ନାଇଁ ଉଠିପାରବାର ଧାନ୍‌, ପଡିରହିଛେ ୨୮ ହଜାର ବସ୍ତା ଧାନ୍‌

ନୂଆପଡ଼ାନେ ମିଲର୍ସକଁର ଦାଦାଗିରି, କଟନି ଛଟନି କରୁଥିବାର ଅଭିଯୋଗ ଆନଲେ ଚାଷୀ

0

ରାଜ୍ୟନେ ଚାଲିଛେ ଧାନ୍ ଘିନା କାମ୍ । ନୂଆପଡା ଜିଲ୍ଲାନେ ଭିଲ୍ ୨୦୨୦-୨୧ ଖରିଫ୍ ଧାନ୍ ଘିନା ଗଲା ନଭେମ୍ବର ୧୮ ତାରିଖନୁ ମୁଲ ହେଇଛେ । କିନ୍ତୁ ମଣ୍ଡି ଖୁଲବାର ଗୁଟେ ମାସ୍ ହେଇଯାଇଥିଲେ ଭିଲ୍ ଇହାଦେ ତକ୍ ବସ୍ତା ବସ୍ତା ଧାନ୍ ପଡିରହିଛେ ମଣ୍ଡିନେ । ପହେଲା ଖେପ୍‌ର ୫୦ ଭାଗ୍ ଧାନ୍ ଘିନା ହେଇନାଇଁପାରି ଈହାଦେ ତକ୍ ।

୨୦୨୦-୨୧ ଖରିଫ୍ ଧାନ୍ ବିକ୍ରି ଲାଗି ଜିଲ୍ଲାର ୩୨୨୨୭ ଜନ୍ ଚାଷୀ ନାଁ ପଞ୍ଜିକରଣ କରିଥିଲେ । ଇ ବରଷ୍ ଜିଲ୍ଲାନେ ପାଖାପାଖି ୨୦ ଲାଖ୍ କ୍ୱିଣ୍ଟାଲ୍ ଧାନ୍ ଘିନବାର ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାର ବେଲକେ ପହେଲା ଖେପେ ୮.୭୨ ଲାଖ୍ କ୍ୱିଣ୍ଟାଲ୍ ଧାନ୍ ଘିନବାର ଲକ୍ଷ୍ୟ ଅଛେ । ଇଥର ଲାଗି ଜିଲ୍ଲାର ୨୬ଟା ପ୍ୟାକ୍ସର ୫୭ଟା ଧାନ୍ ଘିନା କେନ୍ଦ୍ର ଖୁଲାଯାଇଛେ । ଇତାର ସାଙ୍ଗେ ୨୨ଟା ମହିଳା ସ୍ୱଂୟ ସହାୟକ ଦଲ ଭିଲ୍ ଧାନ୍ ଘିନାନେ ସାମିଲ୍ ହେଇଛନ୍ ।

ଜିଲ୍ଲାର ପାଖାପାଖି ୯/୧୦ଟା ପ୍ୟାକ୍ସନେ ୨୮ହଜାରନୁ ଅଏତକା ବସ୍ତା ଧାନ୍‌ଣ୍ଡିରହିଛେ । ସିନାପାଲିନେ ୫୧୫୪ ବସ୍ତା, ତରବୋଡନେ ୨ହଜାର ବସ୍ତା, ଭେଲାନେ ୨୦୬୧ ବସ୍ତା, ଭୋଜପୁରନେ ୧୧୭୦ ବସ୍ତ. ବୋଡେନନେ ୧୮୭୮ ବସ୍ତା, ଖଇରାନେ ୧୨୫୪ ବସ୍ତା, ନିଲଜିନେ ୩୨୬୫ ବସ୍ତା, ହାତିବନ୍ଧାନେ ୧୮୫୦ ବସ୍ତା ଆରୁ କେନ୍ଦୁମୁଣ୍ଡାନେ ୧୩୧୦ ବସ୍ତା ଧାନ୍ ଇହାଦେ ଭିଲ୍ ପଡି ରହିଛେ ।

ସେଆଡେ ଜିଲ୍ଲାର ଭିନ୍ ଭିନ୍ ଜାଗାନେ ମିଲର୍ସକଁର ରାଜୁତି ଚାଲିଛେ । ମିଲର୍ସକଁର ମନମୁଖୀ କାମ୍ ଲାଗି ଚାଷୀ ହଏରାନ୍ ହେଉଥିବାର ଲେଖେଁ ଅଭିଯୋଗ ମାନେ ଭିଲ୍ ସାମ୍ନାକେ ଆସିଛେ । ସାରାବଙ୍ଗ ପିପିସିନେ ପ୍ୟାକ୍ସ ସମ୍ପାଦକ ଆରୁ ଡାଟା ଏଣ୍ଟି ଅପରେଟରକୁଁ ଜିଲ୍ଲାପାଲ ନିଲମ୍ବିତ୍ କରିଛନ୍ । ସେଆଡେ ସମରସିଂ ମଣ୍ଡିନେ ମିଲର୍ସକ:ଁର ଦାଦାଗିରି ଆରୁ କଟନି ଛଟନି ଲାଗି ଚାଷୀ ରାଗିକରି ଧାନ୍ ଆନବାର ବନ୍ଦ କରିଦେଇଥିଲେ ।

ଜିଲ୍ଲାନେ ଇହାଦେ ଇ ସବୁ ସମସ୍ୟା ଲାଗି ଗଦା ଗଦା ଧାନ୍ ନାଇଁ ଉଠାଯାଇ ପାରବାରନୁ ପଡିରହିଛେ । ଇ ସବୁ ନେଇକରି ଜିଲ୍ଲା ଯୋଗାଣ ଅଧିକାରୀକୁଁ ପଚରାଯିବାରନୁ ଜଲଦି ଧାନ୍ ଉଠାଯିବାର ନେଇକରି କହିଛନ୍ । କଟନି ଛଟନି କି କେନସି ରକମର ଅବେବସ୍ଥା ଉପରେ ନଜର ରଖିଥିବାର କହିଛନ୍ ।

Leave A Reply

Your email address will not be published.