ଫେର୍ ଗୁଟେ ଟ୍ରାକ୍ଟର ରାଲି

ଆଏବାର କାଲି ଚାଷୀ ସଂଗଠନ ଆଡୁ ବଡ୍ ଟ୍ରାକ୍ଟର ରାଲି, ଦିଲ୍ଲୀ ପୁଲିସ ଦେଲେ ସର୍ତ୍ତମୂଳକ ଅନୁମତି

0

ନୂଆଁ କୃଷି ଆଇନକେ ନେଇକରି ଚାଷୀ ସଂଗଠନର ବିରୋଧ୍ ଇହାଦେ ଭିଲ୍ ଜାରି ରହିଛେ । ବାରମ୍ବାର ସରକାରକଁର ସାଙ୍ଗେ ଆଲୋଚନା ହେଇଥିଲେ ଭିଲ୍ ଇନେଇକରି କେନସି ସମାଧାନ୍ ହେଇନାଇଁପାରି । ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀନେ ଟ୍ରାକ୍ଟର ରାଲି କରବା ଚାଷୀ ସଂଗଠନ୍ । ଟ୍ରାକ୍ଟର ରାଲି ଉପରେ ଯାହା ନିଷ୍ପତ୍ତି ନେବାର କଥା ସେଟା ଦିଲ୍ଲୀ ପୁଲିସ ନେଇପାରବେ ବଲିକରି ମାନ୍ୟବର କୋର୍ଟ କହିଥିଲେ । ସେଆଡେ ଦିଲ୍ଲୀ ପୁଲିସ ଇନେଇକରି ସର୍ତ୍ତମୂଳକ ଅନୁମତି ଦେଇଛନ୍ । ଭିନ୍ ଭିନ୍ ରୁଟ୍‌ନେ ଶାନ୍ତି ରକ୍ଷାକରି କିନା ଟ୍ରାକ୍ଟ ରାଲି କରାଯିବା ।

ଇଥରେ ହଜାର ହଜାର ଚାଷୀ ସାମିଲ ହେବାକେ ଥିବାର ନେଇକରି ସୂଚନା ରହିଛେ । ଯେନ୍ ସବୁ ରୁଟ୍‌ନେ ରାଲି ହେବା ସେସବୁଥିର ରୁଟ୍ ପ୍ଲାନ୍ ଦିଲ୍ଲୀ ପୁଲିସକେ ଦେଇଛନ୍ ଚାଷୀ ସଂଗଠନ୍ । ଦିଲ୍ଲୀର ତିନଟା ଜାଗାନୁ ବ୍ୟାରିକେଡ୍ ହଟାବାର ଲାଗି ଅନୁମତି ମିଲିଛେ । ସେଆଡେ ସାଧାରଣତନ୍ତ୍ର ଦିବସନେ ରାଲି ନାଇଁ କରବାର ଲାଗି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରାମର୍ଶ ଦେଇଛନ୍ । ଚାଷୀ ଇହାଦେ ଭିଲ୍ ନିଜର ଜିଦ୍ ରହିଥିବାର ବେଲକେ ଦାବି ନାଇଁ ପୂରା ହେବାର ତକ୍ ଧାରନା ଜାରି ରହେବା ବଲି କହିଛନ୍ ଚାଷୀ ସଂଗଠନ୍ ।

Leave A Reply

Your email address will not be published.