ଭାରତ ର ଗୌରବ୍ ଶେଫାଲି ବର୍ମା

ଆଏଜ୍ ତାକଁର୍ ଜନମ୍ ଦିନେ ଜାନ୍‌ମା ଶେଫାଲିକଁର୍ ବାବ୍‌ଦେ

0

ଗୁଟେ ୧୬ ବର୍ଷୀୟା ଟୁକେଲ ଉପରେ ପୁରା ଭାରତର ନଜର ଥିଲା । ଗଲା ବର୍ଷ ମାର୍ଚ୍ଚ ୮ ତାରିଖ୍ ମହିଲା ଦିବସ୍ ଦିନ ଯେତେବେଲେ ଆଇସିସି ମହିଲା କ୍ରିକେଟ୍ ଟି ୨୦ ୱାର୍ଲଡ କପ୍ ଅଷ୍ଟ୍ରେଲିଆ ଆର ଭାରତ ଭିତରେ ମ୍ୟାଚ୍ ଚାଲିଥିଲା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍‌ନେ ଖଚାଖଚ୍ ଭିଡ ଥିଲା । ପହେଲା ବ୍ୟାଟିଂ କରି ଅଷ୍ଟ୍ରେଲିଆ ବଡ ଟାର୍ଗେଟ୍ ଦେଇଥିଲା । ହେଲେ ଇଣ୍ଡିଆନ୍ କ୍ରିକେଟ୍ ଫ୍ୟାନ୍ ମାନକଁର୍ ଭରସା ଥିଲା ସେ ଗୁଟେ ଟୁକେଲ ଏକା ଭଲ୍ ସେ ପହେଲାନୁ ଖେଲଲେ ଭାରତ ୱାର୍ଲଡ କପ୍ ଜିତିଯିବା । ଭାରତ ଫାଇନାଲ ହାରିଗଲା ସତ୍‌, ହେଲେ ସେତେବେଲେ ସେ ୧୬ ବର୍ଷୀୟା ଟୁକେଲକେ ଦେଖିକରି ସବୁ ବଡ ବଡ କ୍ରକେଟ୍ ଖେଲାଲି ମାନେ ସେତେବେଲକେ କହିଥିଲେ ଯେ ଯେତେବେଲେ ୧୬ ବର୍ଷନେ ଜନା ନାଇଁ ଥାଏ ଯେ ଝନେ କରବା କାଣା, ସେ ବୟେସେ ସେ ଟୁକେଲ ଭାରତ ଆଡୁ ଓପନିଂ କରିଛେ । କେତେ ଟୁକେଲ ତାରନୁ ଦେଖିକରି ଖେଲବାରକେ ଆଗକେ ଆଏବେ । ଆର ସେ ଟୁକେଲର ଆଏଜ୍ ହେଉଛେ ଜନମ୍ ଦିନ୍ । ସେ ହେଉଛନ୍ ମହିଲା କ୍ରିକେଟ୍ ଖେଲାଲି ଶେଫାଲି ବର୍ମା ।

କଥାଥି ଅଛେ ‘ତୁଲସୀ ଦୁଇ ପତର୍ ନୁ ବାସସି ‘ ସେନ୍ତା ତୁଲସୀ ଦୁଇ ପତର୍‌ନୁ ବାସଲା ଲେଖେ ଛୁଆ ବେଲୁ ନିଜର୍ ପ୍ରତିଭା ଦେଖେଇଛନ୍ ଇ ଟୁକେଲ୍ ଖେଲାଲୀ । ମାତ୍ର ୧୫ ବରଷ୍ ବୟସ ନେ ମହିଲା କ୍ରିକେଟ୍ ଦଲ୍ ଥି ଯୋଗ୍ ଦେଇକରି ଦେଶର୍ ଲାଗି ଖେଲିକରି ସାରା ଦେଶ୍ ନେ ନାଁ କରିଛନ୍ ସେ । ଜାନୁଆରୀ ୨୮ ତାରୀଖ୍ ୨୦୦୪ ଆଜିର୍ ଦିନେ ହରିଆଣା ର ରୋହତକ୍ ନେ ଜନମ୍ ନେଇଥିଲେ ଭାରତୀୟ୍ ମହିଲା କ୍ରିକେଟର୍ ଶେଫାଲି ବର୍ମା । ମାତ୍ର ୧୫ ବରଷ୍ ବୟସ ନେ ଶେଫାଲି ଭାରତୀୟ୍ କ୍ରିକେଟ୍ ଦଲ୍ ନେ ଖେଲ୍‌ବାର୍ ସୁଯୋଗ୍ ପାଇଥିଲେ ।ଶେଫାଲି ତାକଁର୍ ଟିମ୍ ର ସବୁନୁ କମ୍ ବୟସର ଖେଲାଲୀ । ୨୦୧୯ ସେ ଭାରତୀୟ ମହିଲା ଦଲ୍ ଲାଗି ଭାରତୀୟ୍ ମହିଲା କ୍ରିକେଟ୍ ଦଲ୍ ଥି ସାମିଲ୍ ହେଇଥିଲେ । ତାର୍ ଉତାରୁ ସେ ଭାରତ୍ ଲାଗି ଆନ୍ତର୍ଜାତୀକ୍ ମହିଲା ଟି୨୦ ମେଚ୍ ଖେଲିଥିଲେ । ସେ ଆଇସିସି ମହିଲା କ୍ରିକେଟ୍ ମେଚ୍ ୨୦୨୦ନେ ମେଚ୍ ଖେଲ୍‌ବାରକେ ସୁଯୋଗ୍ ପାଏଲେ । ନଭେମ୍ବର୍ ୨୦୧୯ ନେ ସେ ୱେଷ୍ଟେନ୍‌ଡିଜ୍ ସାଙ୍ଗେ ମେଚ୍ ଖେଲିଥିଲେ ଆର୍ ସବୁନୁ ୟଙ୍ଗେଷ୍ଟ୍ ଖେଲାଲୀ ହିସାବେ ସେ ହାଫ୍ ସେନଚୁରୀ କରିକିନା ଦେଶର୍ ନାଁ ରଖିଥିଲେ । ସେ ୫ଟା ମେଚ୍ ନେ ୧୫୮ ରନ୍ କରିକିନା ପ୍ଲେୟର୍ ଅଫ୍ ଦ ସିରିଜ୍ ହେଇଥିଲେ । ହରିଆନା ର ଗୁଟେ ଛୋଟ୍ ଗାଁ ରୁ ଆସିକରି ସେ ନିଜର୍ ଦେଶ୍ ଲାଗି ନାଁ କରିପାରିଛନ୍ ଶେଫାଲି ।

