ଜାନୁଆରି ୬ ନୁ ଖୁଲବା ନୃସିଂହନାଥ୍

0

କରୋନା ଲାଗି ୯ ମାସ୍ ଧରିକରି ବନ୍ଦ ରହିଥିବାର୍ ବରଗଡ ଜିଲ୍ଲାର୍ ପାଇକମାଲ୍ ର ନୃସିଂହନାଥ୍ ମନ୍ଦିର୍ ହେଲେ ଇହାଦେ ସବୁ ଧର୍ମିକ୍‌ପୀଠ ମାନେ ଖୁଲିଯାଇଥିବାର୍ ନୁ ଆଏବାର୍ ଜାନୁଆରୀ ୬ ତାରିଖ୍ ନୁ ନୃସିଂହନାଥ ମନ୍ଦିର୍ ଖୁଲବାର୍ କେ ନେଇକରି ସୂଚନା ମିଲିଛେ । କୋଭିଡ ଗାଇଡଲାଇନ୍ କେ ମାନିକରି ମନ୍ଦିର୍ ଖୁଲବା । ପହେଲା ୭ ଦିନ ବରଗଡ ଜିଲ୍ଲାର୍ ଲୋକ୍‌ମାନେ ଦର୍ଶନ୍ କରବାର୍ ଅନୁମତି ଦିଆଯାଇଛେ । ୭ ଦିନ ଉତାରୁ ୧୩ ତାରିଖ୍ ନୁ ମାସ ୍ ଶେଷ୍ ତକ୍ ରାଏଜ୍‌ର ଅଲଗା ଜିଲ୍ଲା ମାନକଁର୍ ବି ଶ୍ରଦ୍ଧାଳୁ ମାନେ ନିଜର୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖେଇକରି ଦର୍ଶନ କରିପାର୍‌ବେ ।

କରୋନା ଲାଗି ମାର୍ଚ୍ଚ ୧୮ ନୁ ମନ୍ଦିର୍ ବନ୍ଦ ରହିଥିଲା । ହେଲେ ଆଏବାର୍ ୬ ତାରିଖ୍ ନୁ ମନ୍ଦିର୍ ଖୁଲବାର୍ କେ ନେଇକରି ରବିବାର୍ ଦିନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନକଁର୍ ଅଧ୍ୟକ୍ଷତା ନେ ବୈଠକ୍ ବସିଥିଲା । ସେ ବୈଠକ୍ ନେ କୋଭିଡ ର୍ ନିୟମ ସବୁ ଜାରି କରାଯାଇଥିଲା । ସାମାଜିକ୍ ଦୂରତା ରଖିକରି ଶ୍ରଦ୍ଧାଳୁ ଦର୍ଶନ କରିପାର୍‌ବେ । ଷାଠିଏ ବରଷ ନୁ ଅଧିକା ଆର୍ ୨ ବରଷନୁ କମ୍ ବୟସର୍ ଲୁକକୁଁ ମନ୍ଦିର୍ ଭିତର୍‌କେ ଯିବାର୍ କେ ଅନୁମତି ନାଇ ଦିଆଯାଇ । ସେନ୍ତା ମନ୍ଦିର୍ ନେ କେନ୍ତା ହିସାବେ ସୁରକ୍ଷା ଦିଆଯିବା ସେ ବାବ୍‌ଦେ ସଭା ନେ କୁହାଯାଇଥିଲା ।

Leave A Reply

Your email address will not be published.