ସୁନ୍ଦର ହେବା ସମଲେଇ ମନ୍ଦିର

ସମ୍ବଲପୁର ସମଲେଇ ମନ୍ଦିର ବିକାଶ ଲାଗି ୨୦୦ କୋଟି ଖର୍ଚ୍ଚାନେ ପ୍ରସ୍ତୁତ୍ ‘ସମଲେଇ ଯୋଜନା’

0

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ । ଷୋଡଶ ଶତାବ୍ଦୀନେ ତିଆର ହେଇଥିବାର ସମଲେଇ ମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ ଗୁଟେ ନୂଆଁ ଯୋଜନା । ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚାନେ ପ୍ରସ୍ତୁତ କରାଯାଇଛେ ସମଲେଇ ଯୋଜନା । ପୁରୀ ଶ୍ରୀମନ୍ଦିର ଆରୁ ଲିଙ୍ଗରାଜ ମନ୍ଦିରର ବିକାଶ କାମ୍ ହାତକେ ନେଲା ଉତାରୁ ଇହାଦେ ସମଲେଇ ମନ୍ଦିରର ବିକାଶ ଆର ସୌନ୍ଦର୍ଯୀକରଣ ଦିଗନେ କାମ୍ କରାଯିବା । ରାଜ୍ୟ ସରକାରକଁର ୫-ଟି ଅଧୀନନେ ସମଲେଇ ମନ୍ଦିରର ବିକାଶ କାମ୍ କରାଯିବାର ଲାଗି ପ୍ରସ୍ତୁତି ଆରମ୍ଭ ହେଇଛେ । ଇଟା ନେଇକରି ପୂର୍ତ୍ତ ବିଭାଗ ଆଡୁ ପ୍ରସ୍ତୁତ ଚିଠାକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ପାଶେ ଉପସ୍ଥାପନ୍ କରାଯାଇଥିଲା । ଯାର ଉତାରୁ ମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ଅନୁମୋଦନ୍ କରିଛନ୍ ଆରୁ ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚାନେ ମନ୍ଦିରର ବିକାଶ କାମ୍ କରାଯିବା । ସମଲେଇ ଯୋଜନା ପ୍ରସ୍ତୁତ ବୈଠକନେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରକଁର ସାଙ୍ଗେ ଦୁଶରା ସଚିବମାନେ ରହିଥିଲେ । ମୁଖ୍ୟମନ୍ତ୍ରୀକଁର ସଚିବ ଭିକେ ପାଣ୍ଡିଆନ୍ ଇତାର ସଂଯୋଜନା କରିଥିଲେ ।

୧୦୮ ଏକଡ ଜମିନେ ମନ୍ଦିରର ବିକାଶ ଲାଗି ବହୁତ୍‌ଟେ କାମ୍ ହେବା । ମାଁକଁର ମନ୍ଦିରର ସୌନ୍ଦର୍ଯୀକରଣନୁ ଆରମ୍ଭ କରିକିନା ଇଠାନର ଲୁକକଁର ଆର୍ଥିକ୍ ବିକାଶ ଆରୁ ପର୍ଯ୍ୟଟକ ଆରୁ ଭକ୍ତକଁର ଲାଗି ବହୁତ୍‌ଟେ କାମ୍ ହାତକେ ନିଆହେଇଛେ । ମାଁକଁର ମନ୍ଦିରଟା ଖାଲି ୧୨ ଏକଡ୍ ଜମିନେ ପ୍ରତିଷ୍ଠିତ ହେଇକରି ରହିଥିବାର ବେଲକେ ଭକତ ଯେନ୍ତା ସୁବିଧାନେ ମାଁକଁର ଦର୍ଶନ୍ କରିପାରବେ ସେହି ବେବସ୍ଥା କରାଯିବା । ଧାଡି ପରିଚାଲନା ବେବସ୍ଥା, ଭିନ୍ ଭିନ୍ ଧାର୍ମିକ୍ ଉତ୍ସବ ସାଙ୍ଗେ ଭୋଗମଣ୍ଡପ୍‌, ପୂଝାରୀକଁର ଲାଗି ବିଶ୍ରାମ୍ ଘର ବନାଯିବା ।

