କଟକ ବାଲିଯାତ୍ରା ଉପରେ ଲାଗଲା ରୋକ୍‌

ଇ ବଛର ନାଇଁହୁଏ କଟକର ନାଁକରା ବାଲିଯାତ୍ରା

0

ଇ ବଛର କରୋନା ଲାଗି ଫିକା ପଡିଛେ ସବୁ ଯାନିଯତରା ପୁନି ପରବ । ରାଜ୍ୟନେ କରୋନା ସଂକ୍ରମଣ ହାଲତକେ ଦେଖିକରି ସବୁଥି ରୋକ୍ ଲଗା ଯାଉଛେ । ଆର ଇହାଦେ କଟକର ନାଁକରା ବାଲିଯାତ୍ରା ବି ନାଇଁହୁଏ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୁଚନା ଦେଇଛନ । ଇ ବଛର ବାଲି ଯାତ୍ରା ଭିଲ ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ଏକାସାଙ୍ଗେ ହେଉଥିବାର ଡଙ୍ଗାଭଷା ଆର ବଡଓଷାନେ ବି ରୋକ ଲଗେଇଛନ ଜିଲ୍ଲାପାଳ । ବଡଓଷାନେ ଧବଳେଶ୍ୱର ପୀଠ ଯିବାର ଲାଗି ଭିଲ ଭକତଙ୍କୁ ବାରଣ କରାଯାଇଛେ । ପଂଚୁକନେ ଭିଲ ଶ୍ରଦ୍ଧାଲୁ ଇ ବଛର ବାବା ଧବଳେଶ୍ୱରଙ୍କର ଦର୍ଶନନୁ ବଂଚିତ ରହେବେ । କଟକ ବାଲିଯାତ୍ରାନେ ଫି ବଛର ଜବର ଭିଡ ଜମିଥିସି, ତ ଇହାଦେ କରୋନା ସମିୟାନେ ଭିଡ ହେଲେ ସଂକ୍ରମଣ ବଢବାର ବହୁତଟେ ଡର ରହିଛେ । ଯେନଥିର ଲାଗି ଇ ବଛର ବାଲିଯାତ୍ରା ନାଇଁ ମନାବାର ଲାଗି ଠାନ୍ ନିଆଯାଇଛେ ।

Leave A Reply

Your email address will not be published.