜର ଜୀବନ୍ ଦେଲେ ରେଣ୍ଡୋ ମାଝୀ । ଆର୍ ଭାରତର ସ୍ୱାଧିନତାର ଇତିହାସନେ ଲେଖିହେଇଗଲା ତାକଁର୍ ନାଁ । ହେଲେ ଇନେ ଦୁଃଖର କଥା ଯେନଟା ହେଉଛେ ଯେ ଆଜିର ଦିନେ, ଆଜିର ପୀଢିର ଲୋକ୍ କେତେ ଝନ୍ ଜାନିଛନ୍ ତାକଁର୍ ନାଁ ଆର୍ ତାକଁର୍ ବଲିଦାନ୍ ବାବଦେ । କିହେ ନାଇଁ ଜାନନ୍ କି ଜାନବାରକେ ଚେଷ୍ଟା ବି କରନ୍ ଯେ କେନ୍ତା ଅଛନ୍ ସେ ଅଞ୍ଚଲର ଲୋକ୍‌, ତାକଁର୍ ବଂଶର ଲୋକ୍ କେନ୍ ହିସାବେ ଆଜି ବଞ୍ଚୁଛନ୍ । ସେ ଖାଲି କଳାହାଣ୍ଡି ମାଟିର ଗରବ ନାଇଁସେ, ସେ ଆମର ଦେଶର ଗରବ୍ । ହେଲେ ସେ ମାନ୍ୟତାଟା ତାକୁଁ ମିଲିପାରିଛେ କାଏଁ ? ଡିସେମ୍ବର ୧୦ ହେଲେ ଇ ପ୍ରଶ୍ନଟା ପଚରାଯାଏସି ନିହାତି ଭାବେ, ତାର ପରେ କଥା ଯେନଟାକେ ସେଟା । କିନ୍ତୁ ଜଦି ତାକୁଁ ଇତିହାସରେ ଯେନ୍ ଜାଗା ମିଲବାର କଥା ଡେରିନେ ହେଲେ ବି ଯଦି ମିଲତା ବଏଲେ ତାକଁର୍ ଲାଗି ଠିକ୍ ଶ୍ରଦ୍ଧାଞ୍ଜଲି ହେଇପାରତା ।

Leave A Reply

Your email address will not be published.