ମହିଲା ବସ୍ ଡ୍ରାଇଭରକୁଁ ନେଇ ଚର୍ଚ୍ଚା

ଜମ୍ମୁ-କଶ୍ମୀରର ପହେଲା ମହିଲା ବସ୍ ଡ୍ରାଇଭର ପୂଜା ଦେବୀ

0

ଆଜିର ମହିଲାର କେନସି କାମ୍‌ନେ କାହାରିନୁ କମ୍ ନୁହେଁ । ଘରର କାମ୍ ସାଙ୍ଗେ ବାହାରେ ଭିଲ୍ ସବୁ କାମ୍‌ଥି ନିଜର ଦକ୍ଷତା ପ୍ରମାଣିତ୍ କରିପାରିଛନ୍ ମହିଲାମାନେ । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ପୂଜା ଦେବୀ, ଇ ମହିଲା ଜନକ୍ ଇହାଦେ ଚର୍ଚ୍ଚାନେ ଅଛନ୍ । ମହିଲା ବସ୍ ଡ୍ରାଇଭର ନାଁନେ ସେ ଇ ଅଂଚଲନେ ଜନା । ଗଲା କିଛି ଦିନ୍ ତଲେ ଜମ୍ମୁର କାଠୁଆ ରାସ୍ତାନେ ଗାଡି ଚଲେଇକରି ନେଇଥିଲେ ପୂଜା ଆରୁ ତାକଁର ତରାନେ ବସିଥିଲେ ତାକଁର ପୁଓ ।

ଇ ଫଟୋଟା ଇହାଦେ ସୋସିଆଲ ମିଡିଆନେ ଭାଇରାଲ୍ ହେଲା ଉତାରୁ ମହିଲା ଜନକ୍ ଚର୍ଚ୍ଚାକେ ଆସିଥିଲେ । ଆମର ସମାଜନେ ଯେନ୍‌ଠାନେ ଟ୍ରକ୍‌, ବସ୍ ଖାଲି ପିଲାମାନେ ହିଁ ଚଲେଇପାରବେ ଲୋକ୍ ଚିନ୍ତା କରସନ୍ ସେ ଜାଗାନେ ଜନେ ମହିଲା ବସ୍ ଚଲଉଥିବାର ବେଲେ ଇ କଥାକେ ସବୁନେ ପ୍ରଶଂସା କରାଯାଉଛେ । ଇତାର ଆଘୋନୁ ଭିଲ୍ ବହୁତ୍ ମହିଲା ବସ୍ ଡ୍ରାଇଭର ଭିନ୍ ଭିନ୍ ଜାଗାନେ ରହିଛନ୍ ହେଲେ ଜମ୍ମୁ କଶ୍ମୀର ଲେଖେଁ ଅଂଚଲନେ ଜନେ ମହିଲା ଗାଡି ଚଲାବାର କଥା କେହି କେଭେ ନାଇଁ ଭାବିଥାଇ । ବସ୍ ଡ୍ରାଇଭର ହେବାର କଥାନେ ପୂଜା କହିଛନ୍ ଯେ, ସେ ଛୁଆ ଦିନୁ ଜନେ ବସ୍ ଡ୍ରାଇଭର ହେବାର ଇଚ୍ଛା ରଖିଥିଲେ ।

ଗରିବ ପରିବାରନେ ଜନମ୍ ହେଇଥିବାରନୁ ବେଶୀ ପାଠପଢବାର ସୁଯୋଗ ନାଇଁ ମିଲିପାରି ଯେନଟାକି ତାକୁଁ ଦୁଃଖ୍ ଲାଗସି । ସେ ନିଜର ମାମୁଁକଁର ପାଶୁ ବସ୍ ଚଲାବାର ପ୍ରଶିକ୍ଷଣ ପାଇଥିବାର ସେ କହିଛନ୍ । ଆରୁ ଆଘୋନୁ ସେ ବଡ ଗାଡି ଚଲାବାର ଲାଗି ଲାଇସେନ୍ସ ଆବେଦନ୍ କରିଥିଲେ । ପୂଜାକଁର ଏନ୍ତା କାମ୍‌କେ ଭିନ୍ ଭିନ୍ ଆଡୁ ପ୍ରଶଂସା କରାଯିବାର ସାଙ୍ଗେ ଶୁଭେଚ୍ଛା ଭିଲ୍ ଜନେଇଛନ୍ ଲୁକେ । ଦୁଶରା ମହିଲାକଁର ଲାଗି ଉହାଦରଣ ବନିପାରିଛନ୍ ପୂଜା ।

Leave A Reply

Your email address will not be published.