ଦୁନିଆଁ ଭରର ଶହେଟା ପ୍ରତିଭାଶାଲୀ ମହିଲା

ବିବିସି ଆଡୁ ବଛାଯାଇଛେ ୨୦୨୦ ର ଶହେ ଝନ୍ ପ୍ରତିଭାଶାଲୀ ମହିଲା

0

ଆଜିର୍ ମହିଲା ପୁରଷକଁରନୁ କେନସି କାମ୍ କି ଗୁଣ୍‌ଥି କମ୍ ନୁହେଁ ସେ । ସବୁଥିରେ ଆଗେ ଥିବାର ଇ ମହିଲା ମାନେ ଆଏଜ୍ ଦେଶ ଦୁନିଆଁନେ ମୁଖିଆ ସାଜିଛନ୍ । ଇ ସବୁ ମହିଲାକଁର ସାହସ ଆର ଭଲ୍ କାମ୍ ସବୁକେ ଲୋକକଁର ଆଘକେ ଆନବାର ଗୁଟେ ଚେଷ୍ଟା କରିଆସୁଛେ ବିବିସି । ଫି ବଛର ଦୁନିଆଁ ଭରର୍ ଶହେ ଜନ୍ ପ୍ରତିଭାଶାଲୀ ମହିଲାକୁଁ ବଛାଯାଇକରି ସେମାନକଁର କାମ୍ ଲାଗି ତାକୁଁ ଧନ୍ୟବାଦ୍ ଦିଆଯିବାର ସାଙ୍ଗେ ଲୋକ୍‌ଲୋଚନ୍‌କେ ଅନାଯାଇଥିସି । ତ ହେଇ ହିସାବେ ଇ ବଛର ମାନେ ୨୦୨୦ର ଶହେ ଝନ୍ ପ୍ରଭାବଶାଲୀ ମହିଲାକଁର ଲିଷ୍ଟ ବାହାର କରାଯାଇଛେ ବିବିସି ଆଡୁ । ଇ ବଛର୍ କରୋନା ବେମାରୀ ଲାଗି କେତନି ଲୋକ୍‌କଁର ଜୀବନ୍ ଯାଇଥିବାର ବେଲେ ଲକ୍‌ଡାଉନ୍ ସଟଡାଉନ୍ ଲାଗି ଲୋକ୍ ରୋଜଗାର ଭିଲ୍ ହରେଇଛନ୍ । ଏନ୍ତାଥି ଯେନ୍ ମହିଲାମାନେ ନିଜକୁ ହାରବାକେ ନାଇଁ ଦେଇକରି ଆଗକେ ବଢିଛନ୍ ଆରୁ ଦୁଶରା ମାନକୁଁ ସହଯୋଗ୍‌ର ହାତ୍ ବଢେଇଛନ୍ ସେ ମହିଲା ମାନକୁଁ ଜାଗା ମିଲିଛେ ।

ଇ ଶହେ ଜନ୍ ମହିଲାକଁର ଭିତରେ ଭାରତୀୟ ମହିଲାକଁର ନାଁ ଭିଲ୍ ରହିଛେ । ଭାରତନୁ ୪ ଝନ୍ ମହିଲାକଁର ନାଁ ଇ ଲିଷ୍ଟନେ ରହିଛେ । ଇତାର ଭିତରେ ଜନେ ୮୨ ବରଷର ମହିଲା ବିଲକିସ୍ ବାନୋ ରହିଛନ୍ । ଦିଲ୍ଲୀ ସାହିନ୍‌ବାଗ୍ ପ୍ରତିବାଦ୍‌ନେ ଆଘେ ରହିଥିଲେ ବାନୋ । ସେ ସଂଖ୍ୟାଲଘୁ ଲୁକକଁର ସୁର୍ ହେଇକରି ଆଘେ ରହିକରି ଲଢିଥିଲେ । ସେନ୍ତା ଇସାଇଭନିକଁର ନାଁ ଭିଲ୍ ଇ ଲିଷ୍ଟନେ ରହିଛେ । ସେ ହେଉଛନ୍ ଦକ୍ଷୀଣ ଭାରତର ଅସାମାନତା, ଜାତିଭେଦ୍‌,ମହିଲା ମାନକଁର ହେଉଥିବାର ଅତ୍ୟାଚାର ଆଦିର ବିରୋଦନେ ଗଢିଉଠିଥିବାର ମ୍ୟୁଜିକ୍ ବେଣ୍ଡ ‘ଦି କାଷ୍ଟଲେସ୍ କଲେକ୍ଟିଭ୍‌’ ର ପହେଲା ମହିଲା ଗୀତିକାର । ଯେ କି ଗୁରୁଦଟେ ଦିନ୍ ତକ୍ ଇ ଲାଇନ୍‌ନେ ରହିକରି ନିଜର ଗୁଟେ ଜାଗା ବନେଇଥିଲେ । ସମାଜନେ ଗୁଟେ ଭିନେ ପରିବର୍ତ୍ତନ ଆନବାର ସାଙ୍ଗେ ଦୁଶରା ମହିଲା ସଙ୍ଗୀତକାରକୁଁ ଭିଲ୍ ସୁଯୋଗ ଦେବାରନେ ସକ୍ଷମ୍ ହେଇଛନ୍ । ଭାରତୀୟ ଖେଲାଲି ମାନଷୀ ଯୋଶୀକଁର ନାଁ ପ୍ରଭାବଶାଲୀ ମହିଲାକଁର ଭିତରେ ରହିଛେ । ମାନସୀ ଝନେ ୱାର୍ଲ୍ଡ ପାରା ବେଡମିଣ୍ଟନ୍ ଚମ୍ପିୟନ୍ ।

