ସତରଞ୍ଜର ଖିଲାଡି : ପଦ୍ମିନୀ ରାଉତ

ଚେସ୍ ଖେଲ୍‌ନେ ଦେଶର ଗୌରବ ବଢଉଛନ୍ ଓଡ଼ିଶାର ଟୁକେଲ ପଦ୍ମିନୀ

0

ଚେସ୍ ଖେଲକେ ସବୁଖେଲ୍ ମାନକଁର ଭିତରେ ଅଏତକା ଅଏଧକା ବୁଦ୍ଧିଖର୍ଚ୍ଚା ହେଉଥିବାର ଖେଲବଲିକରି କୁହାଯାଇସି । ବିଶ୍ୱନାଥନ୍ ଆନନ୍ଦ, ହାଉ ୟିଫାନ୍ ବାଗିର ଚେସ୍ ଗ୍ରାଣ୍ଡମାଷ୍ଟର ମାନକଁର ଖେଲ୍ ଜଗତନେ ନାଁ ଡାକ୍ ପଡୁଥିସି । ବୁଦ୍ଧି, ବିଦ୍ୟା, ଧର୍ଯ୍ୟ ଇ ସବୁଥିର କରାମତି ସେ ଘଡେକେ ଦେଖେଇ ପାରଲେ ଯାଇ ଜନେ ହେଇପାରବେ ସତରଂଜ କି ଖିଲାଡି । ଆର ଏତକି ଗୁଟେ କଡା ଖେଲ୍‌ଥି ବି ନିଜର କମାଲ ଦେଖେଇ ଆସୁଛନ୍ ଓଡ଼ିଶାର ପଦ୍ମିନୀ ରାଉତ୍ । ଦୁନିଆଁନେ କେତେ ଲୁକକର ଲାଗି ଟୁକେଲ୍ ଗୁଟେ ବୋଝ୍ ଆର କେତେ ଲୁକକର ଲାଗି ଖାଲି ଘରର କାମ୍ ହିଁ କରିପାରବେ ବଲି ଭାବସିଥିସନ୍ । ବାକି ସେନ୍ତ ସମିଆଁନେ ପଦ୍ମିନୀ ହେଉଛନ୍ ସମକଁର ଲାଗି ଉହାହରଣ ଯାହାକର ଲାଗି ରାଏଜ ଆରୁ ଦେଶର ନାଁ କେତେ ଥର ଉଚ୍ଚା ହେଇଛେ ତାର ହିସାବେ ନାଇଁନ । ଖେଲ୍ କେରିଅର୍ ଆରମ୍ଭନୁ ନେଇକରି ଇହାଦେ ତକ୍ କେନ୍ତା ରହିଛେ ତାକଁର ଜୀବନ ଜାନମା । ପଦ୍ମିନୀ ରାଉତ୍‌, ଇ ନାଁଟା ଓଡ଼ିଶାର ଘରେ ଘରେ ଜନାଶୁନା । ମହିଲା ଚେସ୍ ଖେଲ୍‌ନେ ପଦ୍ମିନୀକଁର ଭଲ୍ ନାଁ ରହିଛେ । ତୁଲସି ଦୁଇ ପତରନୁ ବାସ୍‌ନା ଚହଟେଇ ଦେଲା ଲେଖେଁ ଛୁଆଦିନୁ ପଦ୍ମିନୀକଁର ଭିତରେ ଥିବାର ପ୍ରତିଭା ଜନାପଡିଥିଲା । ଦୁଶରା ଛୁଆ ମାନକଁର ଲେଖେଁ ପଦ୍ମିନୀ ଭିଲ୍ ପାଠ ପଢିକରି ଡାକ୍ତର କି ଇଂଜିନିୟର ହେବାର ସପନ୍ ଦେଖିଥିଲେ । ହେଲେ ଖେଲ୍ ଜଗତନେ ଆସିକରି ଆଏଜ୍ ଏତେ ନାଁ କରିପାରବେ ସେ କେଭେ ନାଇଁ ଭାବିଥାଇ । ୧୯୯୪ ଜାନୁଆରି ୫ ତାରିଖ ଆଜିର ଏନ୍ତା ଗୁଟେ ଦିନ୍ ବଡମ୍ବାନେ ଡ. ଅଶୋକ କୁମାର ରାଉତ ଆର ସସ୍ମିତା ଧଳକଁର ଘରେ ଜନମ୍ ହେଇଥିଲେ ପଦ୍ମିନୀ । ୯ ବରଷ୍ ବୟସନୁ ଚେସ୍ ଖେଲ୍ ଆରମ୍ଭ କରିଥିବାର ପଦ୍ମିନୀ ଧୀରେ ଧୀରେ ଇଥିରେ ଆଗକେ ବଢିଥିଲେ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲନେ ପାଠପଢଲା ସମିଆଁନେ ପହେଲା ଥର ଲାଗି ୨୦୦୩ ଅଣ୍ଡର ନାଇନ୍ ଚେସ୍ ଖେଲ୍‌ନେ ଭାଗ୍ ନେଇଥିଲେ ଆରୁ ସେଥରେ ଏକ୍ ନମ୍ବର ହେଇକରି ଜିତିଥିଲେ । ୨୦୦୫ ମସିହାନେ ଜାତୀୟ ସ୍ତରନେ ଖେଲିକରି ଟାଇଟଲ୍ ଜିତିଥିଲେ ସେ ।

