ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକୁଁ ନେଇକରି ବଢିଛେ ଚିନ୍ତା

ବ୍ରିଟେନ୍‌ନୁ ଫିରିଥିବାର ଲୁକକଁର ଭିତରେ କରୋନାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ

0

ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନା ଭାଇରସର ନୂଆଁ ଷ୍ଟ୍ରେନ୍ ଲାଗି ଇହାଦେ ଫେର୍ ଚିନ୍ତା ବଢିଛେ । ବାକି ଦେଶ ମାନକେ ଭିଲ୍ ଇତାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । ସେଆଡେ ଗଲା କିଛି ଦିନ୍ ଭିତରେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକଁର ଭିତରେ କରୋନା ପଜିଟିଭ୍ ଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଭିଲ୍ କେତନି ଲୋକ୍ ବ୍ରିଟେନ୍‌ନୁ ଫିରିଥିବାର ବେଲକେ ଇମାନକୁଁ ଖୁଜିକରି ଇମାନକଁର ରକ୍ତ ନମୁନା ସଂଗ୍ରହ କାମ ଆରମ୍ଭ ହେଇଛେ । ଗଲାକାଲି ବ୍ରିଟେନ୍‌ନୁ ଫିରିଥିବାର ଆରୁ ତାକଁର ପରିବାର ଲୋକକୁଁ ମିଶେଇକରି ମୋଟ୍ ୩୯ ଜନକଁର ନମୁନା ସଂଗ୍ରହ କରାଯାଇଛେ ।

ଇତାର ଭିତରେ ଜଗତସିଂହପୁରନେ ୩ ଜନ୍ ପଜିଟିଭ୍ ବାହାରିଥିବାର ବେଲକେ ଭୁବନେଶ୍ୱରର ପଜିଟିଭ୍ ଚିହ୍ନଟ ହେଇଥିବାର ୪ବରଷ୍‌ର ଟୁକେଲର ବାପା ଭିଲ୍ ପଜିଟିଭ୍ ଚିହ୍ନଟ ହେଇଥିବାର ନେଇକରି ଜନାପଡିଛେ । ସ୍ୱାସ୍ଥ୍ୟ ବିଭାଗ ଆଡୁ ମିଲିଥିବାର ସୂଚନା ହିସାବେ ରାଜଧାନୀନେ ଇହାଦେ ତକ୍ ବ୍ରିଟେନ୍‌ନୁ ଫିରିଥିବାର ୩ ଜନ୍‌କଁର ଭିତରେ ଆରୁ ଜଗତସିଂହପୁରର ୩ ଜନ୍‌କଁରନେ କରୋନା ପଜିଟିଭ୍ ଚିହ୍ନଟ ହେଇଥିବାର ଦେଖବାକେ ମିଲିଛେ । ଆରଟି-ପିସିଆର ପରୀକ୍ଷାନେ ପଜିଟିଭ୍ ଚିହ୍ନଟ ହେଇଥିବାର ଲୋକମାନକଁର ଜିନ୍ ଅନୁଶୀଳନ କରବାର ଲାଗି ଆଇସିଏମ୍‌ଆର ଆଡୁ ବାଧ୍ୟତାମୂଲକ କରାଯାଇଛେ ।

ରାଜଧାନୀନୁ ଚିହ୍ନଟ ବାପ-ଝିଅକଁର ନମୁନା ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକେ ପଠାଯାଇଛେ ହେଲେ ଇହାଦେ ତକ୍ ଇମାନକଁର ରିପୋର୍ଟ ନିହେ ଆସେ । ସେଆଡେ ଗଲା ମାସେ ଭିତରେ ଓଡ଼ିଶାକେ ବ୍ରିଟେନ୍‌ନୁ ୧୮୧ ଜନ୍ ଫିରିଛନ୍ । ଭୁବନେଶ୍ୱରନୁ ସବୁନୁ ଅଏତକା ୮୮ ଜନ୍ ରହିଥିବାର କୁହାଯାଉଛେ । ଇହାଦେ ଭିଲ୍ ବହୁତ୍ ଜନକଁର ଟ୍ରେସିଂ ନାଇଁ ହେଇପାରିଥିବାର ବେଲକେ ଇଟା ମୁଡଦୁଖାର କାରନ୍ ବନିଛେ ।

Leave A Reply

Your email address will not be published.