୯ ମାସ ଉତାରୁ ଦର୍ଶନ ଦେଲେ ମାଁ ସମଲେଇ

ସମ୍ବଲପୁରନେ ୯ମାସ୍ ଉତାରୁ ଖୁଲଲ୍‌ା ସମଲେଇ ମନ୍ଦିର୍ ,ଗାଇଡଲାଇନ୍ ଭିତରେ ଭକତ କଲେ ଦର୍ଶନ

0

କରୋନା ମହାମାରି ଲାଗି ସବୁ ଧର୍ମାନୁଷ୍ଠାନ ମାନେ ବନ୍ଦ ରହିଥିଲା ହେଲେ ୯ ମାସ୍ ଉତାରୁ ଆଏଜ୍ ଖୁଲିଛେ ସମ୍ବଲପୁର ର ଅଧୀଷ୍ଠାତ୍ରି ଦେବୀ ମା ସମଲେଇକଁର୍ ମନ୍ଦିର୍ । ହେତ୍‌କି ଦିନ୍ ଟାକଲା ଉତାରୁ ଆଏଜ୍ ମାଁ କେ ଦର୍ଶନ କରିଛନ୍ ଭକତ୍ । କରୋନା ଲାଗି ସବୁ ଗାଇଡଲାଇନ୍ ଭିତରେ ଖୁଲାଗଲା ମନ୍ଦିର୍ । କୋଭିଡ ଗାଇଡଲାଇନ କେ ନଜର୍ ଥି ରଖିକରି ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ୨ ଟା ଖେପେ ମା’କୁଁ ଦର୍ଶନ କର୍‌ଲେ ଭକତ୍ ।

ଆଏଜ୍ ଠାନୁ ସକାଲର୍ ୬ ବଜେନୁ ସାଢେ ୧୧ ବଜେ ତକ୍ ଆର୍ ବେଲ୍‌ବୁଡା ୩ ବଜେନୁ ସାଢେ ୭ ବଜେ ତକ୍ ଦର୍ଶନ କରିପାର୍‌ବେ ଭକତ୍ । ହେଲେ ପହେଲା ୫ ଦିନ ଖାଲି ସମ୍ବଲପୁର୍ ଜିଲ୍ଲାବାସୀ ମାନକୁଁ ଦର୍ଶନ ଲାଗି ସୁଯୋଗ ଦେଇଛେ ସମ୍ବଲପୁର୍ ପ୍ରଶାସନ୍ । ନିଜର୍ ଆଧାରକାର୍ଡ ଦେଖେଇକରି ଭକତ୍ ମାନକୁଁ ଦର୍ଶନ କର୍‌ବାର୍ କେ ଅନୁମତି ଦିଆଯାଇଛେ । ଆଏଜ୍ ଲୋକକଁର୍ ସୁରକ୍ଷା ଲାଗି ପୁଲିସ୍ ଆଡୁ ଭିଲ୍ କଡା କଡି ସୁରକ୍ଷା ବେବ୍‌ସ୍ତା କରାଯାଇଥିଲା ।

Leave A Reply

Your email address will not be published.