ଇଥରେ ଅଣ୍ଡର-୧୧ନେ ଭାଗ୍ ନେଇକରି ନାଗପୁରନେ ହେଇଥିବାର ପ୍ରତିଯୋଗିତାନେ ସାମିଲ୍ ହେଇଥିଲେ । ସେନ୍ତା ୨୦୦୬ନେ ସେ ଦୁଇଟା ଟୁର୍ଣ୍ଣାମେଣ୍ଟ ଅଣ୍ଡର-୧୩ ଗର୍ଲସ ଚାମ୍ପିଅନ୍ ଆରରୁ ଏସିଆନ୍ ଅଣ୍ଡର-୧୨ ଗର୍ଲସ ଚାମ୍ପିଅନ୍‌ନେ ଭାଗ ନେଇକରି ଜିତିଥିଲେ ଟାଇଟଲ୍ । ନ୍ୟାସନାଲ ଓମେନ୍ ଚେସ୍ ପ୍ଲେୟାର ଟାଇଟଲ୍ ୪ଥର ଜିତିଛନ୍ ପଦ୍ମିନୀ । ଏସିଆନ୍ ଗେମ୍‌ନେ ଭାଗ୍ ନେଇକରି ବହୁତ୍ ଥର ଗୋଲ୍ଡ୍‌, ବ୍ରୋଂଜ ପଦକ୍ ପାଇଛନ୍ ସେ । ୨୦୧୪ ଆରୁ ୨୦୧୬ନେ ସେ ଭାରତୀୟ ଜାତୀୟ ଖେଲ୍ ଆଡୁ ମହିଲା ଚେସ୍ ଅଲମ୍ପିଆଡ୍ ଲାଗି ଖେଲିଥିଲେ । ୨୦୧୫, ୨୦୧୬, ୨୦୧୭,ଇଣ୍ଡିଆନ୍ କମନ୍ ୱେଲ୍‌ଥ ଗେମ୍‌ନେ ଭାଗ ନେଇକରି ଚମ୍ପିଆନ୍ ହେଇଥିଲେ । ୨୦୧୫ନେ ସେ ରାଷ୍ଟ୍ର ମଣ୍‌ଡଳ ମହିଳା ଚାମ୍ପିୟନ୍‌ସିପ୍‌ନେ ଭାଗନେଇକରି ଟାଇଟଲ ଜିତିଥ୍‌ିଲେ । ୨୦୧୦ନେ ସେ ୧୯ ବରଷ୍‌ନୁ କମ୍ ଜାତୀୟ ଜୁନିୟର ମହିଲା ପ୍ରତିଯୋଗିତାନେ ଭିଲ୍ ଜିତିଥିଲେ । ସେହି ବରଷ୍ ହିଁ ସେ ଏସୀଆର୍ ଜୁନିୟର ମହିଲା ପ୍ରତିଯୋଗିତାନେ ଆର ବିଶ୍ୱ ଜୁନିୟର ପ୍ରତିଯୋଗିତାନେ କାଂସ୍ୟ ପଦକ ହାସଲ କରିଥିଲେ । ବିଜୁ ପଟ୍ଟନାୟକ ସ୍ପୋଟର୍ସ ଆୱାର୍ଡ ସାଙ୍ଗେ ଏକଲବ୍ୟ ଆୱାର୍ଡ ଭିଲ୍ ଜିତିଛନ୍ । ପଦ୍ମିନୀ ତାକଁର ବାପାକଁରନୁ ପହେଲା ଚେସ୍ ଖେଲ୍ ଶିଖିଥିଲେ ଯେନଥିର ଲାଗି ସେ ତାକୁଁ ନିଜର ପହେଲା କୋଚ୍ ବଲି ଭାବସନ୍ । ତାକଁର ବାପା ଜନେ ବୈଜ୍ଞାନିକ୍ ଥିବାର ବେଲକେ ସେ ଭିଲ୍ ବାପାକଁର ଲେଖେଁ ସେହି ଲାଇନ୍‌ନେ ଯିବାକେ ଚାହୁଁଥିଲେ । ହେଲେ ତାକଁର ଭିତରେ ଥିବାର ଖେଲ୍ ପ୍ରତିଭା ପଛେ ଜନାପଡିଥିଲା ଆରୁ ପରିବାର ଲୋକ୍ ଭିଲ୍ ତାକୁଁ ଇଥରେ ଆଗକେ ବଢବାର ଲାଗି ସବୁବେଲେ ପ୍ରେରଣା ଦେଇଥିଲେ ।

