ସ୍ଥଗିତ୍ ହେବା କୃଷି ଆଇନ୍‌!

କୃଷି ଆଇନ୍ ସ୍ଥଗିତ୍ ରଖ ନାଇଁ ହେଲେ ଆମେ ସ୍ଥଗିତାଦେଶ ଜାରି କରମୁ: ସୁପ୍ରିମ୍ କୋର୍ଟ

0

କେନ୍ଦ୍ର ନୂଆଁ କୃଷି ଆଇନ ବିରୋଧନେ ଇହାଦେ ଭିଲ୍ ଚାଷୀ ପ୍ରତିବାଦ୍ କରିଆସୁଛନ୍ । ଚାଷୀ ସଂଗଠନ୍ ଆରୁ ସରକାରକଁର ଭିତରେ ଇ ପ୍ରସଙ୍ଗନେ ବାରମ୍ବାର ବୈଠକ ହେଇଆସୁଥିଲେ ଭିଲ୍ ଇହାଦେ ତକ୍ କେନସି ସମାଧାନ୍ ନାଇଁ ହେଇପାରି । ସେଆଡେ ଇ ପ୍ରସଙ୍ଗନେ ଫେର୍‌ଘାଏ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିଛନ୍ । ନୂଆଁ ତିନହି କୃଷି ଆଇନକେ କାର୍ଯ୍ୟକାରୀ ପ୍ରକ୍ରିୟା ବନ୍ଦ କରବାର ଲାଗି କହିଛନ୍ । ଯଦି ସରକାର ନିଜେ ଇଟା ବନ୍ଦ ନାଇଁ କରବେ ବେଲେ ଆଗକେ କୋର୍ଟ ଇତାକେ ସ୍ଥଗିତ ରଖବେ ବଲି କହିଛନ୍ । କେନ୍ଦ୍ର ସରକାର କୃଷକ ଆନ୍ଦୋଲନ୍ ଯେନ୍ ହିସାବେ ପରିଚାଲନା କରୁଛନ୍ ଇତାକେ ନେଇକରି ସର୍ବୋଚ୍ଚ ଅଦାଲତ୍ ଅସନ୍ତୋଷ ପ୍ରକାଶ କରିଛନ୍ ।

ଚାଷୀ ଆନ୍ଦୋଲନ୍‌କେ ନେଇକରି ପିଟିସନ୍ ମାନକଁର ଶୁଣାଣି ବେଲେ ପ୍ରଧାନ ବିଚାରପତି ଶରଦ୍ ଅରବିନ୍ଦ ବୋବ୍‌ଡେ କେନ୍ଦ୍ର ସରକାରକଁର ପକ୍ଷ ରଖୁଥିବାର ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାକୁଁ ଭିନ୍ ଭିନ୍ ପ୍ରଶ୍ନ କରିଛନ୍ । ମାସେନୁ ଅଏତକା ସମିଆଁ ଧରିକରି ସିଂଘୁ ସୀମାନେ ବସିଥିବାର ଚାଷୀ ସଂଗଠନ୍‌ର କଥା ଉଠେଇଥିଲେ । ସେମାନକଁର ରହେବାରନୁ ନେଇକରି ଖାଏବାର ପିଇବାର କଥା କିଏ ବୁଝୁଛେ ବଲି ପଚାରିଥିଲେ । ଆଏବାର ଦିନେ କିଛି ଅଘଟନ୍ ହେଲେ କିଲ ଦାୟୀ ରହେବା ବଲି ଭିଲ୍ ସେ ପଚରେଇଥିଲେ । ବିଶେଷଜ୍ଞ କମିଟି ଗଠନ୍ କରାଯାଉ ଆରୁ ସରକାର ଜଲଦି ଇ ଆଇନକେ ସ୍ଥଗିତ୍ ରଖୁନ୍ ବଲି ସେ କହିଛନ୍ । ଯଦି କେନ୍ଦ୍ର ସରକାର ଇ କୃଷି ଆଇନ୍ ସ୍ଥଗିତ୍ ନାଇଁ କରନ୍ ବେଲେ ଇତାର ଉପରେ ଆମେ ସ୍ଥଗିତାଦେଶ କରମୁ ବଲି କହିଛନ୍ କୋର୍ଟ ।

Leave A Reply

Your email address will not be published.