ମନ୍ଦିରର ଚାରି ଦିଗନେ ୪ଟା ଐତିହ୍ୟ ଦୁଆର୍ ତିଆର କରାଯିବା । ପୂର୍ବ ଆଡେ ଥିବାର ବାଟ୍ ଦେଇକରି ଭକତ୍ ମନ୍ଦିର ଭିତରକେ ଢୁକବେ ଆରୁ ବାକି ତିନଟା ଦୁଆର ଦେଇକରି ବାହାରକେ ଯିବେ । ମନ୍ଦିର ଚାରିଚକା ଭକତ ଯେନ୍ତା ବୁଲିପାରବେ ସେଥିର ଲାଗି ଗୁଟେ କିଲୋମିଟର ଦୈର୍ଘ୍ୟଥି ଚାଲିକରି ଯିବାର ସୁବିଧା ଯେନ୍ତା ହେବା ସେହିସାବେ ରାସ୍ତା ତିଆର କରାଯିବା । ମନ୍ଦିର ଯିବାର ରାସ୍ତାନେ ଗଛ ଲଗାଯିବା, ପାର୍କିଂ ବେବସ୍ଥା କରାଯିବା, ଭେଣ୍ଡିଂ ଜୋନ୍ ସାଙ୍ଗେ ଶୌଚାଳୟ, ସୂଚନା କେନ୍ଦ୍ର, ଦାନକେନ୍ଦ୍ର କରାଯିବାର ବେବସ୍ଥା କରାଯିବା । ମନ୍ଦିର ପୂଝାରୀକଁର ଲାଗି ଘର ଦିଆଯିବାର ଭିଲ୍ ବେବସ୍ଥା କରାଯିବା । ମନ୍ଦିରନୁ ନଦୀ ଆଡକେ ଯିବାର ବାଟକେ ୩୦ ମିଟର ଚଉଡା କରାଯିବା ଆରୁ ଇହାଦେ ଥିବାର ରିଙ୍ଗ ରୋଡ୍‌କେ ଭିଲ୍ ଚଉଡା କରାଯିବା । ମହାନଦୀ ଆଲତି ଲାଗି ସ୍ୱତନ୍ତ୍ର ବେବସ୍ଥା କରାଯିବା । ୨୨ ଏକଡ୍ ଜମିନେ ହ୍ରଦ୍‌କୂଳର ବିକାଶ କାମ୍ କରାଯିବା ।

ପଯ୍ୟଟକକଁର ସୁବିଧା ଲାଗି ଫୁଡ୍ ପାର୍କ, ମୁକ୍‌ାକାଶ ରଙ୍ଗମଂଚର ବେବସ୍ଥା ଭିଲ୍ ହେବା । ସବୁନୁ ବଡ୍ କଥା ହେଲା ମନ୍ଦିର କାମ୍ ଲାଗି ବିସ୍ଥାପିତ୍ ହେଇଥିବାର ପରିବାର ଲାଗି ଥଇଥାନ୍ ବେବସ୍ଥା କରାଯିବା । ସରକାରୀ ଜମିନେ ବସ୍ତି, ଘର, ଦୁକାନ୍ ତିଆର କରାଯିବା । ମନ୍ଦିରର ଭିନ୍ ଭିନ୍ ପ୍ରସଙ୍ଗନେ କାମ୍ ଲାଗି ମନ୍ଦିର ବାହାରେ ଗୁଟେ ଅଫିସ୍ ଘର ତିଆର କରାଯିବା । ଇତାର ବାହାରେ ମନ୍ଦିର ପାଶେ ଥିବାର ଗୋପଳଜୀ ମଠର ସଂରକ୍ଷଣ କରାଯାଇ କରି ବିକାଶ କାମ୍ ସାମିଲ୍ କରାଯିବା । ମାର୍ଚ୍ଚ ୧୫ ତାରିଖ ଭିତରେ ସାଧାରଣ ଲୋକ୍ ଭିଲ୍ ନିଜର ମତାମତ୍ ଦେଇପାରବେ ଇଥିର ଲାଗି ଗୁଟେ ମେଲ୍ ଆଇଡି ଜାରି ହେଇଛେ ।

Leave A Reply

Your email address will not be published.