ଖାଲି ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରନେ ଚେସ୍ ଖେଲାଲି ଭାବେ ସେ ନିଜର ଗୁଟେ ଦୁଶରା ଜାଗା କରିପାରିଛନ୍ ଆରୁ ରାଜ୍ୟ ଦେଶ ମାଁ ମାଏଟର ବହୁତ୍ ଟେକ୍ ରଖିଛନ୍ । ଇହାଦେ ଇଣ୍ଡିଆନ୍ ଅଏଲ କମ୍ପାନୀନେ କାମ୍ କରୁଛନ୍ ପଦ୍ମିନୀ । ଭାରତ ସରକାରକଁର ସ୍ୱଚ୍ଛ ଭାରତ ମିଶନନେ ଯୁଡିଥିବାର ପଦ୍ମିନୀକୁଁ ଇତାର ବ୍ରାଣ୍ଡ ଆମ୍ବାସଡର ଭାବେ ବଛାଯାଇଛେ । ଚେସ୍ ଖେଲ୍‌ନେ ବିଶ୍ୱ ସ୍ତରନେ ଗ୍ରାଣ୍ଡ ଟାଇଟଲ୍ ହାସଲ୍ କରବାର ଲକ୍ଷ୍ୟ ରଖିଥିବାର ପଦ୍ମିନୀକୁଁ ତାକଁର ଉଜ୍ୱଲ ଭବିଷ୍ୟତ୍ ଲାଗି ଆମେ ପ୍ରାର୍ଥନା କରୁଛୁ । ଚେସ୍ ଖେଲ୍ ଜଗତନେ ନାଁକରିଥିବାର ପଦ୍ମିନୀ ଆଏଜ୍ ଦୁଶରା ଟୁକେଲ୍ ଆରୁ ମହିଲାକଁର ଲାଗି ଗୁଟେ ଉଦାହରଣ ବନିପାରିଛନ୍ ଆରୁ ଟୁକେଲ୍ ପାୱାର ଦେଖେଇଛନ୍ । ପଦ୍ମିନୀକଁର ଜନମ୍ ଦିନ୍ ଉଧେଁ ପହରା ପରିବାର ଆଡୁ ଗୁର୍ଦୁଟେ ଶୁଭେଚ୍ଛା ଜନଉଛୁଁ ।

Leave A Reply

Your email address will not be published.