ସେ ଖେଲାଲି ସାଙ୍ଗେ ଝନେ ଇଞ୍ଜିନିୟର ଆରୁ ଚେଞ୍ଜ ମେକର୍ ଭିଲ୍ । ଟାଇମ୍ ମେଗାଜିନ୍‌ର ୨୦୨୦ନେ ନେକଷ୍ଟ ଜେନେରେସନ୍ ଲିଡର ଲିଷ୍ଟନେ ଭିଲ୍ ତାକଁର ନାଁ ରହିଛେ । ସେ ଦିବ୍ୟାଙ୍ଗ ଲୁକକଁର ଲାଗି ଗୁଟେ ପ୍ରେରଣା ସାଜିପାରିଛନ୍ । ରିଧିମା ପାଣ୍ଡେକଁର ଭିଲ୍ ନାଁ ଶହେ ଜନ୍‌କଁର ଭିତରେ ରହିଛେ । ସେ ଜନେ ପାନିପାଗ୍ ବିଶେଷଜ୍ଞ ଭାବେ ନିଜର ନାଁ କରିଛନ୍ । ତାହାଁକୁ ଯେତେବେଲେ ୯ ବରଷ୍ ହେଉଥିଲା ସେତେବେଲେ ସେ ଭାରତ ସରକାରକଁର ପାଶେ ପାଏନପାଗ୍ ସମସ୍ୟା ନେଇକରି ଗୁଟେ ପିଟିସନ୍ ଦେଇଥିଲେ । ୨୦୧୯ ମସିହାନେ ଭିଲ୍ ଅଲଗା ୧୫ଟା ଛୁଆକଁର ସାଙ୍ଗେ ମିଶିକରି ୫ ଦେଶ ବିରୋଧନେ ଭାରତୀୟ ଜାତିସଂଘ ପାଶେ ଅଭିଯୋଗ ଆନିଥିଲେ । ସେ ଇହାଦେ ଅନ୍ତର୍ଜାତୀୟ ସ୍ତରନେ ହେଉଥିବାର ଆଲୋଚନାନେ ସାମିଲ ହେଇକରି ଆମର ପରିବେଶ କେନ୍ତା ଠିକ୍ ରଖାଯାଇପାରବା ସେ ଉପରେ ବୁଝଉଛନ୍ । ଭାରତର ଇ ୪ ଝନ୍ ମହିଲା କେତ୍‌ନିଟେ ଲୁକକୁଁ ଉତ୍ସାହିତ୍ କରବାର୍ ସାଙ୍ଗେ ସାଙ୍ଗେ ଇ ସମାଜକେ ଆଗକେ ନେଇକରି ଯିବାର ସବୁ ଗୁନ୍ ରହିଥିବାର ଦର୍ଶଯାଇଛେ ବିବିସି ଆଡୁ ହେଇଥିବାର ଇ ସର୍ଭେନ । ଇମାନକଁର ସାଙ୍ଗେ ଦୁନିଆଁଭର୍‌ର ଦୁଶରା ମହିଲାକୁଁ ଭିଲ୍ ଜାଗା ଦିଆଯାଇଛେ ତାକଁର ପ୍ରତିଭା ଲାଗି ।

Leave A Reply

Your email address will not be published.