ଶେଫାଲି କଁର୍ ବାପା ସଞ୍ଜୀବ୍ ବର୍ମା ନିଜେ ଗୁଟେ କ୍ରକେଟର୍ ହେବାର୍ ସପନ୍ ରଖିଥିବାର୍ ନୁ ସେ ତାକଁର୍ ଝି ଶେଫାଲି କେ ଛୁଆ ଦିନୁ କ୍ରିକେଟ୍ ଶିଖେଇ ଥିଲେ । ଶେଫାଲି କଁର୍ ବାପା ହରିଆଣା କ୍ରିକେଟ୍ ଟିମ୍ ନେ ତାହାକୁଁ ପ୍ରାକ୍ଟିସ୍ କରାବାର୍ ଲାଗି ନେଇଥିଲେ କିନ୍ତୁ ସେତ୍‌କି ବେଲେ କେନ୍‌ସି ଟୁକେଲ୍ କ୍ରିକେଟ୍ ଲାଗି ଅଭ୍ୟାସ୍ ନାଇ କରୁଥିବାର୍ ନୁ ତାହାକୁଁ ତାକଁର୍ ବାପା ଗୁଟେ ପିଲା ଲେଖେ ସଜେଇ ଥିଲେ ଆର୍ କ୍ରିକେଟ୍ ଅଭ୍ୟାସ୍ କରଉଥିଲେ । ତାକଁର୍ ଲୁକ୍ ଦେଖିକରି ତାକୁଁ ଟମ୍ ବୟ ବଲିକରି ବି କୁହାଯାଉଥିଲା । ତାର୍ ଉତାରୁ ଶେଫାଲି ମହିଲା କ୍ରିକେଟ୍ ଦଲ୍‌ନେ ଯୋଗ୍ ଦେଇକରି ମିତାଲି ରାଜ୍ କଁର୍ ନେତୃତ୍ୱନେ ନେ କ୍ରିକେଟ୍ ପ୍ରାକ୍ଟିସ୍ କରିଥିଲେ । ଏତ୍‌କି ଛୋଟ୍ ବେଲୁ ସେ ତାକଁର୍ ପ୍ରତିଭା ଲାଗି ବହୁତ୍ ଆମର୍ ଭାରତୀୟ ମହିଲା କ୍ରିକେଟ୍ ଦଲ୍‌ନେ ନିଜର୍ ଗୁଟେ ଅଲ୍‌ଗା ପରିଚୟ୍ ବନେଇ ପାରିଛନ୍ ।

ଆମର୍ ସମାଜ୍ ନେ ପହେଲା ନୁ ପିଲାମାନେ ଖେଲ୍ ଖୁଦ୍ ନେ ଆଗ୍‌କେ ଯାଉଥିବାର୍ ବେଲେ ଇହାଦେ ଆମର୍ ଦେଶର୍ ଝି ମାନେ ବି ସବୁ କ୍ଷେତ୍ର ନେ ଆଗ୍‌କେ ବଢୁଛନ୍ । ଖାଲି ଗୁଟେ ଝି ନିଜର୍ ଘର ପରିବାର୍ ଭିତ୍‌ରେ ଇହାଦେ ସୀମିତ୍ ନାଇ ରହିକରି ନିଜର୍ ଦେଶ୍ କେ ବି ଆଗ୍‌କେ ବଢାବାର୍ ଲାଗି ପାଦ୍ କାଢିଛେ । ସେନ୍ତା ଶେଫାଲି ନିଜର୍ ପ୍ରତିଭା ଲାଗି ସେ ଭାରତୀୟ୍ ମହିଲା କ୍ରିକେଟ୍ ଦଲ୍ ର ଗୁଟେ ସିଆନ୍ ଖେଲାଲି ହେଇପାରିଛନ୍ ଆର୍ ଆମର୍ ଦେଶର୍ ସବୁ ଟୁକେଲ୍ ମାନକଁର୍ ଲାଗି ଆଇକନ୍ ସାଜିପାରିଛନ୍ । ତାହାକୁଁ ଆଏବାର୍ କ୍ରିକେଟ୍ ଯୁଗ୍ ର ଗୁଟେ ଭବିଷ୍ୟତ୍ କହେଲେ କିଛି ଭୁଲ୍ ନାଇ ହୁଏ । ତାହାକୁଁ ଦେଖିକରି ଆଗ୍‌କେ କେତେ ଟୁକେଲ ଛୁଆମାନେ କ୍ରିକେଟ୍ ଖେଲବାର୍ ଲାଗି ଆଗକେ ଆଏବେ ।

Leave A Reply

Your email address will not be published.