ଫାଶୀ ପାଏବେ କାଏଁ ଇ ମହିଲା ?

ସ୍ୱାଧିନ ଭାରତର ପହେଲା ମହିଲା ଦୋଷୀ ସବନମ୍ ପାଏବେ ଫାଶୀ

0

ସ୍ୱାଧୀନ୍ ଭାରତ ପହେଲା ମହିଲା ଦୋଷୀକୁଁ ଫାଶୀ ଦିଆଯିବା । ଉତ୍ତରପ୍ରଦେଶର ସବନମ୍‌କୁଁ ଫାଶୀ ଦଣ୍ଡାଦେଶ ଶୁନେଇଛନ୍ ସୁପ୍ରିମ୍ କୋର୍ଟ । ନିଜର ପରିବାରର ୭ଜନ୍ ସଦସ୍ୟକୁଁ ହତ୍ୟା କରିଥିବାର ଘଟନାନେ ଦୋଷୀ ସାବ୍ୟସ୍ତ ହେଇକରି ଜେଲନେ ଥିବାର ସବନମ୍‌କୁଁ ଫାଶୀ ଦିଆଯିବାର ଲାଗି ସବୁ ପ୍ରସ୍ତୁତି ଆରମ୍ଭ ହେଇଛେ । ମଥୁରାର ଜେଲ୍‌ନେ ତାକୁଁ ଫାଶୀ ଦିଆଯିବା ଇଥିର ଲାଗି ଜେଲ୍ ପ୍ରଶାସନ୍ ଆଡୁ ପ୍ରସ୍ତୁତି କରାଯାଉଛେ । ୨୦୧୨ନେ ଦିଲ୍ଲୀନେ ହେଇଥିବାର ନିର୍ଭୟା ଗଣଦୁଷ୍କର୍ମ ମାମଲାନେ ଦୋଷରମାନକୁଁ ଫାଶୀ ଦେଇଥିବାର ପବନ ଜହ୍ଲାଦ୍ ସବନମକୁଁ ଫାଶୀ ଦେବାର ନେଇକରି ଜନାପଡିଛେ । ଫାଶୀ ଦେବାର ଆଘୋନୁ ମଥୁରାନେ ଥିବାର ଗୁଟେମାତ୍ର ମହିଲା ମୃତ୍ୟୁଦଣ୍ଡ କେନ୍ଦ୍ର ଯାଂଚ କରାଯାଇଛେ । ଫାଶୀ ଲାଗି ବେଭହାର ହେବାକେ ଥିବାର ଦଉଡି ଆନବାର ଲାଗି ନିର୍ଦ୍ଦେଶ ଦେଇଛନ୍ ଜେଲ୍ ପ୍ରଶାସନ୍ । ସ୍ୱାଧୀନ୍ ଭାରତ ହେଲା ଉତାରୁ କେନସି ମହିଲାକୁଁ ଆଏଜ୍ ତକ୍ ଫାଶୀ ନାଇଁ ଦିଆଯାଇଥିବାର ବେଲକେ ପହେଲା କରି ଜନେ ମହିଲାକୁଁ ଫାଶୀ ପାଏବେ । ୧୮୭୦ ମସିହାନେ ବ୍ରିଟିଶ ଶାସନ ସମିଆଁନେ ୧୫୦ ବଛର ଆଗରୁ ମଥୁରାନେ ଦେଶର ଗୁଟେନ ମହିଳା ମୃତ୍ୟୁଦଣ୍ଡ ଘର ତିଆର କରାଯାଇଥିଲା ।

ଯେନଠାନେ ସ୍ୱାଧୀନତା ପରେ କେନସି ମହିଲାକୁଁ ଫାଶୀ ନାଇଁ ଦିଆଯାଇ । ତ ଆପଣମାନେ ଭାବୁଥିବେ ସବନମ୍‌କୁଁ କାଣା ହେଲା ଯେ ଫାଶୀ ଦଣ୍ଡାଦେଶ ଦିଆଗଲା । ସୂଚନା ହିସାବେ ୨୦୦୮ ଏପ୍ରିଲ୍ ୧୪ ଡେର ରାଏତନେ ସବନମ ନିଜର ପ୍ରେମିକ ସଲିମ୍‌କଁର ସାଙ୍ଗେ ମିଶିକରି ନିଜର ପରିବାରର ୭ ଜନକୁଁ ହତ୍ୟା କରିଥିଲେ । ସବନମ୍ ଆରୁ ସମଲିମ୍ ଦୁହେଁ ଦୁହିକୁଁ ବିହା ହେବାର ଲାଗି ଚାହୁଁଥିଲେ ହେଲେ ପରିବାର ଲୋକ୍ ବାଧକ୍ ସାଜିଥିଲେ । ଯେନଥିର ଲାଗି ସବନମ୍ ଏନ୍ତା ହତ୍ୟା କରିଥିଲେ । ହତ୍ୟା ଘଟନାର ୫ ଦିନ୍ ଉତାରୁ ପୁଲିସ୍ ତାକୁଁ ଗିରଫ୍ କରିଥିଲା । ଗିରଫ ଉତାରୁ ଜେଲନେ ଥାଇକରି ଗୁଟେ ଛୁଆକେ ଜନମ୍ ଦେଇଥିଲେ ସବନମ୍ ।

୨୦୧୦ନେ ଦୁହିକୁଁ ଫାଶୀ ଦଣ୍ଡ ଦେଇଥିଲେ ଜିଲ୍ଲା ଆରୁ ସେସନ୍ କୋର୍ଟ । ସେଆଡେ ଆହ୍ଲାବାଦ୍ ହାଇକୋର୍ଟ ଦ୍ୱାରସ୍ଥ ହେଇଥିବାର ସବନମକୁଁ କୋର୍ଟ ଫାଶୀ ଦଣ୍ଡ ଲାଗି ସମର୍ଥନ୍ ଜନେଇଥିଲେ । ପଛେ ସୁପ୍ରିମ୍ କୋର୍ଟନେ ଆଶ୍ରା ନେଇଥିବାର ବେଲକେ ସୁପ୍ରିମ୍ କୋର୍ଟ ୨୦୧୫ନେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ରାଜକ୍ଷମା ଲାଗି ପ୍ରାର୍ଥନା କରିଥିବାର ବେଲକେ ଆଘରର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜି ମନାକରିଦେଇଥିଲେ । ଆଉ ଇହାଦେ ଦୁହି ଜନକୁଁ ଫାଶୀ ଦିଆଯିବାର ଲାଗି ନିଷ୍ପତ୍ତି ନିଆଯାଇକରି ପ୍ରସ୍ତୁତି ଚାଲିଛେ । ଇହାଦେ ତକ୍ ଫାଶୀ ଦଣ୍ଡ ଲାଗି କେନସି ନିର୍ଦ୍ଧିଷ୍ଟ ତାରିଖ୍ ନୁହେଁ କୁହାଯାଇ ।

Leave A Reply

Your email address will not be published.