ସୁଖୋଇ- ୩୦ – ଏମକେଆଇ

0

() ସଶସ୍ତ୍ର ସଜାଗ ତଥା ସବୁଠୁ ଆଗରେ ଭାରତୀୟ ସେନା । ଜଳ,ସ୍ଥଳ, ଆକାଶ ସବୁଠି ନିଜ ଶକ୍ତିପ୍ରଦର୍ଶନ କରିସାରିଛି ଭାରତ ସେନା । ଭାରତର ସୈନ୍ୟବଳ ଯେତିକି ସଶକ୍ତ ଏହାର ଯୁଦ୍ଧାସ୍ତ୍ର ସେତିକି ବିକିଶିତ ତଥା ଉନ୍ନତ । ଏହା ସହିତ ଭାରତୀୟ ବାୟୂସେନା କଥା କହିଲେ ଏହା ପାଖରେ ରହିଛି ଅତ୍ୟାଧୁନିକ ଲଢୁଆ ବିମାନ । ଯାହା କିଛି ସେକେଣ୍ଡରେ ଶତ୍ରୁକୁ ଧ୍ୱଂସ କରିପାରେ । ସୁଖୋଇ- ୩୦ – ଏମକେଆଇ ଲଢୁଆ ବିମାନ ଭିତରୁ ଗୋଟିଏ । ଆକାଶ ମାର୍ଗରୁ ଶତ୍ରୁଙ୍କୁ ଗୋଡାଇ ଗୋଡାଇ ଧ୍ୱଂସ କରିବାରେ ଧୁରନ୍ଦର ଏହି ଲଢୁଆ ଜେଟ୍ । ଏହା ବିଶ୍ୱର ସମସ୍ତ ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରେ ଗଣାଯାଏ । ଯାହାକି ଭାରତୀୟ ସେନା ବାହିନୀରେ ମଧ୍ୟ ରହିଛି । ଏହା ଋଷିଆନ ନିର୍ମିତ ଟ୍ୱିନ୍ ଇଂଜିନ ମଲ୍ଟି ରୋଲ୍ ଏୟାର ଫାଇଟର । ପ୍ରଥମେ ଭାରତ ସୁଖୋଇ-୩୦ଏମକେଆଇ ଲଢୁଆ ବିମାନ ଗୁଡିକୁ ଋଷିଆଠାରୁ କିଣିଥିବା ବେଳେ ଏବେ ଏହା ଭାରତରେ ମଧ୍ୟ ତିଆରି କରାଯାଉଛି । ହିନ୍ଦୁସ୍ତାନ ଏରୋନିଷ୍ଟିକ୍ ଲିମିଟେଡ୍ ବା ହାଲ ଏବେ ଏହାକୁ ତିଆରି କରାଯାଉଛି । ତେବେ ପ୍ରଥମେ ସୁଖୋଇ ବିମାନ ଭାରତୀୟ ସେନାରେ ସାମିଲ କରାଯିବା ନେଇ ଋଷିଆ ସାଙ୍ଗରେ ୨୦୦୦ ମସିହାରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ଉଭୟ ରାଷ୍ଟ୍ର ଭିତରେ । ୨୦୦୨ରେ ସୁଖୋଇ-୩୦ଏମକେଆଇ ଇଣ୍ଡିଆନ୍ ଏୟାର ଫୋର୍ସରେ ସାମିଲ ହୋଇଥିଲା । ଏବଂ ପରେ ୨୦୦୪ ହାଲ ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ସୁଖୋଇ ବିମାନ ସାମିଲ ହୋଇଥିଲା ଏଆଇଏଫରେ । ଇଣ୍ଡିଆନ୍ ଏୟାର ଫୋର୍ସ ୨୭୨ ସୁଖୋଇ ବିମାନ ପାଇଁ ଅର୍ଡର ଦେଇଥିବା ବେଳେ ଜାନୁୟାରୀ ୨୦୨୦ ସୁଦ୍ଧା ଏହା ପାଖରେ ୨୬୦ଟି ସୁଖୋଇ ବିାମନ ରହିଛି । ଏହା ମୂଳତଃ ଋଷିଆନରେ ତିଆରି ଲଢୁଆ ବିମାନ , ତେବେ ହାଲ ପକ୍ଷରୁ ତିଆରି ବିମାନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି ଏହା ସହିତ ଫ୍ରାନ୍ସ ଓ ଇସ୍ରାଏଲ୍ ସବ ସିଷ୍ଟମ ଦ୍ୱାରା ମଧ୍ୟ ବିକଶତ କରାଯାଇଛି । ଏହା ହାଇୱେଟ, ଅଲୱେଦର, ଲଙ୍ଗରେଂଜର ଫାଇଟର ଜେଟ୍ । ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ପୂର୍ବରୁ ବହୁଥର ନିଜ ଶକ୍ତିପ୍ରଦର୍ଶନ କରିସାରିଛି ।

Leave A Reply

Your email address will not be published.